‘ଜଲି ଏଲଏଲବି୨’କୁ ବାଟା କମ୍ପାନୀର ଲିଗାଲ୍‌ ନୋଟିସ୍‌

ମୁମ୍ବାଇ: ଅକ୍ଷୟ କୁମାରଙ୍କ ‘ଜଲି ଏଲଏଲବି ୨’ କୁ ‘ବାଟା’ କମ୍ପାନୀ ତରଫରୁ ପଠାଗଲା ଲିଗାଲ ନୋଟିସ୍‌।  ଫିଲ୍ମର ଟ୍ରେଲରେ ‘ବାଟା’ କମ୍ପାନୀକୁ ନେଇ ଉପହାସ କରାଯାଇଛି ବୋଲି କମ୍ପାନୀ ତରଫରୁ ଅଭିଯୋଗ ହୋଇଛି। ନିକଟରେ ରିଲିଜ ହୋଇଥିବା ‘ଜଲି ଏଲଏଲବି ୨’ ଟ୍ରେଲରେ ଅନ୍ନୁ କପୁର ଅକ୍ଷୟ କୁମାରଙ୍କୁ ‘ବାଟା’ କମ୍ପାନୀର ଜୋତାକୁ ନେଇ ଉପହାସ କରୁଥିବା ଦେଖାଯାଇଛି ଯାହାକୁ ଆଧାର କରି ସମସ୍ତ ପ୍ରକାର ଅନଲାଇନ୍‌ ଏବଂ ସିନେମା ହଲରେ ଟ୍ରେଲର ହଟାଇବାକୁ ବାଟା […]

akshay-kumar

Rakesh Mallick
  • Published: Saturday, 24 December 2016
  • , Updated: 24 December 2016, 06:56 PM IST

ମୁମ୍ବାଇ: ଅକ୍ଷୟ କୁମାରଙ୍କ ‘ଜଲି ଏଲଏଲବି ୨’ କୁ ‘ବାଟା’ କମ୍ପାନୀ ତରଫରୁ ପଠାଗଲା ଲିଗାଲ ନୋଟିସ୍‌।  ଫିଲ୍ମର ଟ୍ରେଲରେ ‘ବାଟା’ କମ୍ପାନୀକୁ ନେଇ ଉପହାସ କରାଯାଇଛି ବୋଲି କମ୍ପାନୀ ତରଫରୁ ଅଭିଯୋଗ ହୋଇଛି।

ନିକଟରେ ରିଲିଜ ହୋଇଥିବା ‘ଜଲି ଏଲଏଲବି ୨’ ଟ୍ରେଲରେ ଅନ୍ନୁ କପୁର ଅକ୍ଷୟ କୁମାରଙ୍କୁ ‘ବାଟା’ କମ୍ପାନୀର ଜୋତାକୁ ନେଇ ଉପହାସ କରୁଥିବା ଦେଖାଯାଇଛି ଯାହାକୁ ଆଧାର କରି ସମସ୍ତ ପ୍ରକାର ଅନଲାଇନ୍‌ ଏବଂ ସିନେମା ହଲରେ ଟ୍ରେଲର ହଟାଇବାକୁ ବାଟା କମ୍ପାନୀ ତରଫରୁ କୁହାଯାଇଛି। ଏହା ସହିତ କମ୍ପାନୀର ବ୍ରାଣ୍ଡ ଏବଂ ଟ୍ରେଡମାର୍କକୁ ବ୍ୟବହାର କରିଥିବାରୁ ଲିଖିତ ଭାବେ କ୍ଷମା ମାଗିବାକୁ ମଧ୍ୟ କୁହାଯାଇଛି।

ଏହି ନୋଟିସ୍‌ ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକ ସହ ଅକ୍ଷୟ କୁମାର ଏବଂ ଅନ୍ନୁ କପୁରଙ୍କ ନିକଟକୁ ମଧ୍ୟ ପଠାଯାଇଛି।

Related story