ଡିନର ଡେଟ୍‌ରେ ଯିବାପାଇଁ ବାହାରୁଥିଲେ, ହେଲେ ବାଥ୍‌ରୁମ୍‌ରୁ ଫେରିଲେନି

ମୁମ୍ବାଇ: ସେଦିନ ରଙ୍ଗିନ ହେବାକୁ ଥିଲା ରାତି। ବୋନି କପୁରଙ୍କ ଯୋଜନା ଥିଲା ଶ୍ରୀଦେବୀଙ୍କୁ ସର୍‌ପ୍ରାଇଜ୍‌ ଦେବେ। ଡ୍ରିମ୍‌ ଡିନର ଡେଟ୍‌ର ପ୍ଳାନ କରିଥିଲେ ଖାସ୍‌ ଶ୍ରୀଦେବୀଙ୍କ ପାଇଁ। ଡେରି ନ କରି ସେ ପହଁଚିଥିଲେ ଶ୍ରୀଦେବୀଙ୍କ ପାଖରେ। ହୋଟେଲ୍‌ ରୁମ୍‌ରେ ପହଁଚି ୧୫ମିନିଟ୍‌ କିଛି କଥାବାର୍ତ୍ତା ହେବା ପରେ ସେ ଶ୍ରୀଦେବୀଙ୍କୁ ତୁରନ୍ତ ରେଡି ହୋଇଯିବାକୁ କହିଲେ। ସ୍ୱାମୀଙ୍କ କଥା ମାନି ରେଡି ହେବାପାଇଁ ଶ୍ରୀଦେବୀ ଚାଲିଗଲେ ବାଥ୍‌ରୁମ୍‌କୁ। ବାହାରେ ସ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ ବୋନି। […]

shreedevi

Rakesh Mallick
  • Published: Monday, 26 February 2018
  • , Updated: 26 February 2018, 06:56 PM IST

ମୁମ୍ବାଇ: ସେଦିନ ରଙ୍ଗିନ ହେବାକୁ ଥିଲା ରାତି। ବୋନି କପୁରଙ୍କ ଯୋଜନା ଥିଲା ଶ୍ରୀଦେବୀଙ୍କୁ ସର୍‌ପ୍ରାଇଜ୍‌ ଦେବେ। ଡ୍ରିମ୍‌ ଡିନର ଡେଟ୍‌ର ପ୍ଳାନ କରିଥିଲେ ଖାସ୍‌ ଶ୍ରୀଦେବୀଙ୍କ ପାଇଁ। ଡେରି ନ କରି ସେ ପହଁଚିଥିଲେ ଶ୍ରୀଦେବୀଙ୍କ ପାଖରେ। ହୋଟେଲ୍‌ ରୁମ୍‌ରେ ପହଁଚି ୧୫ମିନିଟ୍‌ କିଛି କଥାବାର୍ତ୍ତା ହେବା ପରେ ସେ ଶ୍ରୀଦେବୀଙ୍କୁ ତୁରନ୍ତ ରେଡି ହୋଇଯିବାକୁ କହିଲେ। ସ୍ୱାମୀଙ୍କ କଥା ମାନି ରେଡି ହେବାପାଇଁ ଶ୍ରୀଦେବୀ ଚାଲିଗଲେ ବାଥ୍‌ରୁମ୍‌କୁ। ବାହାରେ ସ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ ବୋନି। ୫ମିନିଟ୍‌ ଗଲା, ୧୦ମିନିଟ୍‌ ଗଲା, ଏମିତି ଗଡ଼ିଥିଲା ସମୟ। ଡ୍ରିମ୍‌ ଡିନରକୁ ବାକି ଥିଲା ଆଉ କିଛି କ୍ଷଣ, ସରପ୍ରାଇଜ୍‌ ଖୋଲି ନଥିଲା। କିନ୍ତୁ ଶ୍ରୀଦେବୀ ବାଥ୍‌ରୁମ୍‌ରୁ ହିଁ ବାହାରିଲେନି। ବୋନି ବାରମ୍ବାର ଡାକିଲେ କିନ୍ତୁ ସେ କିଛି ଉତ୍ତର ଦେଲେନି। ବୋନି ବାଥ୍‌ରୁମ୍‌ର କବାଟ ବାଡେଇବା ଆରମ୍ଭ କଲେ, କିନ୍ତୁ ଶ୍ରାଦେବୀ କବାଟ ଖୋଲିଲେ ନାହିଁ। ଡରିଗଲେ ବୋନି। ଆଘାତ ଦେଇ ଯେମିତି ସେମିତି ବାଥ୍‌ରୁମ୍‌ର କବାଟ ଖୋଲିଲେ। କବାଟ ଖୋଲିଲା ପରେ ଦେଖିଲେ ବାଥ୍‌ଟବ୍‌ରେ ବେହୋସ ପଡିଛନ୍ତି। ଅନେକ ଡାକିବା ପରେ  ଆଖି ଖୋଲିଲେ ନାହିଁ। ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ ନିଆଗଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କଲେ।

ହୁଏତ ମୃତ୍ୟୁ ସେଠି ହିଁ ଛପିଥିଲା । ନିଶବ୍ଦରେ କିଛି ନକହି ଲୁଟିନେଲା ନିଶ୍ୱାସ। ଏତେ ପାଖରେ ଥାଇ ମଧ୍ୟ ବୋନିଙ୍କୁ ଟିକେବି ଆଭାସ୍‌ ହେଲାନି ଯେ ସ୍ତ୍ରୀ କେଇ ହାତ ଦୂରରେ ଥାଇ ଛଟପଟ ହେଉଛନ୍ତି। ଆଉ ଏଇଠି ଅଧା ରହିଯାଇଥିଲା ଡ୍ରିମ୍‌ ଡିନର ଡେଟ୍‌। ସସ୍‌ପେନ୍ସରେ ରହିଗଲେ ଚାନ୍ଦିନୀ।

 

 

 

 

Related story