ଆମୀରଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ମହାଭାରତ’; କର୍ଣ୍ଣ ଭୂମିକାରେ ଆସିବାକୁ ସ୍ୱପ୍ନ

ମୁମ୍ବାଇ: ମହାଭାରତ ଉପରେ ଫିଲ୍ମ ନିର୍ମାଣ କରିବେ ଆମୀର ଖାନ୍। ଆଉ ଏଥିରେ ସେ କର୍ଣ୍ଣ ଭୂମିକାରେ ଅଭିନୟ କରିବାକୁ ଚାହାଁନ୍ତି। ଆମୀର କହିଛନ୍ତି, ‘ମହାଭାରତ’ ଉପରେ ଏକ ଫିଲ୍ମ ତିଆରି କରିବାକୁ ବହୁତ ଇଚ୍ଛା ଅଛି। ଏନେଇ ବହୁତ ଦିନର ଯୋଜନା କଲିଣି। ମହାଭାରତ ଏକ ବହୁତ ବଡ଼ ପ୍ରୋଜେକ୍ଟ ହେବ। ଥରେ ଏହାକୁ ମୁଁ ଆରମ୍ଭ କରି ଦେଲେ ଶେଷ କରିବାକୁ ୧୫ ବର୍ଷ ଲାଗି ଯିବ। ୫ ବର୍ଷ କେବଳ ଏନେଇ ଗବେଷଣା […]

aamir

Rakesh Mallick
  • Published: Thursday, 23 March 2017
  • , Updated: 23 March 2017, 01:41 PM IST

ମୁମ୍ବାଇ: ମହାଭାରତ ଉପରେ ଫିଲ୍ମ ନିର୍ମାଣ କରିବେ ଆମୀର ଖାନ୍। ଆଉ ଏଥିରେ ସେ କର୍ଣ୍ଣ ଭୂମିକାରେ ଅଭିନୟ କରିବାକୁ ଚାହାଁନ୍ତି।

ଆମୀର କହିଛନ୍ତି, ‘ମହାଭାରତ’ ଉପରେ ଏକ ଫିଲ୍ମ ତିଆରି କରିବାକୁ ବହୁତ ଇଚ୍ଛା ଅଛି। ଏନେଇ ବହୁତ ଦିନର ଯୋଜନା କଲିଣି। ମହାଭାରତ ଏକ ବହୁତ ବଡ଼ ପ୍ରୋଜେକ୍ଟ ହେବ। ଥରେ ଏହାକୁ ମୁଁ ଆରମ୍ଭ କରି ଦେଲେ ଶେଷ କରିବାକୁ ୧୫ ବର୍ଷ ଲାଗି ଯିବ। ୫ ବର୍ଷ କେବଳ ଏନେଇ ଗବେଷଣା ଓ କାହାଣୀ ଲେଖିବାରେ ବିତି ଯିବ। ତା’ପରେ ସୁଟିଂ। ଏଥିପାଇଁ ବଡ ବଜେଟ୍ ଦରକାର। ଏହା ତିଆରି ହେଲେ ବିଶ୍ୱର ସବୁଠୁ ମହାନ ଫିଲ୍ମ ହେବ।”

ଆମୀର କହିଛନ୍ତି ଯେ ସେ ଯେଉଁ ଭଳି ଢଙ୍ଗରେ ଭାବିଛନ୍ତି ସେହି ପ୍ରକାରେ କଲେ ମହାଭାରତ ଫିଲ୍ମକୁ ୭ଟି ଭାଗରେ କରିବାକୁ ହେବ। ୭ଟି ଭାଗକୁ ଅଲଗା ଅଲଗା ୭ ଜଣ ନିର୍ଦ୍ଦେଶକ ନିର୍ଦ୍ଦେଶନା ଦେବେ।  ୭ଟି ପାର୍ଟର ସୁଟିଂ ଏକକାଳୀନ ହେବ। ପ୍ରତି ୬ ମାସ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ଭାଗ ରିଲିଜ୍ ହେବ।

Related story