ବଲିଉଡ୍‌ ଗୀତ ପ୍ରେମରେ ବିଦେଶୀ ମହିଳା : କାର ଭିତରେ ଜବରଦସ୍ତ ଅଭିନୟ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବଲିଉଡ୍‌ ଗୀତ ପ୍ରେମରେ  ବିଦେଶୀ ମହିଳା। ଗୀତରେ ଗୀତରେ ଝୁମୁଛନ୍ତି ଆଉ ଅଭିନୟ ବି କରୁଛନ୍ତି। ମିଠା ମିଠା ଗୀତରେ ମଜି ଯାଉଥିବା ଏହି ମହିଳା ଜଣଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି। ହିନ୍ଦୀ ସିନେମା ଜଗତର ମନ ଛୁଆଁ ଗୀତ ଗୁଡ଼ିକୁ ସେ ଭିନ୍ନ ଅନ୍ଦାଜରେ ଗୁଣୁଗୁଣୁ ଗାନ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମାଲେସିଆର ଏହି ମହିଳା ଜଣକ କାର ଭିତରେ ନିଆରା ଢଙ୍ଗରେ ଅଭିନୟ କରୁଥିବା […]

meera

Rakesh Mallick
  • Published: Monday, 02 October 2017
  • , Updated: 02 October 2017, 11:37 AM IST

ନୂଆଦିଲ୍ଲୀ: ବଲିଉଡ୍‌ ଗୀତ ପ୍ରେମରେ  ବିଦେଶୀ ମହିଳା। ଗୀତରେ ଗୀତରେ ଝୁମୁଛନ୍ତି ଆଉ ଅଭିନୟ ବି କରୁଛନ୍ତି। ମିଠା ମିଠା ଗୀତରେ ମଜି ଯାଉଥିବା ଏହି ମହିଳା ଜଣଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି। ହିନ୍ଦୀ ସିନେମା ଜଗତର ମନ ଛୁଆଁ ଗୀତ ଗୁଡ଼ିକୁ ସେ ଭିନ୍ନ ଅନ୍ଦାଜରେ ଗୁଣୁଗୁଣୁ ଗାନ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମାଲେସିଆର ଏହି ମହିଳା ଜଣକ କାର ଭିତରେ ନିଆରା ଢଙ୍ଗରେ ଅଭିନୟ କରୁଥିବା ନଜରକୁ ଆସିଛି। ଗୋଟିଏ କି ଦୁଇଟି ଗୀତ ନୁହଁ ଅନେକ ଗୀତରେ ଏମିତି ଅଭିନୟ କରୁଥିବାର ଭିଡିଓ ୟୁଟ୍ୟୁବ୍‌ରେ ଅପଲୋଡ଼ ହୋଇଛି।

ମିରା ଜେମ୍ସ ନାମକ ଏହି ମହିଳା କୋଲାବରି ଡି ଓ ବୋଲେ ଚୁଡିୟା, ଲେଗୈ ଲେଗୈ ଆଦି ଗୀତରେ ସେ ଭିନ୍ନ ଢଙ୍ଗରେ ଅଭିନୟ ମାଧ୍ୟମରେ ନିଜର କଳାକୁ ପ୍ରଦର୍ଶନ କରିଛନ୍ତି। କୌତୁହଳର କଥା ହେଉଛି ଅଧିକାଂଶ ଗୀତ ସେ କାର ଭିତରେ ଗାନ କରୁଥିବା ଦେଖାଯାଇଛି। କାର ଭିତରେ ବିଭିନ୍ନ ଅଙ୍ଗଭଙ୍ଗୀରେ ଏକ୍ସପ୍ରେସେନ୍‌ ଦେଉଥିବା ବେଳେ ପାଖରେ ବସି ଡ୍ରାଇଭ କରୁଥିବା ବ୍ୟକ୍ତି ଜଣକ ଚୁପ୍‌ଚାପ୍‌ ବସିବାର ଦୃଶ୍ୟ ଅତି ମଜାଦାର ହୋଇଛି। ତାଙ୍କର ଏହି ଷ୍ଟାଇଲକୁ  ଦର୍ଶକ ମଧ୍ୟ ବେସ୍ ପସନ୍ଦ କରୁଥିବାର ଦେଖାଯାଉଛି।  ତାଙ୍କର ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ସେୟାର ହେଉଛି।

https://www.youtube.com/watch?v=SgfpyQJH6es

 

Related story