ପେସାରେ ଅଭିନେତା, କିନ୍ତୁ ଫିଲ୍ମ ଦେଖିବାକୁ ପସନ୍ଦ କରୁ ନଥିଲେ

ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ‘ଜାନୀ’ ନାଁରେ ମଧ୍ୟ ପରିଚିତ। ତାଙ୍କର ଡାଏଲଗ୍‌ ତାଙ୍କୁ ଦେଇଥିଲା ଏକ ବିଶେଷ ପରିଚିତ। ସିନେ ପ୍ରେମୀମାନେ ତାଙ୍କ କଥା କହିବା ଷ୍ଟାଇଲ ଓ ତାଙ୍କ ଭଏସ୍‌କୁ ଆଜି ଯାଏଁ ଭୁଲି ନଥିବେ! ସେ ହେଉଛନ୍ତି ରାଜ କୁମାର। ପାଖାପାଖି ୬୦ ଟି ଫିଲ୍ମରେ ସେ ଅଭିନୟ କରିଥିଲେ। ଆଜି ଜାଣିବା ଏହି ମହାନ କଳାକାରଙ୍କ ସଂପର୍କରେ କିଛି କଥା। – ରାଜ କୁମାର ୧୯୨୬ ମସିହା ଅକ୍ଟୋବର ୮ରେ ବେଲୁଚିସ୍ତାନ (ପାକିସ୍ତାନ)ରେ […]

rajkumarcopy

Ordigital Desk
  • Published: Tuesday, 19 December 2017
  • , Updated: 19 December 2017, 01:11 PM IST

ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ‘ଜାନୀ’ ନାଁରେ ମଧ୍ୟ ପରିଚିତ। ତାଙ୍କର ଡାଏଲଗ୍‌ ତାଙ୍କୁ ଦେଇଥିଲା ଏକ ବିଶେଷ ପରିଚିତ। ସିନେ ପ୍ରେମୀମାନେ ତାଙ୍କ କଥା କହିବା ଷ୍ଟାଇଲ ଓ ତାଙ୍କ ଭଏସ୍‌କୁ ଆଜି ଯାଏଁ ଭୁଲି ନଥିବେ! ସେ ହେଉଛନ୍ତି ରାଜ କୁମାର। ପାଖାପାଖି ୬୦ ଟି ଫିଲ୍ମରେ ସେ ଅଭିନୟ କରିଥିଲେ। ଆଜି ଜାଣିବା ଏହି ମହାନ କଳାକାରଙ୍କ ସଂପର୍କରେ କିଛି କଥା।

- ରାଜ କୁମାର ୧୯୨୬ ମସିହା ଅକ୍ଟୋବର ୮ରେ ବେଲୁଚିସ୍ତାନ (ପାକିସ୍ତାନ)ରେ ଏକ କାଶ୍ମୀରୀ ପଣ୍ଡିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।

- ରାଜ କୁମାରଙ୍କ ପ୍ରକୃତ ନାଁ କୁଳ ଭୂଷଣ ପଣ୍ଡିତ। ଶ୍ରଦ୍ଧାରେ ଲୋକେ ତାଙ୍କୁ ‘ଜାନୀ’ ବୋଲି ଡାକୁଥିଲେ।

- ରାଜ କୁମାର ୧୯୪୦ରେ ମୁମ୍ବାଇ ଆସିଥିଲେ। ସେଠାରେ ସେ ପୋଲିସ୍‌ ସବ୍‌ ଇନ୍‌ସ୍‌ପେକ୍ଟର ଭାବେ କାମ କରିଥିଲେ।

- ରାଜକୁମାର ଜେନିଫରଙ୍କୁ ବିବାହ କରିଥିଲେ। ବିବାହ ପରେ ଜେନିଫର ନିଜ ନାଁ ବଦଳାଇ ଗାୟତ୍ରୀ ରଖିଥିଲେ। ଜେନିଫର ପେସାରେ ଜଣେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ। ତାଙ୍କର ୨ଟି ପୁଅ ଓ ଗୋଟିଏ ଝିଅ। ପୁଅ ପୁରୁ ରାଜକୁମାର ଓ ପାଣିନୀ ରାଜ କୁମାରଙ୍କୁ ଆପଣମାନେ ଜାଣିଥିବେ।

- ୧୯୫୨ରେ ରାଜ କୁମାର ଫିଲ୍ମରେ ଏଣ୍ଟ୍ରି କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ରଙ୍ଗୀଲି’। ଏହା ପରେ ‘ଅବସର’, ‘ଘମଣ୍ଡ’ ଓ ‘ଲାଖୋ ମେଁ ଏକ’ ଭଳି ଫିଲ୍ମ କରିଥିଲେ। କିନ୍ତୁ ୧୯୫୭ରେ ଆସିଥିବା ଫିଲ୍ମ ‘ନୈଶୋରୱାନ-ଏ-ଆଦିଲ’ ଫିଲ୍ମ ପାଇଁ ତାଙ୍କୁ ଖୁବ୍‌ ଲୋକପ୍ରିୟତା ମିଳିଥିଲା।

- ରାଜ କୁମାରଙ୍କ ଫିଲ୍ମ ‘ମଦର ଇଣ୍ଡିଆ’ ସମସ୍ତଙ୍କ ମନକୁ ଛୁଇଁଥିଲା। ସେଥିରେ  ସେ ଅଭିନେତ୍ରୀ ନର୍ଗୀସଙ୍କ ବିପକ୍ଷରେ ନଜର ଆସିଥିଲେ।

- ରାଜକୁମାର ୧୯୬୭ ରେ ଫିଲ୍ମ‘ ହମରାଜ’ ଓ ୧୯୬୮ରେ ‘ନୀଲକମଲ’ ଫିଲ୍ମରେ ଅଭିନୟ କରିଥିଲେ।

- ଫିଲ୍ମ ଲାଇନ୍‌କୁ ଆସିବା ପୂର୍ବରୁ ରାଜ କୁମାରଙ୍କୁ ଫିଲ୍ମ ଦେଖିବାକୁ ଆଦୌ ଭଲ ଲାଗୁ ନଥିଲା। ଅଭିନେତା ହେବା ପରେ ମଧ୍ୟ ଫିଲ୍ମ ଦେଖିବାକୁ ସେ ପସନ୍ଦ କରୁ ନଥିଲେ।

-  ତାଙ୍କର  ପ୍ରସିଦ୍ଧ ଫିଲ୍ମ ମଧ୍ୟରେ ରହିଛି  ‘ପାକିଜା’, ‘ୱକ୍ତ’, ଓ ‘ସୌଦାଗର’। ସେ ଦିଲୀପ କୁମାରଙ୍କ ସହ ଫିଲ୍ମ ‘ସୌଦାଗର’ କରିଥିଲେ। କିନ୍ତୁ ଖବର ମୁତାବକ ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ବେଶି କଥା ବାର୍ତ୍ତା ହେଉ ନଥିଲା।

- ଥ୍ରୋଟ୍ କ୍ୟାନ୍‌ସର(ଗଳା କର୍କଟ) ହେବା କାରଣରୁ ୧୯୯୬ ମସିହା ଜୁଲାଇ ୩ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା।  ସେତେବେଳେ ତାଙ୍କୁ ୬୯ ବର୍ଷ ହୋଇଥିଲା।

Related story