ଅନୀଲ ବି ବିତାଇଛନ୍ତି ଏମିତି ଜୀବନ

ବଲିଉଡ୍‌ରେ ଅନେକ ସଫଳ କଳାକାର ଦୁର୍ଦ୍ଦିନ ଦେଖିଛନ୍ତି। କେବଳ ଫିଲ୍ମରେ ସଂଘର୍ଷ କରୁଥିବା ଚରିତ୍ରରେ ଅଭିନୟ କରିନାହାନ୍ତି, ବାସ୍ତବ ଜୀବନରେ ବି ସଂଘର୍ଷ କରିଛନ୍ତି ଅବା ସେମାନଙ୍କ ପରିବାର କରିଥିବା ସଂଘର୍ଷକୁ ଅତି ପାଖରୁ ଦେଖିଛନ୍ତି। ଆଜି ଆମେ ସେମିତି ଜଣେ କଳାକାରଙ୍କ ବିଷୟରେ ଏଠାରେ ଆପଣ ମାନଙ୍କୁ କହୁଛୁ। ସେ ହେଉଛନ୍ତି ବଲିଉଡ୍‌ର ଝକାସ୍‌ ବୟ ଅନୀଲ କପୁର। ତାଙ୍କ ବାପା ଜଣେ ଫିଲ୍ମ ପ୍ରଡ୍ୟୁସର ଥିଲେ। ତେବେ ଏ କ୍ଷେତ୍ରକୁ ଆସିବା ପାଇଁ ତାଙ୍କ […]

Anil

Rakesh Mallick
  • Published: Monday, 25 December 2017
  • , Updated: 25 December 2017, 12:57 PM IST

ବଲିଉଡ୍‌ରେ ଅନେକ ସଫଳ କଳାକାର ଦୁର୍ଦ୍ଦିନ ଦେଖିଛନ୍ତି। କେବଳ ଫିଲ୍ମରେ ସଂଘର୍ଷ କରୁଥିବା ଚରିତ୍ରରେ ଅଭିନୟ କରିନାହାନ୍ତି, ବାସ୍ତବ ଜୀବନରେ ବି ସଂଘର୍ଷ କରିଛନ୍ତି ଅବା ସେମାନଙ୍କ ପରିବାର କରିଥିବା ସଂଘର୍ଷକୁ ଅତି ପାଖରୁ ଦେଖିଛନ୍ତି। ଆଜି ଆମେ ସେମିତି ଜଣେ କଳାକାରଙ୍କ ବିଷୟରେ ଏଠାରେ ଆପଣ ମାନଙ୍କୁ କହୁଛୁ। ସେ ହେଉଛନ୍ତି ବଲିଉଡ୍‌ର ଝକାସ୍‌ ବୟ ଅନୀଲ କପୁର। ତାଙ୍କ ବାପା ଜଣେ ଫିଲ୍ମ ପ୍ରଡ୍ୟୁସର ଥିଲେ। ତେବେ ଏ କ୍ଷେତ୍ରକୁ ଆସିବା ପାଇଁ ତାଙ୍କ ବାପା ବି ଖୁବ୍‌ ସଂଘର୍ଷ କରିଥିଲେ।

ବାପାଙ୍କ ସେ ସଂଘର୍ଷକୁ ଅନୀଲ ଖୁବ୍‌ ପାଖରୁ ଦେଖିଛନ୍ତି। ଏମିତି ବି ଦିନ ଥିଲା ଯେତେବେଳେ ଅନୀଲଙ୍କ ପରିବାର ରାଜ କପୁରଙ୍କ ଗ୍ୟାରେଜରେ ରହୁଥିଲେ। ସେତେବେଳେ ତାଙ୍କ ପରିବାର ନୂଆ ନୂଆ ମୁମ୍ବାଇ ଆସିଥିଲେ। ପରେ ତାଙ୍କ ବାପା ମୁମ୍ବାଇର ମଧ୍ୟବିତ୍ତ ଶ୍ରେଣୀର ଲୋକେ ବସବାସ କରୁଥିବା ଏକ ଅଞ୍ଚଳର ଗୋଟିଏ ବଖରା ବିଶିଷ୍ଟ ଏକ ଘର ଭଡାରେ ନେଇଥିଲେ। ପରେ ତାଙ୍କ ବାପାଙ୍କ ପରିଶ୍ରମ ସୁଫଳ ପ୍ରଦାନ କରିଥିଲା। ବାପାଙ୍କ ପରେ ତାଙ୍କ ବଡ଼ ଭାଇ ପ୍ରଡ୍ୟୁସର ହେଲେ। ଅନୀଲ ନିଜେ ମଧ୍ୟ ଅଭିନୟ ଦୁନିଆରେ ପାଦ ଥାପିଲେ।

୧୯୮୦ ରେ ତେଲଗୁ ଫିଲ୍ମ ‘ଭମ୍‌ସା ଭ୍ରୁସମ୍‌’ରେ ଅନୀଲ ଡେବ୍ୟୁ କରିଥିଲେ। ସେହି ଫିଲ୍ମ ପୂର୍ବରୁ ନିର୍ଦ୍ଦେଶକ ଉମେଶ ମେହେରାଙ୍କ ଫିଲ୍ମ ‘ହମାରେ ତୁମ୍‌ହାରେ’ରେ ସପୋର୍ଟିଂ ରୋଲ୍‌ କରିଥିଲେ। ୧୯୮୩ରେ ଫିଲ୍ମ ‘ୱ ସାତ ଦିନ’ରେ ସେ ଲିଡ୍‌ କଳାକାର ଭାବେ ଅଭିନୟ କରିଥିଲେ।

 

Related story