ଦୀପିକାଙ୍କ ନାକ କାନ କାଟିଲେ ମିଳିବ ଏକ କୋଟି ଟଙ୍କା!

ମୁମ୍ବାଇ: ଅନେକ ବାଦ ବିବାଦ ମଧ୍ୟରେ ସଞ୍ଜୟ ଲୀଲା ଭଂଶାଲୀଙ୍କ ‘ପଦ୍ମାବତ୍‌’ ଗୁରୁବାର ରିଲିଜ୍‌ ହୋଇ ସାରିଥିଲେ ମଧ୍ୟ ବିବାଦ ଥମିବାର ନାଁ ନେଉ ନାହିଁ। କରଣୀ ସେନା ପରେ ଏବେ କ୍ଷେତ୍ରୀୟ ମହାସଭାର ଅଧ୍ୟକ୍ଷ ଗଜେନ୍ଦ୍ର ସିଂହ ‘ପଦ୍ମାବତ’ ବିରୋଧରେ ଅଣ୍ଟା ଭିଡିଛନ୍ତି। ଏ.ଏନ୍‌.ଆଇର ରିପୋର୍ଟ ମୁତାବିକ୍‌ ଗଜେନ୍ଦ୍ର ସିଂହ ଘୋଷଣା କରିଛନ୍ତି ଯେ, ଦୀପିକାଙ୍କ ନାକ କାନ ଯିଏ କାଟି ଆଣିଦବ ତାକୁ ଏକ କୋଟି ଟଙ୍କା ପୁରସ୍କାର ଦିଆଯିବ। କୁହାଯାଉଛି ଯେ, ଦୀପିକାଙ୍କୁ […]

deepika-padukon

Rakesh Mallick
  • Published: Friday, 26 January 2018
  • , Updated: 26 January 2018, 10:03 AM IST

ମୁମ୍ବାଇ: ଅନେକ ବାଦ ବିବାଦ ମଧ୍ୟରେ ସଞ୍ଜୟ ଲୀଲା ଭଂଶାଲୀଙ୍କ ‘ପଦ୍ମାବତ୍‌’ ଗୁରୁବାର ରିଲିଜ୍‌ ହୋଇ ସାରିଥିଲେ ମଧ୍ୟ ବିବାଦ ଥମିବାର ନାଁ ନେଉ ନାହିଁ। କରଣୀ ସେନା ପରେ ଏବେ କ୍ଷେତ୍ରୀୟ ମହାସଭାର ଅଧ୍ୟକ୍ଷ ଗଜେନ୍ଦ୍ର ସିଂହ ‘ପଦ୍ମାବତ’ ବିରୋଧରେ ଅଣ୍ଟା ଭିଡିଛନ୍ତି। ଏ.ଏନ୍‌.ଆଇର ରିପୋର୍ଟ ମୁତାବିକ୍‌ ଗଜେନ୍ଦ୍ର ସିଂହ ଘୋଷଣା କରିଛନ୍ତି ଯେ, ଦୀପିକାଙ୍କ ନାକ କାନ ଯିଏ କାଟି ଆଣିଦବ ତାକୁ ଏକ କୋଟି ଟଙ୍କା ପୁରସ୍କାର ଦିଆଯିବ। କୁହାଯାଉଛି ଯେ, ଦୀପିକାଙ୍କୁ ଏଭଳି ଧମକ ମିଳିବା ନୂଆ ନୁହେଁ । ପୂର୍ବରୁ ମଧ୍ୟ ତାଙ୍କୁ ଏଭଳି ଧମକ ମିଳିସାରିଛି।

ବହୁ ସ୍ଥାନରେ ହୋଇନି ରିଲିଜ୍‌

ବିହାରର ମୋତିହାରିରେ କରଣୀ ସେନା ଓ ସ୍ୱର୍ଣ୍ଣ ସେନା ହାଇୱେ ବ୍ଲକ କରିଥିଲେ। ତେଣୁ ପରିସ୍ଥିତି ଅସନ୍ତୁଳନ ହେବା କାରଣରୁ ସିନେମା ମାଲିକ ଫିଲ୍ମକୁ ଦୁଇ ଦିନ ପର୍ଯ୍ୟନ୍ତ ନଦେଖେଇବାକୁ ନିଷ୍ପତ୍ତି ନେଇଛନ୍ତି।

ୟୁପିର ଲଲିତ୍‌ପୁର, ମିର୍ଜାପୁର ଓ ଜୋନପୁରରେ ପରିସ୍ଥିତିକୁ ଆଖି ଆଗରେ ରଖି ରିଲିଜ୍ ନ କରିବାକୁ ନିଷ୍ପତ୍ତି ନିଆଯାଇଛି।

Related story