ମୁମ୍ବାଇ: ପାକିସ୍ତାନୀ ଅଭିନେତ୍ରୀ ମାହୀରା ଖାନ୍ ‘ରଇସ୍’ରେ କାମ କରିବା ପାଇଁ ଆସି ନିର୍ଦ୍ଦେଶକ ରାହୁଲ ଢୋଲକିଆଙ୍କ ଖୁବ୍ ପ୍ରଂଶସା କରିଛନ୍ତି। ‘ରଇସ’ରେ କାମ କରିବାର ଅନୁଭୂତି କିପରି ଥିଲା ସେ ସଂପର୍କରେ ମାହୀରା ଟ୍ୱିଟରରେ ଫ୍ୟାନ୍ସ ଓ ଅନୁଗାମୀମାନଙ୍କ ସହ ଲାଇଭ୍ ଚାଟ୍ କରିଛନ୍ତି।
ବଲିଉଡରେ କାମ କରିବା ଅନୁଭୂତି ଖୁବ୍ ସୁନ୍ଦର ଥିଲା ବୋଲି ସେ କହିଥିଲେ। ତେବେ ଢ଼ୋଲକିଆଙ୍କ ସହ କାମ କରିବା କିପରି ଥିଲା ବୋଲି ଜଣେ ପ୍ରଂଶସକଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ଅଭିନୟ କ୍ଷେତ୍ରରେ ରାହୁଲଙ୍କ ସବୁପ୍ରକାର ସହଯୋଗ ରହିଥିଲା। ଫିଲ୍ମଟି ଜାନୁଆରୀ ୨୫ରେ ରିଲିଜ ହେବାକୁ ଯାଉଛି।