ଭେଟନ୍ତୁ ସାଉଥ୍ ଷ୍ଟାରଙ୍କ ପୁଅଝିଅଙ୍କୁ

ହିନ୍ଦୀ ଫିଲ୍ମ ପରି ସାଉଥ୍‌ ଫିଲ୍ମ ଗୁଡିକର ବି ବହୁତ କ୍ରେଜ୍‌ ରହିଛି। ବଲିଉଡ୍ ଷ୍ଟାରମାନେ ଯେତିକି ଚର୍ଚ୍ଚାରେ ରହନ୍ତି ,ସାଉଥ୍ ଷ୍ଟାରମାନେ ମଧ୍ୟ ସେତିକି ଚର୍ଚ୍ଚାରେ ରହନ୍ତି। ତେବେ ବଲିଉଡ ଷ୍ଟାରଙ୍କ ପିଲାମାନଙ୍କୁ ନେଇ ଯେତେ ଚର୍ଚ୍ଚା ହୁଏ, ସାଉଥ ଷ୍ଟାରଙ୍କ ପିଲାଙ୍କୁ ନେଇ ସେତେ ଚର୍ଚ୍ଚା ହୁଏ ନାହିଁ। ତା’ହେଲେ ଆସନ୍ତୁ ଜାଣିବା ସାଉଥ୍‌ର କେତେ ଜଣ ଫେମସ୍‌ ଷ୍ଟାରଙ୍କ ପୁଅଝିଅଙ୍କ ସଂପର୍କରେ। ଲିଙ୍ଗା ଓ ଯାତ୍ରା– ସାଉଥ୍‌ରେ ଅଭିନେତା ଭାବେ ଧନୁଷ ବହୁତ […]

Rakesh Mallick
  • Published: Thursday, 28 September 2017
  • , Updated: 28 September 2017, 05:43 AM IST

ହିନ୍ଦୀ ଫିଲ୍ମ ପରି ସାଉଥ୍‌ ଫିଲ୍ମ ଗୁଡିକର ବି ବହୁତ କ୍ରେଜ୍‌ ରହିଛି। ବଲିଉଡ୍ ଷ୍ଟାରମାନେ ଯେତିକି ଚର୍ଚ୍ଚାରେ ରହନ୍ତି ,ସାଉଥ୍ ଷ୍ଟାରମାନେ ମଧ୍ୟ ସେତିକି ଚର୍ଚ୍ଚାରେ ରହନ୍ତି। ତେବେ ବଲିଉଡ ଷ୍ଟାରଙ୍କ ପିଲାମାନଙ୍କୁ ନେଇ ଯେତେ ଚର୍ଚ୍ଚା ହୁଏ, ସାଉଥ ଷ୍ଟାରଙ୍କ ପିଲାଙ୍କୁ ନେଇ ସେତେ ଚର୍ଚ୍ଚା ହୁଏ ନାହିଁ। ତା’ହେଲେ ଆସନ୍ତୁ ଜାଣିବା ସାଉଥ୍‌ର କେତେ ଜଣ ଫେମସ୍‌ ଷ୍ଟାରଙ୍କ ପୁଅଝିଅଙ୍କ ସଂପର୍କରେ।

ଲିଙ୍ଗା ଓ ଯାତ୍ରା- ସାଉଥ୍‌ରେ ଅଭିନେତା ଭାବେ ଧନୁଷ ବହୁତ ପପୁଲାର। ସେ ଅନେକ ଫିଲ୍ମରେ କାମ କରିଛନ୍ତି। ସେ ବଲିଉଡ ଫିଲ୍ମ ‘ରାଂଝଣା’ରେ ମୁଖ୍ୟଭୂମିକାରେ ଅଭିନୟ କରିଥିଲେ। ଖାଲି ସେତିକି ନୁହେଁ, ତାଙ୍କର ମଧ୍ୟ ନିଜର ପ୍ରଡକ୍ସନ ହାଉସ୍‌ ରହିଛି। ଧନୁଷଙ୍କର ଦୁଇଟି ପୁଅ- ଲିଙ୍ଗା ଓ ଯାତ୍ରା। ସେମାନେ ମଧ୍ୟ ଧନୁଷଙ୍କ ପରି ଖୁବ ନାଁ କମେଇବେ ବୋଲି ଆଶା କରାଯାଉଛି।

ଦେବ ଓ ଦିବ୍ୟା- ଏ ଦୁଇଜଣ ହେଉଛନ୍ତି ତାମିଲନାଡୁର ସୁପଷ୍ଟାର ସୂରିୟାଙ୍କ ପୁଅଝିଅ। ସୂରିୟା ‘ନରେକ୍କୁ ନେରରୁ’ ନିଜ କ୍ୟାରିଅରର ଆରମ୍ଭ କରିଥିଲେ।

ସିତାରା ଓ ଗୌତମ- ହ୍ୟାଣ୍ଡସମ ହିରୋ ମହେଶ ବାବୁଙ୍କର ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ନାଁ। ସେ ହେଉଛନ୍ତି ତେଲୁଗୁଷ୍ଟାର କୃଷ୍ଣାଙ୍କର ସାନ ପୁଅ। ସେ ଛୋଟ ବେଳୁ ଫିଲ୍ମରେ କାମ କରିବା ଆରମ୍ଭ କରି ଦେଇଥିଲେ। ସେ ଏବେ ଜି ମହେଶବାବୁ ଏଣ୍ଟରଟେନ୍‌ମେଣ୍ଟ ହାଉସର ମାଲିକ। ତାଙ୍କର ଦୁଇଟି ସନ୍ତାନ। ସେମାନେ ସିତାରା ଓ ଗୌତମ। ସେମାନେ ମଧ୍ୟ ନିଜ ବାପାଙ୍କ ପରି ଶିଶୁ କଳାକାର ଭାବେ ଫିଲ୍ମରେ ଅଭିନୟକରିବେ ବୋଲି ଆଶା କରାଯାଉଛି।

ଆୟାନ- ଅଲ୍ଲୁ ଅର୍ଜୁନ ମଧ୍ୟ ତେଲୁଗୁ ଷ୍ଟାରମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ। ସେ ଅଲ୍ଲୁ ଅରବିନ୍ଦଙ୍କ ପୁଅ ଓ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସଂପର୍କୀୟ। ସେ ଗୋଟିଏ ସନ୍ତାନର ଜନକ। ତାଙ୍କ ନାଁ ଆୟାନ। ସେ  ଅଲ୍ଲୁଙ୍କପରି ଫିଲ୍ମରେ କମାଲ ଦେଖାଇବେ ନା ନାହିଁ ତାହ ସମୟ କହିବ।

Related story