Advertisment

ବ୍ରାଜିଲ ରାଷ୍ଟ୍ରପତିଙ୍କ ଅଭିଯୋଗ, ଅଭିନେତା ଲିଓନାର୍ଡୋଙ୍କ ପାଇଁ ଆମାଜନ୍‌ ଜଙ୍ଗଲରେ ନିଆଁ ଲାଗିଥିଲା

ନୂଆଦିଲ୍ଲୀ: କିଛି ମାସ ତଳେ ବ୍ରାଜିଲର ଆମାଜନ୍‌ ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ଏଥିଯୋଗୁ ଜଙ୍ଗଲର ଏକ ବଡ଼ ଅଞ୍ଚଳ ନଷ୍ଟ ହୋଇଯାଇଥିଲା। ତେବେ ଏହି ନିଆଁ ଲାଗିବା ଘଟଣାକୁ ନେଇ ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବୋଲସୋନାରୋ ଓସ୍କାର ବିଜେତା ହଲିଉଡ୍‌ ଅଭିନେତା ଲିଓନାର୍ଡୋ ଡିକାପ୍ରିୟୋଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଲିଓନାର୍ଡୋ ଡିକାପ୍ରିୟୋ ଅନେକ ନନ୍‌ ପ୍ରୋଫିଟେବଲ୍‌ ଅର୍ଗାନାଇଜେସନ୍‌କୁ ପାଣ୍ଠି ଯୋଗାଉଛନ୍ତି। ଏହି ପାଣ୍ଠି ଯୋଗୁଁ ହିଁ ଆମାଜନ୍‌ ଜଙ୍ଗଲରେ ନିଆଁ ଲାଗୁଛି। ତେବେ ଏହି ଅଭିଯୋଗକୁ […]

ବ୍ରାଜିଲ ରାଷ୍ଟ୍ରପତିଙ୍କ ଅଭିଯୋଗ, ଅଭିନେତା ଲିଓନାର୍ଡୋଙ୍କ ପାଇଁ ଆମାଜନ୍‌ ଜଙ୍ଗଲରେ ନିଆଁ ଲାଗିଥିଲା

brazil

Advertisment

ନୂଆଦିଲ୍ଲୀ: କିଛି ମାସ ତଳେ ବ୍ରାଜିଲର ଆମାଜନ୍‌ ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ଏଥିଯୋଗୁ ଜଙ୍ଗଲର ଏକ ବଡ଼ ଅଞ୍ଚଳ ନଷ୍ଟ ହୋଇଯାଇଥିଲା। ତେବେ ଏହି ନିଆଁ ଲାଗିବା ଘଟଣାକୁ ନେଇ ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବୋଲସୋନାରୋ ଓସ୍କାର ବିଜେତା ହଲିଉଡ୍‌ ଅଭିନେତା ଲିଓନାର୍ଡୋ ଡିକାପ୍ରିୟୋଙ୍କୁ ଦାୟୀ କରିଛନ୍ତି।

Advertisment

ସେ କହିଛନ୍ତି, ଲିଓନାର୍ଡୋ ଡିକାପ୍ରିୟୋ ଅନେକ ନନ୍‌ ପ୍ରୋଫିଟେବଲ୍‌ ଅର୍ଗାନାଇଜେସନ୍‌କୁ ପାଣ୍ଠି ଯୋଗାଉଛନ୍ତି। ଏହି ପାଣ୍ଠି ଯୋଗୁଁ ହିଁ ଆମାଜନ୍‌ ଜଙ୍ଗଲରେ ନିଆଁ ଲାଗୁଛି। ତେବେ ଏହି ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ରାଷ୍ଟ୍ରପତି ଜୈର୍‌ ବୋଲସୋନାରୋ କୌଣସି ତଥ୍ୟ ଉପସ୍ଥାପନା କରିନାହାନ୍ତି।

ଅନ୍ୟପକ୍ଷରେ ବ୍ରାଜିଲ ରାଷ୍ଟ୍ରପତିଙ୍କର ଏହି ଅଭିଯୋଗ ଉପରେ ଲିଓନାର୍ଡୋ ଡିକାପ୍ରିୟୋ ଏକ ଇନଷ୍ଟାଗ୍ରାମ୍‌ ପୋଷ୍ଟ ଜରିଆରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଲେଖିଛନ୍ତି, ଆମାଜନ୍‌ ଜଙ୍ଗଲରେ ନିଆଁ ଲାଗିବା ପାଇଁ ଯେଉଁ ସଂସ୍ଥା ଦାୟୀ, ସେହି ସଂସ୍ଥାକୁ ସେ କୌଣସି ପାଣ୍ଠି ଯୋଗାଇନାହାନ୍ତି। ଏପରିକି କୌଣସି ନନ୍‌ ପ୍ରୋଫିଟେବଲ୍‌ ଅର୍ଗାନାଇଜେସନ୍‌କୁ ମଧ୍ୟ ସେ ସାହାଯ୍ୟ କରୁନାହାନ୍ତି।

Advertisment

https://www.instagram.com/p/B5fsQ_vFUN3/?utm_source=ig_web_copy_link

ରିପୋର୍ଟ ଅନୁସାରେ ଜୁଲାଇ ଓ ଅଗଷ୍ଟ ମାସରେ ଆମାଜନ୍‌ ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ବ୍ୟାପକ କ୍ଷତି ହୋଇଥିଲା। ଏଥିପାଇଁ ପରିବେଶ ଉପରେ କାମ କରୁଥିବା ଲିଓନାର୍ଡୋଙ୍କ ସଂସ୍ଥା ଆମାଜନ୍ ଜଙ୍ଗଲର ସୁରକ୍ଷା ପାଇଁ ୫୦ ଲକ୍ଷ ଡଲାର ଦେବା ପାଇଁ ଘୋଷଣା କରିଥିଲା। ଗ୍ଲୋବାଲ୍‌ ୱାର୍ମିଂ ଓ ପରିବେଶକୁ ନେଇ ଲିଓନାର୍ଡୋ ସର୍ବଦା ଚିନ୍ତା ପ୍ରକଟ କରିଥା’ନ୍ତି। ଏପରିକି କିଛି ଦିନ ତଳେ ଦିଲ୍ଲୀ ପ୍ରଦୂଷଣକୁ ନେଇ ମଧ୍ୟ ସେ ଚିନ୍ତାବ୍ୟକ୍ତ କରିଥିଲେ।

https://www.instagram.com/p/B5Av6eolKYJ/?utm_source=ig_web_copy_link

ସୂଚନାଯୋଗ୍ୟ, ଆମାଜନ୍‌ ଜଙ୍ଗଲରେ ନିଆଁ ଲାଗିବା ପରେ ବ୍ରାଜିଲର ଏକ ସହର ଅନେକ ଦିନ ପର୍ଯ୍ୟନ୍ତ ଧୂଆଁର ବଳୟ ମଧ୍ୟରେ ରହିଥିଲା। ଆମାଜନ୍ ଜଙ୍ଗଲକୁ ସାରା ବିଶ୍ୱର ଶ୍ୱାସନଳୀ ବୋଲି କୁହାଯାଇଥାଏ। କାରଣ ଏହି ଜଙ୍ଗଲ ବିଶ୍ୱକୁ ୨୦ ପ୍ରତିଶତ ଅମ୍ଳଜାନ ଯୋଗାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe