ଷ୍ଟେଜରେ ତାଙ୍କ ସାଙ୍ଗେ ଡ୍ୟାନ୍ସ କଲେ, କିନ୍ତୁ ହଗ୍‌ କରିବାକୁ ମନା କରିଦେଲେ ଏହି ଅଭିନେତା

ମୁମ୍ବାଇ: ଏଥର ନଚ ବଲିୟେ-୯ ସିଜିନ୍‌ ଆରମ୍ଭରୁ ଚର୍ଚ୍ଚାରେ ରହି ଆସିଛି। ଏକ୍ସ କପଲ ହିଁ  ଏଥର ସିଜିନର ଆକର୍ଷଣ। ସେମାନଙ୍କ ମଧ୍ୟରୁ ଗୋଟିଏ ଯୋଡ଼ି ହେଉଛନ୍ତି  ବିଶାଲ ଆଦିତ୍ୟ ସିଂହ ଓ ମଧୁରିମା ତୁଲି।  ପ୍ରଥମ ପରର୍ଫମାନ୍ସରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ହେଲେ ଏହା ମଧ୍ୟରେ ଉଭୟଙ୍କ ମଧ୍ୟରେ ଥିବା ରାଗଋଷା, ମାନ ଅଭିମାନ ବି ମୁହଁରେ ଫୁଟି ଉଠୁଛି। ଏହାର ଏକ ଭିଡିଓ ଆସିଥିବା ବେଳେ ଏଥିରେ ଆକ୍ଟ […]

nach-1..

Niharika Rout
  • Published: Thursday, 01 August 2019
  • , Updated: 01 August 2019, 02:38 PM IST

ମୁମ୍ବାଇ: ଏଥର ନଚ ବଲିୟେ-୯ ସିଜିନ୍‌ ଆରମ୍ଭରୁ ଚର୍ଚ୍ଚାରେ ରହି ଆସିଛି। ଏକ୍ସ କପଲ ହିଁ  ଏଥର ସିଜିନର ଆକର୍ଷଣ। ସେମାନଙ୍କ ମଧ୍ୟରୁ ଗୋଟିଏ ଯୋଡ଼ି ହେଉଛନ୍ତି  ବିଶାଲ ଆଦିତ୍ୟ ସିଂହ ଓ ମଧୁରିମା ତୁଲି।  ପ୍ରଥମ ପରର୍ଫମାନ୍ସରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ହେଲେ ଏହା ମଧ୍ୟରେ ଉଭୟଙ୍କ ମଧ୍ୟରେ ଥିବା ରାଗଋଷା, ମାନ ଅଭିମାନ ବି ମୁହଁରେ ଫୁଟି ଉଠୁଛି। ଏହାର ଏକ ଭିଡିଓ ଆସିଥିବା ବେଳେ ଏଥିରେ ଆକ୍ଟ ଶେଷରେ ମଧୁରିମାଙ୍କୁ ଆଲିଙ୍ଗନ କରିବାକୁ ସିଧା ସିଧା ମନା କରି ଦେଇଛନ୍ତି ବିଶାଲ।

ମଧୁରିମା ଏହାର ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, "ନଚ ବଲିୟେରେ ମୋର ପ୍ରଥମ ପରର୍ଫମାନ୍ସକୁ ନେଇ ମୁଁ ଖୁବ୍‌ ଉତ୍ସାହିତ। ଏହି ଶୋ’ରେ ମୁଁ କେବଳ ମୋ କାମ ଉପରେ ହିଁ ଧ୍ୟାନ ଦେଇଛି।"

ସେମାନଙ୍କ ପରଫର୍ମାନ୍ସ ପରେ ସମସ୍ତେ ତାଳି ବର୍ଷା କରିଥିବା ବେଳେ ଜଜ୍‌ ବି ଉଭୟଙ୍କ ଆକ୍ଟ ଦେଖି ଖୁବ ଖୁସି ହୋଇଯାଇଥିଲେ। ଉଭୟଙ୍କ ମଧ୍ୟରେ ଥିବା ଟେନସନ୍‌ ଦୂର କରିବା ଲାଗି ଜଜ୍‌ ସିଟ୍‌ରେ ବସିଥିବା ରବିନା ଟଣ୍ଡନ ଉଭୟଙ୍କୁ ଆଳିଙ୍ଗନ କରିବାକୁ କହିଲେ। ଏହା ଶୁଣି ମଧୁରିମା କିଛି କହି  ନ ଥିବା ବେଳେ ସିଧା ସିଧା ମନା କରି ଦେଇଥିଲେ ବିଶାଲ। କେବଳ ଏତିକି ନୁହେଁ, ମୁହଁ ମଧ୍ୟ ମୋଡ଼ି ଦେଇଥିଲେ।

ବିଶାଲଙ୍କ ଏପରି ବ୍ୟବହାରକୁ ଶୋ’ର ପ୍ରଡ୍ୟୁସର ସଲମାନ ଖାନ ମଧ୍ୟ ହଜମ କରିବା ମୁଡ୍‌ରେ ନାହାନ୍ତି। ମଧୁରିମାଙ୍କୁ ସମ୍ମାନ ଦେବା ଲାଗି ସେ ମଧ୍ୟ ବିଶାଲଙ୍କୁ ଶୁଣାଇ ଦେଇଛନ୍ତି ଚେତାବନୀ।

https://www.instagram.com/p/B0X2NnLA8ID/?utm_source=ig_web_copy_link

 

Related story