ମେରିଲଙ୍କ ଅଭିଭାଷଣକୁ ବଲିଉଡ କଳାକକାରଙ୍କ ସମର୍ଥନ

ମୁମ୍ବାଇ: ଆମେରିକା ଗୋଲଡେନ୍‌ ଗ୍ଲୋବ୍‌ ଆୱାର୍ଡରେ ହଲିଉଡ ଅଭିନେତ୍ରୀ ମେରିଲ ଷ୍ଟ୍ରିପ୍‌ଙ୍କ ଭାଷଣରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କୁ ଚକିତ କରିପକାଇଥିଲା। ମେରିଲ୍‌ ତାଙ୍କ ଅଭିଭାଷଣରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମନଇଚ୍ଛା ଯାହା ଚାହିଁଲେ ତାହା ଶୁଣାଇଲେ। ତାଙ୍କର ଏପରି ଭାଷଣକୁ ବଲିଉଡର ଅନେକ କଳାକାର ସମର୍ଥନ ମଧ୍ୟ କରିଛନ୍ତି। ମେରିଲଙ୍କ ଭାଷଣକୁ ସମର୍ଥନ କରି ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ଏକ ଲେଖା ସେୟାର କରିଛନ୍ତି। ଯେଉଁଥିରେ ସେ ମେରିଲଙ୍କ ଭାଷଣକୁ ପ୍ରଶଂସା […]

streep

Rakesh Mallick
  • Published: Tuesday, 10 January 2017
  • , Updated: 10 January 2017, 01:15 PM IST

ମୁମ୍ବାଇ: ଆମେରିକା ଗୋଲଡେନ୍‌ ଗ୍ଲୋବ୍‌ ଆୱାର୍ଡରେ ହଲିଉଡ ଅଭିନେତ୍ରୀ ମେରିଲ ଷ୍ଟ୍ରିପ୍‌ଙ୍କ ଭାଷଣରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କୁ ଚକିତ କରିପକାଇଥିଲା। ମେରିଲ୍‌ ତାଙ୍କ ଅଭିଭାଷଣରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମନଇଚ୍ଛା ଯାହା ଚାହିଁଲେ ତାହା ଶୁଣାଇଲେ। ତାଙ୍କର ଏପରି ଭାଷଣକୁ ବଲିଉଡର ଅନେକ କଳାକାର ସମର୍ଥନ ମଧ୍ୟ କରିଛନ୍ତି।

ମେରିଲଙ୍କ ଭାଷଣକୁ ସମର୍ଥନ କରି ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ଏକ ଲେଖା ସେୟାର କରିଛନ୍ତି। ଯେଉଁଥିରେ ସେ ମେରିଲଙ୍କ ଭାଷଣକୁ ପ୍ରଶଂସା କରିବା ସହ ସବୁ କଳାକାର ପାଇଁ ଉଦାର ମନୋଭାବ ରହିବା ଆବଶ୍ୟକ ବୋଲି କହିଛନ୍ତି। ଶୋରେ ଉପସ୍ଥିତ ଥିବା ପ୍ରିୟଙ୍କା ଚୋପ୍ରା ମେରିଲଙ୍କ ଏହି ଅଭିଭାଷଣକୁ ସମର୍ଥନ କରିବା ସହ ମେରିଲ୍‌ଙ୍କ ସହ ଏକ ଫଟୋ ଉଠାଇ ଟ୍ୱିଟ୍‌ ମଧ୍ୟ କରିଛନ୍ତି।

ଖବର ମୁତାବକ ତିନିଥର ଓସ୍କାର ସମ୍ମାନ ଜିତିଥିବା ମେରିଲ୍‌ ଗତବର୍ଷ ସାଉଥ୍‌ କାରୋଲିନାରେ ଏକ ରାଲିରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଭିନୟ ତାଙ୍କୁ ସ୍ତବ୍ଧ କରିପକାଇଥିଲା। ରାଲିରେ ଟ୍ରମ୍ପ ଜଣେ ଭିନ୍ନକ୍ଷମ ସାମ୍ବାଦିକଙ୍କୁ ଉପହାସ କରିଥିଲେ ଯାହାକୁ ଦେଖି ମେରିଲ୍‌ ଖୁବ୍‌ ଦୁଃଖିତ ମଧ୍ୟ ହୋଇଥିଲେ।

Related story