ମୁମ୍ବାଇ: ଫିଲ୍ମ ହେଉକି ଗୀତ ଆଜିକାଲି ସବୁ ପୁରୁଣା ଜନିଷକୁ ନୂଆ ଢାଞ୍ଚାରେ ପ୍ରସ୍ତୁତ କରାଯାଉଛି। ପୁରୁଣା ଗୀତକୁ ରିମେକ୍ କରିବା ଆଜିକାଲି ଏକ ଟ୍ରେଣ୍ଡ ହେଇଗଲାଣି। କିନ୍ତୁ ଏହା କେତେ ଦୂର ଠିକ୍ ତାକୁ ନେଇ ଦ୍ୱିମତ ରହିଛି। କେହି ଏହାକୁ ସମର୍ଥନ କରୁଛନ୍ତି ତ ଆଉ କେହି ବିରୋଧ କରୁଛନ୍ତି। ନିକଟରେ ଏକ ଖବର କାଗଜରେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସାକ୍ଷାତକାର ପ୍ରକାଶ ପାଇଥିଲା। ଏଥିରେ ତାଙ୍କୁ ଗୀତ ରିମେକ୍ ସଂପର୍କରେ ପଚରା ଯାଇଥିଲା। ପୁରୁଣା ଗୀତକୁ ରିମେକ୍ କରାଯିବା କଥାକୁ ସେ ପସନ୍ଦ କରି ନାହାନ୍ତି।
ଲତା ଏଥିରେ କହିଥିଲେ,“ମୋ ମତରେ ପୁରୁଣା ଗୀତର ରିମେକ୍ କରିବା ଠିକ୍ କଥା ନୁହେଁ। ସେ ଗୀତ ଗୁଡ଼ିକୁ ସଂଗୀତ ଦୁନିଆର ବଡ଼ ବଡ଼ ମହରାଥୀମାନେ ଲେଖିଥିଲେ ଓ ଗାଇ ଥିଲେ। ସେଗୁଡ଼ିକୁ ବଦଳାଇବା ଠିକ୍ ନୁହେଁ।”
ଏନେଇ ବି ଲତାଙ୍କୁ ତାଙ୍କ ମତାମତ ପଚରା ଯାଇଥିଲା। ସେ କହିଥିଲେ,“ମୁଁ ଏଥିରେ ଖୁସି ନାହିଁ। ମୁଁ ଏହାକୁ ଶୁଣିନି କି ଶୁଣିବାକୁ ଚାହୁଁନି।”