ଅକ୍ଷୟଙ୍କୁ କଡ଼ା କଥା ଶୁଣାଇଲେ ମଲ୍ଲିକା, ଶିଖାଇଲେ ଶାଳୀନତା

ମୁମ୍ବାଇ: ଷ୍ଟାରପ୍ଲସରେ ପ୍ରସାରିତ ହେଉଛି ‘ଦ ଗ୍ରେଟ ଇଣ୍ଡିଆ ଲାଫ୍ଟର ଚ୍ୟାଲେଞ୍ଜ’। ଏହି ଶୋରେ ବିଚାରପତି ଆସନରେ ଅକ୍ଷୟ କୁମାରଙ୍କ ସହ ମଲ୍ଲିକା ଦୁଆ ନଜର ଆସୁଛନ୍ତି। ଏହି ଶୋରେ ଅକ୍ଷୟ ମଲ୍ଲିକାଙ୍କୁ ଦେଇଥିବା ଏକ ମନ୍ତବ୍ୟକୁ ନେଇ ବିବାଦ ଦେଖା ଦେଇଛି। ଅକ୍ଷୟଙ୍କ ଉକ୍ତ ବିବାଦୀୟ ମନ୍ତବ୍ୟକୁ ପ୍ରଥମେ ବିରୋଧ କରିଥିଲେ ମଲ୍ଲିକାଙ୍କ ବାପା ବିନୋଦ ଦୁଆ। ଅକ୍ଷୟ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ସେ କହିଥିଲେ। ଏହି ବିବାଦ ପରେ ମଲ୍ଲିକା ଦୁଆ ନିଜ […]

malika

Rakesh Mallick
  • Published: Friday, 27 October 2017
  • , Updated: 27 October 2017, 02:28 PM IST

ମୁମ୍ବାଇ: ଷ୍ଟାରପ୍ଲସରେ ପ୍ରସାରିତ ହେଉଛି ‘ଦ ଗ୍ରେଟ ଇଣ୍ଡିଆ ଲାଫ୍ଟର ଚ୍ୟାଲେଞ୍ଜ’। ଏହି ଶୋରେ ବିଚାରପତି ଆସନରେ ଅକ୍ଷୟ କୁମାରଙ୍କ ସହ ମଲ୍ଲିକା ଦୁଆ ନଜର ଆସୁଛନ୍ତି। ଏହି ଶୋରେ ଅକ୍ଷୟ ମଲ୍ଲିକାଙ୍କୁ ଦେଇଥିବା ଏକ ମନ୍ତବ୍ୟକୁ ନେଇ ବିବାଦ ଦେଖା ଦେଇଛି। ଅକ୍ଷୟଙ୍କ ଉକ୍ତ ବିବାଦୀୟ ମନ୍ତବ୍ୟକୁ ପ୍ରଥମେ ବିରୋଧ କରିଥିଲେ ମଲ୍ଲିକାଙ୍କ ବାପା ବିନୋଦ ଦୁଆ। ଅକ୍ଷୟ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ସେ କହିଥିଲେ। ଏହି ବିବାଦ ପରେ ମଲ୍ଲିକା ଦୁଆ ନିଜ ଟ୍ୱିଟର ପେଜକୁ ବ୍ଲକ୍‌ କରି ଦେଇଥିଲେ। କିନ୍ତୁ ପରେ ଅନ୍‌ବ୍ଲକ୍‌ କରି ସେଥିରେ ନିଜର ପ୍ରତିକ୍ରିୟା ଦେଇଥିଲେ। ସେ ଲେଖିଥିଲେ – ଏହା କେବଳ ଅ‍କ୍ଷୟଙ୍କ ପାଇଁ ନୁହେଁ। ଏହା ସେହି ସବୁ ବଡ଼ ବଡ଼ କଳାକାରମାନଙ୍କ ପାଇଁ ଯେଉଁମାନେ ସେମାନଙ୍କ ସହ କାମ କରୁଥିବା ମହିଳାମାନଙ୍କୁ ସେମାନଙ୍କ ବିନା ଅନୁମତିରେ ସେମାନଙ୍କ ଅଣ୍ଟା ଧରନ୍ତି ଓ ନିକଟତର ହୋଇ ନାଚନ୍ତି। ଏମିତି କରିବା ପୂର୍ବରୁ ସେମାନେ ବହୁତ ଥର ଭାବିବା କଥା। ଏସବୁ କରୀନା ଓ ବିଦ୍ୟା ବାଲନଙ୍କ ଭଳି ଅଭିନେତ୍ରୀଙ୍କୁ ଭଲ ଲାଗିପାରେ। କାରଣ ବିଦ୍ୟା ଡର୍ଟି ପିକଚର ଓ କରୀନା ଚମେଲି ଚରତ୍ରରେ ଅଭିନୟ କରିସାରିଛନ୍ତି। କିନ୍ତୁ ଏଭଳି ବ୍ୟବହାର ଠିକ୍ ନୁହେଁ କି ସମସ୍ତଙ୍କୁ ଏହା ଭଲ ଲାଗେ ନାହିଁ।

ଏହା ସହ ମଲ୍ଲିକା ଅକ୍ଷୟ କୁମାରଙ୍କ ଝିଅ କଥା ମଧ୍ୟ ଉଠାଇଥିଲେ। ଅକ୍ଷୟ ଶୋରେ ଯେମିତି ମନ୍ତବ୍ୟ ଦେଉଛନ୍ତି ବା ଅନ୍ୟ ଝିଅମାନଙ୍କ ସହ ଯେମିତି ବ୍ୟବାହର କରୁଛନ୍ତି ସେମିତି ସେ ତାଙ୍କ ଝିଅ ସହ କରିପାରିବେ କି ବୋଲି ମଲ୍ଲିକା ପ୍ରଶ୍ନ କରିଛନ୍ତି।  ସେ କ’ଣ କହିପାରିବେ- ‘ନିତାରା ଜୀ ଆପ୍‌ ବେଲ ବଜାଇଏ ମେଁ ଆପକୋ ବଜାତା ହୁଁ।

ଅକ୍ଷୟ କ’ଣ କହିଥିଲେ?

ଏକ ଏପିସୋଡ୍‌ରେ ମଲ୍ଲିକାଙ୍କ ଟିମ୍‌ର ପ୍ରତିଯୋଗୀ ଶ୍ୟାମ ରଙ୍ଗିଲା ଅଭିନୟ କରିବା ପରେ କମେଣ୍ଟ ଦେବାର ସମୟ ଆସିଥିଲା। ରାଜସ୍ଥାନରୁ ଆସିଥିବା ଶ୍ୟାମ ରଙ୍ଗିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିମିକ୍ରି କରୁଥିଲେ। ସମସ୍ତେ ହସି ହସି ଗଡ଼ିଯାଇଥିଲେ। ଶୋର ନିୟମ ଅନୁସାରେ ଯେତେବେଳେ ପ୍ରତିଯୋଗୀ ମାନେ ଭଲ କରିଥାନ୍ତି ସେମାନଙ୍କ ପାଇଁ ଏକ ଘଣ୍ଟା ବାଜିଥାଏ। ଘଣ୍ଟି ବଜେଇବା ପାଇଁ ଅକ୍ଷୟ ମଲ୍ଲିକାଙ୍କୁ ଷ୍ଟେଜ ଉପରକୁ ଡାକିଥିଲେ। ଏହି ସମୟରେ ଅନ୍ୟ ଦୁଇ ଟିମ ଲିଡର ଜାକିର ଖାନ ଓ ହୁସେନ ଦଲାଲ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମଲ୍ଲିକା ଘଣ୍ଟି ବଜାଇବା ବେଳେ ପଛରେ ଛିଡ଼ା ହୋଇ ଅକ୍ଷୟ କହିଥିଲେ ‘ଆପ୍‌ ଘଣ୍ଟି ବଜାଓ ମେଁ ଆପକୋ ବଜାତା ହୁଁ।’

 

Related story