ଏମିତି ଥିଲା ଶଶୀଙ୍କ ଶେଷ ଦୃଶ୍ୟ

ମୁମ୍ବାଇ: ବଲିଉଡ୍‌ର ଆକାଶକୁ ଆମାବାସ୍ୟାର ଅନ୍ଧାର ଦେଇ ସବୁଦିନ ପାଇଁ ବିଦାୟ ନେଲେ ଶଶୀ କପୁର। ଦୀର୍ଘଦିନ ଧରି ଅସୁସ୍ଥ ଥିବା ଶଶୀ କପୁରଙ୍କର ସୋମବାର ମୁମ୍ବାଇର କୋକିଲାବେନ୍ ହସ୍‌ପିଟାଲ୍‌ରେ ତାଙ୍କର ୭୯ ବର୍ଷରେ ପରଲୋକ ହୋଇଥିଲା। ରାଜକୀୟ ସମ୍ମାନ ସହିତ ମୁମ୍ବାଇର ସାଣ୍ଟାକ୍ରୁଜ ହିନ୍ଦୁ କ୍ରିମାଟେରିୟମରେ ଆଜି ତାଙ୍କର ଅନ୍ତ୍ୱେଷ୍ଟିକ୍ରିୟା କରାଯାଇଛି। ତାଙ୍କ ଅନ୍ତ୍ୱେଷ୍ଟିକ୍ରିୟାରେ ପରିବାର ବର୍ଗଙ୍କ ସହିତ ବଲିଉଡର ବହୁ ନାମୀଦାମୀ କଳାକାର ସାମିଲ୍ ହୋଇଥିଲେ। ଆଜି ସକାଳ ୧୦ଟା ବେଳେ ଶଶୀ କପୁରଙ୍କ […]

Sashi Image

Rakesh Mallick
  • Published: Tuesday, 05 December 2017
  • , Updated: 05 December 2017, 07:21 PM IST

ମୁମ୍ବାଇ: ବଲିଉଡ୍‌ର ଆକାଶକୁ ଆମାବାସ୍ୟାର ଅନ୍ଧାର ଦେଇ ସବୁଦିନ ପାଇଁ ବିଦାୟ ନେଲେ ଶଶୀ କପୁର। ଦୀର୍ଘଦିନ ଧରି ଅସୁସ୍ଥ ଥିବା ଶଶୀ କପୁରଙ୍କର ସୋମବାର ମୁମ୍ବାଇର କୋକିଲାବେନ୍ ହସ୍‌ପିଟାଲ୍‌ରେ ତାଙ୍କର ୭୯ ବର୍ଷରେ ପରଲୋକ ହୋଇଥିଲା। ରାଜକୀୟ ସମ୍ମାନ ସହିତ ମୁମ୍ବାଇର ସାଣ୍ଟାକ୍ରୁଜ ହିନ୍ଦୁ କ୍ରିମାଟେରିୟମରେ ଆଜି ତାଙ୍କର ଅନ୍ତ୍ୱେଷ୍ଟିକ୍ରିୟା କରାଯାଇଛି। ତାଙ୍କ ଅନ୍ତ୍ୱେଷ୍ଟିକ୍ରିୟାରେ ପରିବାର ବର୍ଗଙ୍କ ସହିତ ବଲିଉଡର ବହୁ ନାମୀଦାମୀ କଳାକାର ସାମିଲ୍ ହୋଇଥିଲେ।

ଆଜି ସକାଳ ୧୦ଟା ବେଳେ ଶଶୀ କପୁରଙ୍କ ପାର୍ଥିବ ଶରୀରକୁ ଆମ୍ବୁଲାନ୍ସ ଯୋଗେ ତାଙ୍କ ବାସଭବନ ‘ଜାନକୀ କୁଟୀର’କୁ ଆଣାଯାଇଥିଲା। ଅନ୍ତିମ ଦର୍ଶନ ପାଇଁ ତାଙ୍କ ମୃତଦେହକୁ କିଛି ସମୟ ପାଇଁ ‘ପୃଥିବୀ ଥିଏଟର’ରେ ରଖାଯାଇଥିଲା। ଏହାପରେ ତାଙ୍କ ଶରୀରକୁ ତ୍ରିରଙ୍ଗାରେ ଘୋଡ଼ାଇ ସାଣ୍ଟାକ୍ରୁଜ ଶ୍ମଶାନକୁ ଆଣାଯାଇଥିଲା। ସେଠାରେ ତାଙ୍କୁ ତୋପ ସଲାମୀ ଦେଇଥିଲା ମୁମ୍ବାଇ ପୋଲିସ୍। ୨୦୧୧ରେ ଶଶୀ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ତରଫରୁ ତାଙ୍କର ଅନ୍ତିମ ଯାତ୍ରାରେ ଏଭଳି ସମ୍ମାନ ଦିଆଯାଇଥିଲା।

ଅନ୍ତିମ ଦର୍ଶନ ପାଇଁ ବଲିଉଡ୍‌ର ଭିଡ଼: ଶଶୀ କପୁରଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବଲିଉଡ୍‌ରୁ କଳାକାରଙ୍କ ସୁଅ ଛୁଟିଥିଲା। ସେମାନଙ୍କ ମଧ୍ୟରେ ଥିଲେ ବିଗ୍‌ ବି ଅମିତାଭ ବଚ୍ଚନ, ତାଙ୍କର ପୂରା ପରିବାର, ଶାହାରୁଖ ଖାନ୍‌, ଶ୍ୱେତା ନନ୍ଦା, କାଜୋଲ୍, ରଣବୀର, କରୀନା, ସୈଫ ଅଲ୍ଲୀ ଖାନ୍‌, ବୋନି କପୁର, ରିଷି କପୁର, ରାଣୀ ମୁଖାର୍ଜୀ, ରତ୍ନା ପାଠକ୍‌ ଓ ନସିରୁଦ୍ଦିନ ଶାହ।

Related story