ହିଟ୍ ମୁଭି ଦେବା ପରେ ବି ତିଷ୍ଠି ପାରିଲେନି, ପଢ଼ନ୍ତୁ ଏମିତି କିଛି ବଲିଉଡ୍‌ ହିରୋଇନ୍‌ଙ୍କ ସଂପର୍କରେ

ବଲିଉଡ୍ ଅଭିନେତ୍ରୀ ଅମ୍ରିତା ରାଓ ଆଜି ତାଙ୍କର  ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। ୨୦୦୨ରେ ‘ଅବ୍‌କେ ବରଷ’ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ମାତ୍ର ‘ଇସ୍କ ବିସ୍କ’ରୁ ସେ ଲୋକଲୋଚନକୁ ଆସିଥିଲେ। ୨୦୧୩ରେ ରିଲିଜ୍ ହୋଇଥିବା ‘ସତ୍ୟାଗ୍ରହ’ ଓ ‘ଜଲି ଏଲ୍ଏଲ୍‌ବ୍’  ତାଙ୍କ ଶେଷ ଅଭିନୀତ ସିନେମା। ଏହା ପରେ ଆର୍‌ଜେ ଅନ୍‌ମୋଲଙ୍କ ସହ ବିବାହ କରିଥିଲେ। ‘ବିବାହ’ ତାଙ୍କର ଏକ ହିଟ୍ ଫିଲ୍ମ। କିନ୍ତୁ ସେ ବଲିଉଡ୍‌ ବିଶେଷ କିଛି କମାଲ କରିପାରି […]

amrita

amrita

Rakesh Mallick
  • Published: Wednesday, 07 June 2017
  • Updated: 07 June 2017, 02:30 PM IST

Sports

Latest News

ବଲିଉଡ୍ ଅଭିନେତ୍ରୀ ଅମ୍ରିତା ରାଓ ଆଜି ତାଙ୍କର  ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। ୨୦୦୨ରେ ‘ଅବ୍‌କେ ବରଷ’ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ମାତ୍ର ‘ଇସ୍କ ବିସ୍କ’ରୁ ସେ ଲୋକଲୋଚନକୁ ଆସିଥିଲେ। ୨୦୧୩ରେ ରିଲିଜ୍ ହୋଇଥିବା ‘ସତ୍ୟାଗ୍ରହ’ ଓ ‘ଜଲି ଏଲ୍ଏଲ୍‌ବ୍’  ତାଙ୍କ ଶେଷ ଅଭିନୀତ ସିନେମା। ଏହା ପରେ ଆର୍‌ଜେ ଅନ୍‌ମୋଲଙ୍କ ସହ ବିବାହ କରିଥିଲେ। ‘ବିବାହ’ ତାଙ୍କର ଏକ ହିଟ୍ ଫିଲ୍ମ। କିନ୍ତୁ ସେ ବଲିଉଡ୍‌ ବିଶେଷ କିଛି କମାଲ କରିପାରି ନାହାନ୍ତି କି କିଛି ଛାପ ଛାଡ଼ି ନାହାନ୍ତି।

tanushreeଅମ୍ରିତାଙ୍କ ପରି ଆଉ ଜଣେ ଅଭିନେତ୍ରୀ ହେଲେ ତନୁଶ୍ରୀ ଦତ୍ତ। ୨୦୦୫ ରେ ‘ଆଶିକ ବନାୟା ଆପନେ’ ଜରିଆରେ ସେ ଧମାକାନାର ଏଣ୍ଟ୍ରି କରିଥିଲେ ବଲିଉଡ୍‌ରେ। ଏହା ପରେ ଚକ୍‌ଲେଟ୍‌, ଢୋଲ୍, ରିସ୍କ, ଗୁଡ୍ ବୟ୍ ବ୍ୟାଡ୍ ବୟ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ନାମକାର ଅଭିନେତ୍ରୀ ହୋଇପାରିନାହାନ୍ତି।

୨୦୦୦ରେ ଆସିଥିବା ସୁପରହିଟ ମୁଭି ‘କହୋନା ପ୍ୟାର ହେ’ ଜରିଆରେ ବଲିଉଡ୍‌ରେ ବିଗ୍ ଏଣ୍ଟ୍ରି  ମାରିଥିଲେ ଅମିଶା ପଟେଲ। ସୁପରହିଟ୍ ଫିଲ୍ମ ‘ଗଦ୍ଦର’ ଥିଲା ତାଙ୍କର ତୃତୀୟ ଫିଲ୍ମ। ଏହା ବି ହିଟ୍ ହୋଇଥିଲା। ଏହା ପରେ ସେ ଆହୁରି ଅନେକ ଫିଲ୍ମରେ ଅଭିନୟ କରିଥିଲେ। କିନ୍ତୁ ନିଜକୁ ଜଣେ ସଫଳ ନାୟିକା ଭାବେ ପ୍ରତିଷ୍ଠିତ କରିବାରେ ବିଫଳ ହୋଇଛନ୍ତି।

ପୂର୍ବତନ ମିସ୍ ଇଣ୍ଡିଆ ସେଲିନା ଜେଟଲୀ ୨୦୦୩ରେ ମୁକ୍ତିଲାଭ କରିଥିବା ‘ଜାନସୀନ’ ଜରିଆର ବଲିଉଡ୍‌ରେ ଡେବ୍ୟୁ କରିଥିଲେ।  ଏହାପରେ  ଖେଲ୍‌(୨୦୦୩), ସିଲ୍‌ସିଲେ (୨୦୦୫),ନୋ ଏଣ୍ଟ୍ରୀ (୨୦୦୫), ଅପନା ସପନା ମନି ମନି (୨୦୦୬), ପେଇଙ୍ଗ୍ ଗେଷ୍ଟ(୨୦୦୯) ଓ ଗୋଳମାଲ ୨ରେ ଅଭିନୟ କରିଥିଲେ। କିନ୍ତୁ ଅଭିନେତ୍ରୀ ଭାବେ କିଛି କିମିଆ କରି ପାରି ନ ଥିଲେ।  ୨୦୧୧ରେ ଅଷ୍ଟ୍ରେଲିଆର ଜଣେ ବ୍ୟବସାୟୀ ପିଟର ହଗ୍‌ଙ୍କୁ ବିବାହ କରିଥିଲେ। ଏବେ ସେ ଦୁଇ ଯାଆଁଳା ସନ୍ତାନଙ୍କ ଜନନୀ।

‘ରୋଡ୍‌’ ସିନେମାରେ ଆଇଟମ୍ ଗର୍ଲ ଭାବେ ଡେବ୍ୟୁ କରିଥିବା କୋଏନା ମିତ୍ରା

ମୁସାଫିର,ଏକ ଖିଲାଡି ଏକ ହସିନା,ଅପନା ସପନା ମନି ମନି,ଅନାମିକା ଭଳି ସିନେମାରେ ନଜର ଆସିଥିଲେ। ୨୦୧୧ରେ ନାକ ସର୍ଜରୀ  ତାଙ୍କ  ଉପରେ ଭାରି ପଡ଼ିଥିଲା। ସଫଳତା ଏହି ଅଭିନେତ୍ରୀଙ୍କ ହାତକୁ ଆସିନାହିଁ।

କିମ୍‌ ଶର୍ମା, ପ୍ରୀତି ଝାଙ୍ଗିଆନି ଓ ଇଶା ଦେଓଲଙ୍କ ଭଳି ଅଭିନେତ୍ରୀ କେତୋଟି ଫିଲ୍ମରେ ଅଭିନୟ କରି ଥିଲେ ବି ସଫଳତାର ଶିଖର ଛୁଇଁବାରେ ବିଫଳ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos