ସୁଇମିଂ ପୁଲ୍‌ରେ ମସ୍ତି କରୁଥିବା ନଜର ଆସିଲେ ମଲାଇକା, ଫଟୋ ଭାଇରାଲ

ମୁମ୍ୱାଇ:  ୪୦ଟି ଫଗୁଣ ଅତିକ୍ରମ କରିସାରିଥିବା ସତ୍ତ୍ୱେ ବଲିଉଡ଼ର ହଟ୍‌ ଆଇଟମ୍‌ ଗାର୍ଲ ମଲାଇକା ଅରୋରାଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟକୁ ସବୁବେଳେ ପ୍ରଶଂସା ମିଳିଥାଏ। ପାରମ୍ପରିକ ବେଶଭୂଷାଠୁ ଆରମ୍ଭ କରି ୱେଷ୍ଟର୍ଣ ଡ୍ରେସରେ ମଧ୍ୟ ସେ ଖୁବ୍‌ ଆକର୍ଷଣୀୟ ଲାଗିଥାନ୍ତି। ସୋଶାଲ ମିଡ଼ିଆରେ ସେ କୌଣସି ଫଟୋ ପୋଷ୍ଟ କଲେ ତାହା ସଙ୍ଗେ ସଙ୍ଗେ ଭାଇରାଲ ହୋଇଯାଏ। କିଛି ଦିନ ପୂର୍ବେ ମଲାଇକା ଏକ ସୁଇମିଂ ପୁଲରେ ମସ୍ତି କରୁଥିବାର ଫଟୋ ସୋଶାଲ ମିଡ଼ିଆରେ ଘୁରି ବୁଲୁଛି। ୨ଟି […]

malaika..

Niharika Rout
  • Published: Wednesday, 17 April 2019
  • , Updated: 17 April 2019, 09:15 AM IST

ମୁମ୍ୱାଇ:  ୪୦ଟି ଫଗୁଣ ଅତିକ୍ରମ କରିସାରିଥିବା ସତ୍ତ୍ୱେ ବଲିଉଡ଼ର ହଟ୍‌ ଆଇଟମ୍‌ ଗାର୍ଲ ମଲାଇକା ଅରୋରାଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟକୁ ସବୁବେଳେ ପ୍ରଶଂସା ମିଳିଥାଏ। ପାରମ୍ପରିକ ବେଶଭୂଷାଠୁ ଆରମ୍ଭ କରି ୱେଷ୍ଟର୍ଣ ଡ୍ରେସରେ ମଧ୍ୟ ସେ ଖୁବ୍‌ ଆକର୍ଷଣୀୟ ଲାଗିଥାନ୍ତି। ସୋଶାଲ ମିଡ଼ିଆରେ ସେ କୌଣସି ଫଟୋ ପୋଷ୍ଟ କଲେ ତାହା ସଙ୍ଗେ ସଙ୍ଗେ ଭାଇରାଲ ହୋଇଯାଏ। କିଛି ଦିନ ପୂର୍ବେ ମଲାଇକା ଏକ ସୁଇମିଂ ପୁଲରେ ମସ୍ତି କରୁଥିବାର ଫଟୋ ସୋଶାଲ ମିଡ଼ିଆରେ ଘୁରି ବୁଲୁଛି।

୨ଟି ସୁଇମିଂ ଶୁଟ୍‌ରେ ପୁଲ୍‌ ମଝିରେ ଫଟୋ ଲାଗି ପୋଜ ଦେଉଥିବା ମଲାଇକା କୌଣସି ପରିଠୁ କମ୍‌ ଲାଗୁନଥିଲେ। ଗୋଟିଏ ଫଟୋରେ ସେ ରେଡ଼୍‌ କଲରର ସୁଇମିଂ ଶୁଟ୍‌ ପିନ୍ଧିଥିବା ବେଳେ ଅନ୍ୟଟିରେ ବ୍ଲାକ୍‌ ସୁଇମିଂ ଶୁଟ୍‌ରେ ଖୁବ୍‌ ସୁନ୍ଦର ଦିଶୁଥିଲେ। ଏହାର କ୍ୟାପସନରେ ‘ ସମର୍‌ ଇଜ ହିଅର’ ବୋଲି ଲେଖିଥିଲେ।

କିଛି ଦିନ ପୂର୍ବେ ମଲାଇକା ଛୁଟି କାଟିବାକୁ ମାଲଦୀପ ଯାଇଥିଲେ। ସେଠାରୁ ଏହି ଫଟୋଗୁଡିକ ସେ ପୋଷ୍ଟ କରିଥିଲେ। ଅନୁମାନ କରାଯାଉଥିଲା ଯେ, ତାଙ୍କ ସହ  ବୟଫ୍ରେଣ୍ଡ ଅର୍ଜୁନ କପୁର ମଧ୍ୟ ଛୁଟି କାଟିବାକୁ ଯାଇଥିଲେ। ଛୁଟି ସାରି ଫେରିବା ବେଳେ ଉଭୟଙ୍କୁ ମୁମ୍ୱାଇ ଏୟାରପୋର୍ଟରେ ଏକାଠି ଦେଖିବାକୁ ମିଳିଥିଲା।

ଫେରିବା ପରେ ଅର୍ଜୁନ ମଧ୍ୟ ମାଲଦୀପର ଫଟୋ ପୋଷ୍ଟ କରିଥିଲେ।  ଏଥିଯୋଗୁ  ଚର୍ଚ୍ଚା ଜୋର ଧରିଛି ଯେ, ଉଭୟ ଛୁଟି କାଟିବାକୁ ଏକାଠି ଯାଇଥିଲେ। ବଲିଉଡ଼ର ଏହି ହଟ୍‌ ଯୋଡିଙ୍କ ବିବାହ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସେମାନେ ଏନେଇ ମୁହଁ ଖୋଲୁ ନାହାନ୍ତି।

Related story