ହ୍ୱାଟସଅପରେ ସବୁବେଳେ କାହା ସହ ଗପନ୍ତି କୃତି ?

ଆଜିକାଲି ସମସ୍ତେ ବ୍ୟସ୍ତ ରହୁଛନ୍ତି ହ୍ୱାଟସଅପରେ। ଟିକେ ଫାଙ୍କା ମିଳିଲେ ହ୍ୱାଟସଅପରେ ଚାଲେ ଚାଟିଂ। ଲୋକପ୍ରିୟ ହିରୋ ହିରୋଇନ୍ ମଧ୍ୟ ଏଥିରୁ ବାଦ୍ ପଡ଼ନ୍ତିନି । ବଲିଉଡ ଷ୍ଟାରଙ୍କ କଥା ତ ନକହିବା ଭଲ , ଷ୍ଟାର୍ ବାବୁ ବାବୁଆଣୀମାନେ ହ୍ୱାଟସଅପରେ ଫୁଲ୍ ବିଜି। ଯେମିତି ଅଭିନେତ୍ରୀ କୃତି ସେନନ୍ । ଆଜିକାଲି ମ୍ୟାଡମଙ୍କର ଅଧିକାଂଶ ସମୟ ବିତୁଛି ହ୍ୱାଟସଅପରେ । ସେଥିରେ ସେ କାହାସହ ଗପୁଛନ୍ତି ଜାଣିଛନ୍ତି ? ସବୁବେଳେ ଜଣେ ବଲିଉଡ ଷ୍ଟାରଙ୍କ ସହ କଥା […]

kriti sanon

Rakesh Mallick
  • Published: Saturday, 01 July 2017
  • , Updated: 01 July 2017, 03:02 PM IST

ଆଜିକାଲି ସମସ୍ତେ ବ୍ୟସ୍ତ ରହୁଛନ୍ତି ହ୍ୱାଟସଅପରେ। ଟିକେ ଫାଙ୍କା ମିଳିଲେ ହ୍ୱାଟସଅପରେ ଚାଲେ ଚାଟିଂ। ଲୋକପ୍ରିୟ ହିରୋ ହିରୋଇନ୍ ମଧ୍ୟ ଏଥିରୁ ବାଦ୍ ପଡ଼ନ୍ତିନି । ବଲିଉଡ ଷ୍ଟାରଙ୍କ କଥା ତ ନକହିବା ଭଲ , ଷ୍ଟାର୍ ବାବୁ ବାବୁଆଣୀମାନେ ହ୍ୱାଟସଅପରେ ଫୁଲ୍ ବିଜି। ଯେମିତି ଅଭିନେତ୍ରୀ କୃତି ସେନନ୍ । ଆଜିକାଲି ମ୍ୟାଡମଙ୍କର ଅଧିକାଂଶ ସମୟ ବିତୁଛି ହ୍ୱାଟସଅପରେ । ସେଥିରେ ସେ କାହାସହ ଗପୁଛନ୍ତି ଜାଣିଛନ୍ତି ? ସବୁବେଳେ ଜଣେ ବଲିଉଡ ଷ୍ଟାରଙ୍କ ସହ କଥା ହେଉଛନ୍ତି ବୋଲି ସେ ନିଜେ ହିଁ କହିଛନ୍ତି। ଆପଣଙ୍କ ମନରେ ସନ୍ଦେହ ହେବଣି ଯେ, ସେ ଷ୍ଟାର ଜଣକ କିଏ । ହେବାବି ସ୍ୱଭାବିକ । ଏମିତି କାହା ସହ ସେ ଏତେ ସମୟ ଧରି ବ୍ୟକ୍ତିଗତ କଥା ହେଉଛି ଜାଣିଛନ୍ତି, ସେ ଷ୍ଟାର ଆଉ କେହି ନୁହେଁ, ସେ ହେଉଛନ୍ତି ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀ । ଚମକି ପଡ଼ିଲେ ନା । ଆପଣ ନିଶ୍ଚିତ ଭାବୁଥିଲେ ଯେ ସେ କୌଣସି ପୁଅ ଷ୍ଟାରଙ୍କ ସହ କଥା ହେଉଛନ୍ତି। ନା । କ୍ରିତି ହ୍ୱାଟସଅପରେ ସବୁଠୁ ଅଧିକ ସମୟ ଆଥିୟାଙ୍କ ସହ ହିଁ କଥା ହେଉଥିବାର ସେ କହିଛନ୍ତି।

ବଲିଉଡରେ କାହାକୁ ସଥୀ କରିବା ଏତେ ସହଜ ନୁହେଁ। ଆଥିୟାକୁ ସେ ଛୋଟବେଳୁ ଜାଣି ନଥିଲେ କିନ୍ତୁ ତାଙ୍କ ସହ ବନ୍ଧୁତା ଦୃଢ ହୋଇଯାଇଛି। କ୍ରିତି କହିଛନ୍ତି, ଆଥିୟାଙ୍କ ସ୍ୱଭାବ ତାଙ୍କର ବହୁତ ପସନ୍ଦ। ସେଥିପାଇଁ ସେ ତାଙ୍କ ସହ ହ୍ୱାଟସଅପରେ ଗପିବାକୁ ଭଲ ପାଆନ୍ତି।

Related story