ନୂଆଦିଲ୍ଲୀ: ବନ୍ଧା ହେଲେ ଫିଲ୍ମ ନିର୍ଦ୍ଦେଶକ। ଆରମ୍ଭ ହେବା ପୂର୍ବରୁ ଶେଷ ହେଲା କ୍ୟାରିଅର୍। ଦୁଷ୍କର୍ମ ଅଭିଯୋଗରେ ମଲୟାଲମ ଫିଲ୍ମ ନିର୍ଦ୍ଦେଶକ ଲିଜୁ କ୍ରିଷ୍ଣାଙ୍କୁ ପୁଲିସ ଗିରଫ କରିଛି। ତାଙ୍କ ବିରୋଧରେ କାକିନଡା ସ୍ଥିତ ଇନ୍ଫୋପାର୍କ ପୁଲିସ ଷ୍ଟେସନରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣି ମାମଲା ରୁଜୁ କରିଥିଲେ। ଏଭଳି ଗୁରୁତର ଅଭିଯୋଗ ଆସିବା ପରେ ପୁଲିସ ଲିଜୁଙ୍କୁ ନିଜ ହେପାଜତକୁ ନେଇଛି। ତାଙ୍କ ଗିରଫଦାରୀ ଯୋଗୁଁ ତାଙ୍କ ଫିଲ୍ମ ମଧ୍ୟ ଅଟକି ଯାଇଛି।
ସୂଚନା ମୁତାବକ, ଲିଜୁଙ୍କୁ ରବିବାର କିନ୍ନୁର ସ୍ଥିତ ମଟ୍ଟୁନ୍ନୁର ନାମକ ଏକ ସ୍ଥାନରୁ ଗିରଫ କରାଯାଇଛି। ଏହା ତାଙ୍କ ଫିଲ୍ମର ଲୋକେସନ ଥିଲା। ଲିଜୁଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳାଙ୍କ କହିବା ମୁତାବକ, ଡିସେମ୍ବର ୨୦୨୦ରୁ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଉକ୍ତ ନିର୍ଦ୍ଦେଶକ ଜଣକ ତାଙ୍କୁ ଶୋଷଣ କରିଛନ୍ତି।
ଦୁହିଁଙ୍କ ଦେଖାସାକ୍ଷାତ ସୋଶାଲ ମିଡିଆ ଜରିଆରେ ହୋଇଥିଲା। ଲିଜୁ ଉକ୍ତ ମହିଳା ସହ ଲିଭ୍ ଇନ୍ରେ ମଧ୍ୟ ରହୁଥିଲେ। ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ନିର୍ଦ୍ଦେଶକ ଜଣ ତାଙ୍କ ସହ ଦୁଷ୍କର୍ମ କରିଥିଲେ। କିନ୍ତୁ ପରେ ଲିଜୁ ବିବାହ କରିବେ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ। ଏହାକୁ ନେଇ ପୀଡିତା ମହିଳା ଜଣକ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ ବୋଲି କହିଛନ୍ତି।
ସେପଟେ ଏହି ମାମଲାରେ ନିର୍ଦ୍ଦେଶକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। କୃଷ୍ଣା ଏବେ ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୂଆ କରି ପାଦ ରଖିଛନ୍ତି। ଫିଲ୍ମ Padavettu ଜରିଆରେ ସ ନିର୍ଦ୍ଦେଶନା ଲାଇନ୍ରେ ଡେବ୍ୟୁ କରିବାକୁ ଯାଉଥିଲେ କିନ୍ତୁ ତା'ପୂର୍ବରୁ ସେ ଦୁଷ୍କର୍ମ ମାମଲାରେ ଫସିଛନ୍ତି। ଚଳିତ ବର୍ଷ ଏହି ଫିଲ୍ମଟି ରିଲିଜ ହେବ। ଏହାର ଲିଡ୍ ରୋଲରେ ମଲୟାଲମ ଫିଲ୍ମ ଅଭିନେତ୍ରୀ ମଞ୍ଜୁ ୱରିଅର ଏବଂ ନବୀନ ପଲ୍ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।