ଟ୍ରାଜେଡି କୁଇନଙ୍କ ବୈବାହିକ ଜୀବନକୁ ଟ୍ରାଜେଡିରେ ଭରି ଦେଇଥିଲା ତିନି ତଲାକ୍

ଭାରତୀୟ ହିନ୍ଦି ଫିଲ୍ମରେ ଟ୍ରାଜେଡି କୁଇନ୍ ଭାବେ ଖୁବ୍ ଜଣାଶୁଣା ପ୍ରସିଦ୍ଧ ଅଭିନେତ୍ରୀ ମୀନା କୁମାରୀ। ସେ ତାଙ୍କର ମନଛୁଆଁ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି।  ଫିଲ୍ମ ଜଗତରେ ଟ୍ରାଜେଡି କୁଇନ ନାମରେ ପରିଚିତ ଏହି ଅଭିନେତ୍ରୀଙ୍କ ବାସ୍ତବ ଜୀବନ ବି କୌଣସି ଟ୍ରାଜେଡିରୁ କମ୍ ନଥିଲା। ତାଙ୍କ ଜୀବନରେ ଏପରି କିଛି ଘଟଣା ଘଟିଥିଲା ଯାହା ତାଙ୍କ ମନୋବଳକୁ ଭାଙ୍ଗି ଦେଇଥିଲା। ସାରା ଦେଶରେ ଏବେ ‘ତିନି ତଲାକ’ ପ୍ରସଙ୍ଗକୁ ନେଇ ଚର୍ଚ୍ଚା […]

meena-kumaari

meena-kumaari

Rakesh Mallick
  • Published: Tuesday, 22 August 2017
  • Updated: 22 August 2017, 06:22 PM IST

Sports

Latest News

ଭାରତୀୟ ହିନ୍ଦି ଫିଲ୍ମରେ ଟ୍ରାଜେଡି କୁଇନ୍ ଭାବେ ଖୁବ୍ ଜଣାଶୁଣା ପ୍ରସିଦ୍ଧ ଅଭିନେତ୍ରୀ ମୀନା କୁମାରୀ। ସେ ତାଙ୍କର ମନଛୁଆଁ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି।  ଫିଲ୍ମ ଜଗତରେ ଟ୍ରାଜେଡି କୁଇନ ନାମରେ ପରିଚିତ ଏହି ଅଭିନେତ୍ରୀଙ୍କ ବାସ୍ତବ ଜୀବନ ବି କୌଣସି ଟ୍ରାଜେଡିରୁ କମ୍ ନଥିଲା। ତାଙ୍କ ଜୀବନରେ ଏପରି କିଛି ଘଟଣା ଘଟିଥିଲା ଯାହା ତାଙ୍କ ମନୋବଳକୁ ଭାଙ୍ଗି ଦେଇଥିଲା।

ସାରା ଦେଶରେ ଏବେ ‘ତିନି ତଲାକ’ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଚାଲିଛି , ଆଇନ୍ ଦୃଷ୍ଟିରେ ତିନି ତଲାକ ବୈଧ ନା ବେଆଇନ୍ ତାହା ଉପରେ ଆଜି ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଅସାମ୍ବିଧାନିକ ବୋଲି ଦର୍ଶେଇବା ସହ ଏହାକୁ ଆଜିଠାରୁ ବ୍ୟାନ୍‌ କରିଛନ୍ତି। ଏଠି ଏ ପ୍ରସଙ୍ଗ କହିବାର ଅର୍ଥ ହେଲା, ମୀନା କୁମାରୀଙ୍କ ଜୀବନକୁ ଦୁଃଖମୟ କରିବା ପଛରେ ଏହି ତିନି ତଲାକ ବ୍ୟବସ୍ଥା ହିଁ ଥିଲା। ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା।

ମୀନାଙ୍କୁ କେମିତି ପ୍ରଭାବିତ କରିଥିଲା ତିନି ତଲାକ

୧୯୩୩ ମସିହା ଅଗଷ୍ଟ ୧ ତାରିଖରେ ଜନ୍ମ ନେଇଥିବା ମୀନା କୁମାରୀ ଏକସଙ୍ଗରେ ଥିଲେ ଜଣେ ଅଭିନେତ୍ରୀ, ଗାୟିକା ଓ କବି। ମୀନା କୁମାରୀଙ୍କ ବିବାହ ‘ପାକିଜା’ ଫିଲ୍ମର ନିର୍ଦ୍ଦେଶକ କମାଲ ଅମରୋହିଙ୍କ ସହ ହୋଇଥିଲା। କିନ୍ତୁ କମାଲଙ୍କ ସହ ତାଙ୍କ ବୈବାହିକ ଜୀବନ ଏତେଟା ସୁଖଦ ହୋଇପାରି ନଥିଲା। ଥରେ ସ୍ୱାମୀ କମାଲ ରାଗରେ ମୀନାଙ୍କୁ ତିନିଥର ତଲାକ କହି ଦେଇଥିଲେ। ତେଣୁ ସେମାନଙ୍କର ବୈବାହିକ ଜୀବନରେ ହଠାତ୍ ଭଟ୍ଟା ପଡ଼ି ଯାଇଥିଲା। ବାଧ୍ୟ ହୋଇ ସେମାନଙ୍କ ଭିତରେ ବିବାହ ବିଚ୍ଛେଦ ହୋଇଥିଲା। କିନ୍ତୁ କମାଲଙ୍କ କ୍ଷଣିକ କ୍ରୋଧ ଉଭୟଙ୍କ ଜୀବନକୁ ଦୁର୍ବିସହ କରିଦେଇଥିଲା। ରାଗରେ ତିନିଥର ତଲାକ କହିଥିବାରୁ କମାଲ ପରେ ଖୁବ୍ ପଶ୍ଚାତାପ କରିଥିଲେ। କିନ୍ତୁ ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହି ଯାଇଥିଲା। ସେ ପୁଣିଥରେ ମୀନା କୁମାରୀଙ୍କୁ ବିବାହ କରିବାକୁ ଚାହିଁଥିଲେ। ହେଲେ ଇସଲାମ୍ ଧର୍ମର ବିବାହ ନିୟମ ଥିଲା କିଛିଟା ଅଲଗା। ସେମାନେ ଆଉଥରେ ବିବାହ କରିବାକୁ ଚାହିଁଲେ, ନିୟମ ଅନୁଯାୟୀ ପ୍ରଥମେ ମୀନା କୁମାରୀଙ୍କ ହଲାଲା କରିବାକୁ ପଡ଼ିବ ବୋଲି  କୁହାଗଲା। ମୁସଲିମ୍ ଧର୍ମର ନିୟମ ଅନୁଯାୟୀ, ଯଦି କୌଣସି ମୁସଲିମ ମହିଳାଙ୍କର ବିବାହ ବିଚ୍ଛେଦ ବା ତିନି ତଲାକ୍ ହୋଇସାରିଛି ଏବଂ ସେ ପୁଣି ସେହି ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ପ୍ରଥମେ ଅନ୍ୟ ଜଣେ ପୁରୁଷଙ୍କୁ ବିବାହ କରିବାକୁ ପଡ଼ିବ ଓ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପଡ଼ିବ। ତା ପରେ ତାଙ୍କଠୁ ତଲାକ ନେଇ ନିଜର ପୁରୁଣା ସ୍ୱାମୀଙ୍କୁ ବିବାହ କରିପାରିବେ। ଏହାକୁ କୁହାଯାଏ ନିକାହ ହଲାଲ। ତେଣୁ କମାଲ ଏଥିପାଇଁ ଏକ ଉପାୟ ଅବଲମ୍ବନ କରିଥିଲେଷ ସେ ମୀନାଙ୍କ ବିବାହ ନିଜ ବନ୍ଧୁ ଉଲ୍ଲା ଖାନ୍ (ଜିନତ ଅମନଙ୍କ ପିତା)ଙ୍କ ସହ କରି ଦେଇଥିଲେ। ପ୍ରଥା ଅନୁଯାୟୀ ମୀନାଙ୍କୁ ଉଲ୍ଲାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପଡ଼ିଥିଲା। ପରେ ସେ ତାଙ୍କଠାରୁ ତଲାକ୍ ନେଇ ପ୍ରଥମ ସ୍ୱାମୀ କମାଲଙ୍କୁ ଆଉଥରେ ବିବାହ କରିଥିଲେ।

ମୁଁ ଦେହଜୀବୀଠାରୁ କମ୍ ନୁହେଁ

ଏହି ଘଟଣା ମୀନା କୁମାରୀଙ୍କୁ ଗଭୀର ଆଘାତ ଦେଇଥିଲା। ଏହା ତାଙ୍କ ମନୋବଳକୁ ଦୁର୍ବଳ କରିଦେଇଥିଲା। ଏ ସଂପର୍କରେ ପରେ ସେ ଅତି କଠୋର ଭାଷାରେ ଲେଖିଥିଲେ। ସେ ଲେଖିଥିଲେ- ‘ମତେ ଯେତେବେଳେ ଧର୍ମ ନାଁରେ ପର ପୁରୁଷ ସହ ଦୈହିକ ସମ୍ପର୍କ ରଖିବାକୁ ପଡ଼ିଥିଲା, ତେବେ ମୋ ଭିତରେ ଏବଂ ଜଣେ ଦେହଜୀବି ଭିତରେ କଣ ତଫାତ ରହିଲା?’

ଏହାପରେ ସେ ଆଉ ସାଧାରଣ ଜୀବନ ବିତେଇବା ସମ୍ଭବ ହେଲାନାହିଁ। ଘଟଣାଟି ମୀନା କୁମାରୀଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା। ସେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ମାନସିକ ଶାନ୍ତି ପାଇବା ପାଇଁ ସେ ପ୍ରଚୁର ମଦ୍ୟପାନ କରିବା ଆରମ୍ଭ କରି ଦେଇଥିଲେ। ମାନସିକ ଅଶାନ୍ତି ଓ ଅତ୍ୟଧିକ ମଦ୍ୟପାନ ହିଁ ତାଙ୍କ ମୃତ୍ୟୁର କାରଣ ସାଜିଥିଲା। ଖୁବ୍ କମ୍ ବୟସରେ 1972 ମସିହା ମାର୍ଚ୍ଚ 31 ତାରିଖରେ ମାତ୍ର 39 ବର୍ଷ ବୟସରେ ସେ ଦେହତ୍ୟାଗ କରିଥିଲେ।

ମୀନାଙ୍କ ବିଷୟରେ କିଏ କଣ କହିଥିଲେ

ବିନୋଦ ମହେଟ୍ଟା: ମୀନା କୁମାରୀଙ୍କ ଜୀବନୀ ଲେଖିଥିବା ବିନୋଦ ଖୁବ୍ ବଢ଼ିଆ କଥାଟିଏ କହିଥିଲେ ତାଙ୍କ ସଂପର୍କରେ। ସେ କହିଥିଲେ- ହିନ୍ଦି ଫିଲ୍ମର ଟ୍ରାଜେଡି କିଙ୍ଗ୍ ଦିଲୀପ କୁମାର ମଧ୍ୟ ମୀନାଙ୍କ ଆଗରେ ଫିକା ପଡ଼ି ଯାଇଥିଲେ।

ମଧୁବାଲା: ମଧୁବାଲା ନିଜେ କହିଛନ୍ତି ସେ ହେଉଛନ୍ତି ମୀନା କୁମାରୀଙ୍କର ଜଣେ ଫ୍ୟାନ। ସେ କହିଛନ୍ତି, ତାଙ୍କର ଏକ ସୁମଧୁର କଣ୍ଠ ଥିଲା, ଯାହା ଅନ୍ୟ ହିରୋଇନଙ୍କର ନଥିଲା।

ଅମିତାଭ ବଚ୍ଚନ: କେହି ମଧ୍ୟ, କୌଣସି ବ୍ୟକ୍ତି ମଧ୍ୟ, ମୀନା କୁମାରୀଙ୍କ ପରି ଡାଏଲଗ୍ କହିପାରିବେ ନାହିଁ। ଆଜି ଯାଏଁ ନା କିଏ ପାରିଛନ୍ତି, ନା କେହି ପାରିବେ।

ସତ୍ୟଜିତ ରୟ: ଏହା ସ୍ୱୀକାର କରିବାକୁ ପଡ଼ିବ, ମୀନା କୁମାରୀ ଜଣେ ଅତ୍ୟନ୍ତ ଉଚ୍ଚକୋଟୀର ଅଭିନେତ୍ରୀ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story