ଭଦ୍ରକରେ ନିଆଁ ଲଗା ଡ୍ୟାନ୍ସ କରି ପାରିବେନି ରାନୀ!

ଭଦ୍ରକ (ପାର୍ଥସାରଥୀ ନାୟକ): ଭଦ୍ରକରେ ନିଆଁ ଲଗା ଡ୍ୟାନ୍ସ କରିପାରିବେନି ବିବାଦୀୟ କ୍ୱିନ୍‌ ରାନୀ ପଣ୍ଡା। ତାଙ୍କ ନାଁରେ ନାରୀ ସୁରକ୍ଷା ମଞ୍ଚ, ଅର୍ଦ୍ଧନାରୀ କିନ୍ନର ସଂଘ ଓ ମାତୃଶକ୍ତି ସ୍ୱୟଂ ସହାୟକ ସଂଘ ଭଦ୍ରକ ଜିଲ୍ଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। ମହିଳାଙ୍କ ଏପରି ଅଭିଯୋଗକୁ ଜିଲ୍ଲାପାଳ ଜ୍ଞାନ ଦାସ ଗୁରୁତର ସହ ନେଇଛନ୍ତି। ମଞ୍ଚରେ ନାଟକ ଚାଲିଥିବା ବେଳେ ଅଶ୍ଲୀଳତାକୁ ଗ୍ରହଣ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଟ୍ୱିଟ୍‌ କରିଛନ୍ତି। ଯାହାକୁ ନେଇ ରାନୀ ପ୍ରେମିଙ୍କ ମଧ୍ୟରେ […]

rani-panda

rani-panda

Manoranjan Sial
  • Published: Saturday, 26 October 2019
  • Updated: 26 October 2019, 05:32 PM IST

ଭଦ୍ରକ (ପାର୍ଥସାରଥୀ ନାୟକ): ଭଦ୍ରକରେ ନିଆଁ ଲଗା ଡ୍ୟାନ୍ସ କରିପାରିବେନି ବିବାଦୀୟ କ୍ୱିନ୍‌ ରାନୀ ପଣ୍ଡା। ତାଙ୍କ ନାଁରେ ନାରୀ ସୁରକ୍ଷା ମଞ୍ଚ, ଅର୍ଦ୍ଧନାରୀ କିନ୍ନର ସଂଘ ଓ ମାତୃଶକ୍ତି ସ୍ୱୟଂ ସହାୟକ ସଂଘ ଭଦ୍ରକ ଜିଲ୍ଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। ମହିଳାଙ୍କ ଏପରି ଅଭିଯୋଗକୁ ଜିଲ୍ଲାପାଳ ଜ୍ଞାନ ଦାସ ଗୁରୁତର ସହ ନେଇଛନ୍ତି। ମଞ୍ଚରେ ନାଟକ ଚାଲିଥିବା ବେଳେ ଅଶ୍ଲୀଳତାକୁ ଗ୍ରହଣ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଟ୍ୱିଟ୍‌ କରିଛନ୍ତି। ଯାହାକୁ ନେଇ ରାନୀ ପ୍ରେମିଙ୍କ ମଧ୍ୟରେ ନିରାଶା ଭାବ ଦେଖାଦେଇଛି। ଅନ୍ୟପକ୍ଷରେ ରାନୀ ଏହାର ଉତ୍ତର ରଖିବା ସହିତ ବିରୋଧ କରୁଥିବା ମହିଳାଙ୍କୁ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କରିଛନ୍ତି।

ଆସନ୍ତାକାଲିଠାରୁ ଭଦ୍ରକରେ ଆରମ୍ଭ ହେଉଛି ଐତିହାସିକ କାଳୀପୂଜା। ଏଠାରେ କାଳୀପୂଜା ୯ ଦିନ ଧରି ଚାଲିବ। ଏହି ସମୟରେ ବିଭିନ୍ନ ଯାତ୍ରା ପାର୍ଟି ନାଟକ ପରିବେଷଣ କରିବାର ରହିଛି। ଆଇଟମ୍‌ ଗର୍ଲ ରାନୀ ପଣ୍ଡାଙ୍କ ଅଭିନୀତ ଯାତ୍ରାପାର୍ଟି ‘ନ୍ୟୁ ସଚ୍ଚିଦାନନ୍ଦମ୍‌’ କାଳୀପୂଜାରେ ଭଦ୍ରକ ପଡ଼ିବ। ଯାତ୍ରାରେ ଚାଲିଥିବା ସମୟରେ ରାନୀ ଯେମିତି ମଞ୍ଚ ଉପରେ ନଗ୍ନନୃତ୍ୟ ପରିବେଷଣ ନକରିବେ, ତାହା ଉପରେ ଧ୍ୟାନ ଦେବାକୁ ବିଭିନ୍ନ ମହିଳା ସଂଘ ଦାବି କରିଛନ୍ତି।

ରାନୀ ମଞ୍ଚ ଉପରେ ନିଆଁ ଲଗା ଡ୍ୟାନ୍ସ ନାଚିବେ ଐତିହାସିକ କାଳୀପୂଜାରେ କଳଙ୍କ ଲାଗିବ। ଯାହାକି ନାରୀ ସମାଜ ପାଇଁ ଏକ ଲଜ୍ଜାଜନକ ଘଟଣା ହେବ। ଯଦି ରାନୀ ପଣ୍ଡାଙ୍କୁ ନଗ୍ନନୃତ୍ୟ କରିବାର ସୁଯୋଗ ଦିଆଯାଏ, ତାହେଲେ ନାରୀ ସୁରକ୍ଷା ମଞ୍ଚ, ଅର୍ଦ୍ଧନାରୀ କିନ୍ନର ସଂଘ ଓ ମାତୃଶକ୍ତି ସ୍ୱୟଂ ସହାୟକ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି। ଏପରିକି ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ନିଜେ ଏନେଇ ଟ୍ୱିଟ୍‌ କରି କହିଛନ୍ତି, “ଯାତ୍ରା ଚାଲୁଥିବା ଵେଳେ କୌଣସି ଅଶ୍ଲୀଳତା ପ୍ରଦର୍ଶନ କରାଯାଉଥାଏ, ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟୁନୁଷ୍ଠାନ ଗ୍ରହଣ କରାଯିବ।”

ଏହାକୁ ନେଇ ରାନୀ ସୋଶାଲ ମିଡିଆରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି-“ଯେଉଁମାନେ ବିରୋଧ କରୁଛନ୍ତି, ସେମାନେ ଥରେ ଆସି “ଆଇଟମ୍‌ ଗର୍ଲ ରାନୀ ପଣ୍ଡା” ନାଟକ ଦେଖନ୍ତୁ। ଯଦି ସେଥିରେ କିଛି ଅଶ୍ଲୀଳତା ଥାଏ, ତାହାହେଲେ ସେଠି ମୋତେ ଚପଲରେ ପିଟିଲେ ତାକୁ ମୁଁ ସହିବି। ଜୀବନରେ ବହୁ ସଂଘର୍ଷ କରି ଆଜି ଏହି ସ୍ଥାନରେ ପହଞ୍ଚିଛି। ଯଦି ମୋତେ ଆପଣମାନେ ଆଶୀର୍ବାଦ ଦେଇପାରୁ ନାହାନ୍ତି, ତାହାହେଲେ ମୋ ନାଁକୁ ଏତେ ମାତ୍ରାରେ ଅପପ୍ରଚାର କରନ୍ତୁ ନାହିଁ। ଥରୁଟିଏ ଆପଣ ଆସନ୍ତୁ ଓ ରାନୀ ପଣ୍ଡାର ନାଟକ ଦେଖି ଯାଆନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story