ଏହି ଅଭିନେତ୍ରୀଙ୍କର ଏକ ଫିଲ୍ମକୁ ୬୭ଥର ଦେଖିଥିଲେ ପ୍ରସିଦ୍ଧ ପେଣ୍ଟର ଏମ୍.ଏଫ୍. ହୁସେନ୍

ମୁମ୍ବାଇ :ବଲିଉଡ୍‌ର  ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷୀତ ସବୁବେଳେ ନିଜ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ସୌନ୍ଦର୍ଯ୍ୟରେ ଟୋକାଙ୍କଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଫିଦା। ଏବେ ହୁଏତ ନୂଆ ପିଢିଙ୍କର ପସନ୍ଦ ବଦଳିଲାଣି, ହେଲେବି ମାଧୁରୀଙ୍କର ଆଜିବି ଅନେକ ଚାର୍ମ। ଆଜି ବି ସେ ଯୁବପିଢ଼ିର ହୃଦୟରେ। ଚମତ୍କାର ଅଭିନୟ ସହ ତାଙ୍କର ଜବରଦସ୍ତ ନାଚ ପାଇଁ ହିନ୍ଦି ଫିଲ୍ମ ଦୁନିଆରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଜିର […]

Rakesh Mallick
  • Published: Friday, 20 October 2017
  • , Updated: 20 October 2017, 04:51 PM IST

ମୁମ୍ବାଇ :ବଲିଉଡ୍‌ର  ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷୀତ ସବୁବେଳେ ନିଜ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ସୌନ୍ଦର୍ଯ୍ୟରେ ଟୋକାଙ୍କଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଫିଦା। ଏବେ ହୁଏତ ନୂଆ ପିଢିଙ୍କର ପସନ୍ଦ ବଦଳିଲାଣି, ହେଲେବି ମାଧୁରୀଙ୍କର ଆଜିବି ଅନେକ ଚାର୍ମ। ଆଜି ବି ସେ ଯୁବପିଢ଼ିର ହୃଦୟରେ। ଚମତ୍କାର ଅଭିନୟ ସହ ତାଙ୍କର ଜବରଦସ୍ତ ନାଚ ପାଇଁ ହିନ୍ଦି ଫିଲ୍ମ ଦୁନିଆରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଜିର ଅଭିନେତ୍ରୀମାନେ ମଧ୍ୟ ତାଙ୍କୁ ନିଜର ଆଦର୍ଶ ବୋଲି ମାନିଥାନ୍ତି। ଏମିତିବି ମଧୁବାଲାଙ୍କ ପରେ ଯଦି ଆଉ କାହା ହସକୁ ନେଇ ଚର୍ଚ୍ଚାହୁଏ ସେ ହେଉଛନ୍ତି ମାଧୁରୀ। ତାଙ୍କ ଅଭିନୀତ ଫିଲ୍ମ ରାମ ଲଖନ, ପରିନ୍ଦା , ସାଜନ, ଖଳନାୟକ, ଦିଲ, ବେଟା, ହମ ଆପକ ହୈ କୌନ, ଦିଲ ତୋ ପାଗଲ ହୈ, ଲଜ୍ଜା, ପୁକାର, ଦେବଦାସ, ପରି ଫିଲ୍ମ କରି ସମସ୍ତଙ୍କ ମନ କିଣି ନେଇଥିଲେ। ତେବେ ଚାଲନ୍ତୁ ଜାଣିବା ମାଧୁରୀଙ୍କ ବିଷୟରେ ସଂକ୍ଷିପ୍ତରେ କିଛି କଥା।

ମାଧୁରୀ ୧୯୬୭ ମଇ ୧୫ ରେ ମୁମ୍ବାଇର ଏକ ମରାଠି ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଶଙ୍କର ଦୀକ୍ଷିତ ଓ ମାଆ ସ୍ନେହଲତା ଦୀକ୍ଷିତଙ୍କର ସେ ଖୁବ ଗେହ୍ଲି ଝିଅ ଥିଲେ। ପିଲାବେଳୁ ସେ ଡାକ୍ତର ହେବାକୁ ଚାହୁଁଥିଲେ, କିନ୍ତୁ ତାଙ୍କର ଇଛା ପୂରଣ ହୋଇପାରି ନଥିଲା। ଅନେକ କୁହଁନ୍ତି ସେଥିପାଇଁ ବୋଧେ ସେ ଶ୍ରୀ ରାମ ନେନେଙ୍କୁ ବିବାହ କରିଥିଲେ ଯିଏକି ପେସାରେ ଜଣେ ଚିକିତ୍ସକ। ମାଧୁରୀ ଡିଭାଇନ ଚାଇଲ୍ଡ ହାଇ ସ୍କୁଲରେ ପାଠ ଶେଷ କରିବା ପରେ, ନିଜର ସ୍ନାତକ ମୁମ୍ବାଇରେ ଶେଷ କରିଥିଲେ। ପିଲାବେଳୁ ତାଙ୍କର ନୃତ୍ୟ ଶିଖିବା ପାଇଁ ଖୁବ ଇଛା ଥିଲା। ତେଣୁ ସେ ଆଠ ବର୍ଷ ନୃତ୍ୟ ଶିଖିଥିଲେ। ପରେ ସେ ଅଭିନୟ ଦୁନିଆରେ ପାଦ ରଖି ନିଜର ଖୁବ ନାଁ କମେଇଥିଲେ। ଦୁନିଆର ଚର୍ଚ୍ଚିତ ପେଣ୍ଟର ଏମ ଏଫ ହୁସେନ ମାଧୁରୀଙ୍କ ଜଣେ ବଡ ପ୍ରଶଂସକ। ସେ ମାଧୁରୀଙ୍କ ଫିଲ୍ମ 'ହମ ଆପକି ହୈ କୌନ' ୬୭ ଥର ଦେଖିଥିଲେ। ଯେବେ ମାଧୁରୀ ' ଆଜା ନଚଲେ' ସହ କମବ୍ୟାକ କରିଥିଲେ ହୁସେନ ପୂରା ଥିଏଟରକୁ ବୁକ କରିନେଇଥିଲେ। ମାଧୁରୀଙ୍କ ଫ୍ୟାନ୍ ଲିଷ୍ଟରେ ଏମିତି ଜଣେ ଅଛନ୍ତି ଯିଏକି ମାଧୁରୀଙ୍କ ଜନ୍ମ ଦିନକୁ ହଲିଡେ ଘୋଷଣା କରିଥିଲେ।

Related story