ଓସମା ବିନ୍ ଲାଡେନ୍ ମରିଗଲାଣି। ତଥାପି ସିଆଇଏ ଟିମ୍ ତାକୁ ଏପର୍ଯ୍ୟନ୍ତ ଭୁଲି ପାରିନାହାଁନ୍ତି । ସିଆଇଏର ନୂଆ ଖୁଲାସା ଅନୁସାରେ ଲାଡେନ୍କୁ ବଲିଉଡ ଗୀତ ବହୁତ ପସନ୍ଦ ଥିଲା। ଖାସକରି କୁମାର ସାନୁ, ଅଲକା ଅଗ୍ନୀଙ୍କ ଗୀତର ସେ ପାଗଳ ଥିଲା।
ଆମେରିକା ଖୁଫିଆ ଏଜେନ୍ସି ସିଆଇଏ ଲାଡେନ୍ ସହ ଜଡିତ ୪ ଲକ୍ଷ ୭୦ ହଜାର ଫାଇଲ ପାଇଛି। ଏହି ଫାଇଲ୍ ପାକିସ୍ତାନର ଏବୋଟ୍ଟାବାଦରେ ଥିବା ବିଲାଲ ଟାଉନ ବାସଭବନରୁ ଏନକାଉଣ୍ଟର ସମୟରେ ମିଳିଥିଲା।
ମିଳିଥିବା ଫାଇଲ୍ରୁ ପ୍ରାୟ କାର୍ଟୁନ ଭିଡିଓ ‘ଟମ୍ ଆଣ୍ଡ ଜେରି’ ଓ କିଛି ବ୍ଲୁ-ଫିଲ୍ମ ମଧ୍ୟ ଥିଲା। ତାଙ୍କ ଘରୁ ଜବତ କରାଯାଇଥିବା ଲାପଟପ୍ ଓ କମ୍ପ୍ୟୁଟରରୁ ଏସବୁର ସନ୍ଧାନ ମିଳିଛି ।
ଏଥିସହ କିଛି ବଲିଉଡ ଗୀତର କଲେକସନ୍ ମଧ୍ୟ ଥିଲା। ଯେମିତି କି, 'ଅଜନ ବି ମୁଝୁକୋ ଇତନା ବତା', 'ତୁ ଚାନ୍ଦହେ ପୁନମ୍ କା', ଏବଂ ସଲମାନ ଓ ମାଧୁରୀଙ୍କ ଫିଲ୍ମ ଗୀତ।ଏଥିରେ ଟ୍ୱିଙ୍କଲ ଟ୍ୱିଙ୍କଲ ଲିଟିଲ ଷ୍ଟାର ମଧ୍ୟ ଶୁଣୁଥିଲା ଲାଡେନ।
ଆହୁରି ମଧ୍ୟ ପଢନ୍ତୁ: ବାସ୍ତବରେ ‘ଏଲିଅନ୍’ ଦେଖିବାକୁ କେମିତି ?