ଭାବିପତ୍ନୀଙ୍କ ସହମତି ପରେ ଫିଲ୍ମରେ ଅଭିନୟ କରିଥିଲେ ମନୋଜ କୁମାର

ମୁମ୍ୱାଇ: ‘ହିମାଲୟ କି ଗୋଦ୍‌ ମେଁ’, ‘ଉପ୍‌କାର୍‌’, ‘ପଥର୍‌ କେ ସନମ୍‌’, ‘ନୀଲ୍‌ କମଲ୍‌’, ‘ପୂରବ୍‌ ଔର ପଶ୍ଚିମ୍‌’, ‘ରୋଟି କପ୍‌ଡ଼ା ଔର ମକାନ୍‌’ ଓ ‘କ୍ରାନ୍ତି’ ଭଳି ଫିଲ୍ମ ଦେଇଥିବା ହିନ୍ଦୀ ସିନେମାର ଅନ୍ୟତମ ମହାନ ଅଭିନେତା ମନୋଜ କୁମାରଙ୍କର ଆଜି ହେଉଛି ଜନ୍ମଦିନ। ୧୯୩୭ ମସିହା ଜୁଲାଇ ୨୪ ତାରିଖରେ ସେ ଜନ୍ମ ହୋଇଥିଲେ। ସେ ଭାରତ କୁମାର ନାଁରେ ବି ଜଣାଶୁଣା। କାରଣ ତାଙ୍କର ଅଧିକାଂଶ ଫିଲ୍ମ ଦେଶପ୍ରେମ ଉପରେ ଆଧାରିତ ଥିଲା। […]

manoj2

Puspanjali Panda
  • Published: Wednesday, 24 July 2019
  • , Updated: 24 July 2019, 02:46 PM IST

ମୁମ୍ୱାଇ: ‘ହିମାଲୟ କି ଗୋଦ୍‌ ମେଁ’, ‘ଉପ୍‌କାର୍‌’, ‘ପଥର୍‌ କେ ସନମ୍‌’, ‘ନୀଲ୍‌ କମଲ୍‌’, ‘ପୂରବ୍‌ ଔର ପଶ୍ଚିମ୍‌’, ‘ରୋଟି କପ୍‌ଡ଼ା ଔର ମକାନ୍‌’ ଓ ‘କ୍ରାନ୍ତି’ ଭଳି ଫିଲ୍ମ ଦେଇଥିବା ହିନ୍ଦୀ ସିନେମାର ଅନ୍ୟତମ ମହାନ ଅଭିନେତା ମନୋଜ କୁମାରଙ୍କର ଆଜି ହେଉଛି ଜନ୍ମଦିନ। ୧୯୩୭ ମସିହା ଜୁଲାଇ ୨୪ ତାରିଖରେ ସେ ଜନ୍ମ ହୋଇଥିଲେ। ସେ ଭାରତ କୁମାର ନାଁରେ ବି ଜଣାଶୁଣା। କାରଣ ତାଙ୍କର ଅଧିକାଂଶ ଫିଲ୍ମ ଦେଶପ୍ରେମ ଉପରେ ଆଧାରିତ ଥିଲା। ତେବେ ତାଙ୍କ ପ୍ରକୃତ ନାଁ ହରିକିଶନ ଗିରି ଗୋସ୍ୱାମୀ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହିନ୍ଦୁ କଲେଜରେ ମନୋଜ କୁମାର ପାଠ ପଢ଼ିଥିଲେ। ଏହାପରେ ସେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। କିନ୍ତୁ ୧୦ ବର୍ଷ ବୟସରୁ ତାଙ୍କର ଫିଲ୍ମ ପ୍ରତି ରୁଚି ଥିଲା। ତେବେ ଫିଲ୍ମରେ କାମ କରିବା ନେଇ ତାଙ୍କ ସଂପର୍କରେ ଏକ ମଜାଦାର କଥା ରହିଛି।

ମନୋଜଙ୍କୁ ଗୋଟିଏ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବା ପାଇଁ ଅଫର୍‌ ମିଳିଥିଲା। କିନ୍ତୁ ଭାବିପତ୍ନୀଙ୍କ ଅନୁମତି ବିନା ସେ ଫିଲ୍ମରେ କାମ କରିବେ ନାହିଁ ବୋଲି ପ୍ରଯୋଜକଙ୍କୁ ସିଧା ସିଧା କହି ଦେଇଥିଲେ। ଏହାପରେ ସେ ଏ ସଂପର୍କରେ ତାଙ୍କ ଭାବିପତ୍ନୀଙ୍କ ସହିତ କଥା ହୋଇଥିଲେ। ତାଙ୍କ ସହମତି ପରେ ସେ ଉକ୍ତ ଫିଲ୍ମ କରିଥିଲେ। ପରେ ସେ ବାହା ହୋଇଥିଲେ। ତାଙ୍କ ପତ୍ନୀଙ୍କ ନାଁ ଶଶୀ ଗୋସ୍ୱାମୀ।

ମନୋଜ କୁମାରଙ୍କ ଜୀବନ ସଂଘର୍ଷପୂର୍ଣ୍ଣ ଥିଲା। ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ ଯେ ରିଫ୍ୟୁଜି କ୍ୟାମ୍ପରେ ରହି ସେ ବଡ଼ କଷ୍ଟରେ ଜୀବନ ନିର୍ବାହ କରିଥିଲେ। ସେଠାରେ ଥିବା ବେଳେ ସେ ତାଙ୍କ ସାନ ଭାଇଙ୍କୁ ହରାଇଥିଲେ। ତାଙ୍କ ସାନ ଭାଇ ଖୁବ୍ କମ୍ ବୟସରେ ଚାଲି ଯାଇଥିଲେ। ଏହା ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା ଓ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ଏବଂ ମାର୍‌ପିଟ୍‌ କରିବା ଆରମ୍ଭ କରିଥିଲେ। ସେଥିପାଇଁ ତାଙ୍କୁ ପୁଲିସ୍‌ଠାରୁ ମାଡ଼ ମଧ୍ୟ ଖାଇବାକୁ ପଡ଼ିଥିଲା। କଥା ବେଶି ଆଗକୁ ବଢ଼ିଯିବାରୁ ତାଙ୍କୁ ତାଙ୍କ ବାପା ବୁଝାଇଥିଲେ ଓ ମାର୍‌ପିଟ୍ ନ କରିବା ପାଇଁ ଶପଥ କରାଇ ନେଇଥିଲେ।

ମନୋଜ କୁମାରଙ୍କ ଚମତ୍କାର ଅଭିନୟ ପାଇଁ ଭାରତ ସରକାର ୧୯୯୨ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ହିନ୍ଦୀ ସିନେମା ପାଇଁ ତାଙ୍କର ଯେଉଁ ଅବଦାନ ରହିଛି, ସେଥିପାଇଁ ତାଙ୍କୁ ୨୦୧୫ ମସିହାରେ ଦାଦା ସାହେବ ଫାଲ୍‌କେ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Related story