ମୁମ୍ବାଇ: କରିନା କପୁର ଖାନଙ୍କ ପରେ ଏବେ ଅଭିନେତ୍ରୀ ଲିଜା ହେଡନଙ୍କ ପ୍ରେଗ୍ନେସୀ ଷ୍ଟାଇଲକୁ ବେଶୀ ପସନ୍ଦ କରୁଛନ୍ତି। ଲିଜା ସୋସିଆଲ ମିଡିଆରେ ବେବି ପମ୍ପର ଫଟୋ ପୋଷ୍ଟ କରିଛନ୍ତି।
ଶୁକ୍ରବାର ଲିଜା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ଲିଜା ବାଥଟେବ୍ରେ ଶୋଇଛନ୍ତି ଓ ବେବି ପମ୍ପ ଦେଖାଉଛନ୍ତି। ଲିଜାଙ୍କ ହାତରେ ଗୋଟିଏ ମାଗାଜିନ ରହିଛି। ସେ ରିଲାକ୍ସ ମୁଡରେ ଅଛନ୍ତି।
ଗତ ମାସ ଲିଜା ସ୍ୱାମୀ ଡିନୋ ଲାଲାବାନୀଙ୍କ ସହ ହଲାଣ୍ଡୋ ଯାଇଥିଲେ। ଲିଜା ଏହି ଫଟୋ ସେଠାରେ ଉଠାଇଥିବା ଜଣାପଡୁଛି। କିନ୍ତୁ ଲିଜାଙ୍କର ଏହି ଫଟୋ କୌଣସି ଫିଲ୍ମର ହଟ୍ ସିନ୍ ଠାରୁ କମ୍ ଲାଗୁନାହିଁ।