ଭାଇ ଓ ଭଉଣୀ ଉଭୟ କଳାକାର; ଭେଟନ୍ତୁ ଟେଲିଭିଜନ୍‌ ଦୁନିଆର ଏମିତି କିଛି କଳାକାରଙ୍କୁ

ବଲିଉଡ୍‌ରେ ଆମେ ଅନେକ କଳାକାରଙ୍କୁ ଜାଣିଛନ୍ତି ଯେଉଁମାନେ ଭାଇ-ଭାଇ ଅବା ଭାଇ-ଭଉଣୀ। ସେମିତି ଟେଲିଭିଜନ୍‌ ଦୁନିଆରେ ମଧ୍ୟ କିଛି କଳାକାର ଅଛନ୍ତି ଯେଉଁମାନେ ଭାଇ-ଭାଇ ଓ ଭାଇ-ଭଉଣୀ। ଆଜି ଆମେ ଟେଲିଭିଜନ୍‌ ଦୁନିଆର କେତେ ଜଣ ରିୟଲ ଲାଇଫ୍‌ ଭାଇଭାଉଣୀଙ୍କ ସହ ଆପଣଙ୍କୁ ପରିଚିତ କରାଇବୁ। ଏମାନେ ସମସ୍ତେ ହେଉଛନ୍ତି କଳାକାର। ମିହିକା ଓ ମିସ୍କଟ୍‌ ବର୍ମା– ମିହିକା ଓ ମିସ୍କଟ୍‌ ବର୍ମା ଛୋଟ ପରଦାରେ ବହୁତ୍‌ ଲୋକପ୍ରିୟ। ବାସ୍ତବ ଜୀବନରେ ଏ ଦୁହେଁ ଭାଇଭଉଣୀ। ଦୁହେଁ […]

television

Rakesh Mallick
  • Published: Sunday, 26 November 2017
  • , Updated: 17 August 2018, 04:16 AM IST

ବଲିଉଡ୍‌ରେ ଆମେ ଅନେକ କଳାକାରଙ୍କୁ ଜାଣିଛନ୍ତି ଯେଉଁମାନେ ଭାଇ-ଭାଇ ଅବା ଭାଇ-ଭଉଣୀ। ସେମିତି ଟେଲିଭିଜନ୍‌ ଦୁନିଆରେ ମଧ୍ୟ କିଛି କଳାକାର ଅଛନ୍ତି ଯେଉଁମାନେ ଭାଇ-ଭାଇ ଓ ଭାଇ-ଭଉଣୀ। ଆଜି ଆମେ ଟେଲିଭିଜନ୍‌ ଦୁନିଆର କେତେ ଜଣ ରିୟଲ ଲାଇଫ୍‌ ଭାଇଭାଉଣୀଙ୍କ ସହ ଆପଣଙ୍କୁ ପରିଚିତ କରାଇବୁ। ଏମାନେ ସମସ୍ତେ ହେଉଛନ୍ତି କଳାକାର।

ମିହିକା ଓ ମିସ୍କଟ୍‌ ବର୍ମା- ମିହିକା ଓ ମିସ୍କଟ୍‌ ବର୍ମା ଛୋଟ ପରଦାରେ ବହୁତ୍‌ ଲୋକପ୍ରିୟ। ବାସ୍ତବ ଜୀବନରେ ଏ ଦୁହେଁ ଭାଇଭଉଣୀ। ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଆନ୍ତି। ମିହିକା ଏବେ ଆମେରିକାରେ ଥିବାରୁ ନିଜ ପରିବାରକୁ ବହୁତ ମିସ୍‌ କରୁଛନ୍ତି। ସେଥିପାଇଁ ତାଙ୍କ ସାନ ଭାଇ ମିସ୍କଟ୍‌ ସୋସିଆଲ ମିଡିଆରେ ତାଙ୍କ ପାଇଁ ସବୁବେଳେ କିଛି ନା କିଛି ମେସେଜ୍‌ ପଠାଉଛନ୍ତି। ମିହିକାଙ୍କୁ ଲୋକପ୍ରିୟ ଧାରାବାହିକ ‘ୟେ ହୈ ମହୋବତେଁ’ରେ ଦେଖିବାକୁ ମିଳିଥିଲା। ମିସ୍କଟ୍‌ଙ୍କୁ ଶେଷଥର ‘ଇଛା ପ୍ୟାରୀ ନାଗିନ୍‌’ରେ ଦେଖିବାକୁ ମିଳିଥିଲା।

ମେହେର ଵିଜ୍‌ ଓ ପିୟୁଷ ସହଦେବ୍‌-  ମେହେର ଓ ପିୟୁଷ ଭାଇଭଉଣୀ। ମେହେର୍‌ ପିୟୁଷଙ୍କଠାରୁ ୪ ବର୍ଷ ସାନ। ଏକ ସାକ୍ଷତକାରରେ ପିୟୁଷ କହିଥିଲେ- “ମୁଁ ମେହେରକୁ ନେଇ ବହୁତ ପ୍ରୋଟେକ୍ଟିଭ। ମା’ଙ୍କ ଦେହାନ୍ତ ପରେ ମେହେର୍‌ ମୋର ଓ ନିଜର ଖୁବ୍‌ ଭଲ ଭାବେ ଦେଖାଶୁଣା କରିଥିଲେ। ତାଙ୍କର ବିବାହ ପରେ ମୁଁ ଛୁଆଙ୍କ ପରି କାନ୍ଦିଥିଲି। କାରଣ ମତେ ଦ୍ଵିତୀୟ ଥର ପାଇଁ ମୋ ମା’ଙ୍କୁ ହରେଇବା ଭଳି ଲାଗିଥିଲା।”

ଡେଲନାଜ୍ ଓ ବଖ୍‌ତିଆର ଇରାନୀ-  ଟିଭି ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରେ ଡେଲ୍‌ନାଜ ଇରାନୀ ଜଣେ। ସେ ଅନେକ ଫିଲ୍ମ କରିବା ସହ ଅନେକ ଟିଭି ସିରିଏଲ୍‌ରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କ ଭାଇ ବଖ୍‌ତିଆର ଇରାନୀ ମଧ୍ୟ ସିରିଏଲ୍‌ ଜଗତର  ଜଣାଶୁଣା ଚେହେରା। ଦୁଇ ଜଣକ ମଧ୍ୟରେ ୬ ବର୍ଷର ଅନ୍ତର। ବଖ୍‌ତିଆର ସବୁବେଳେ ଡେଲ୍‌ନାଜଙ୍କୁ ନିଜ ମା’ ଭଳି ଭାବିଥାନ୍ତି।

ଅଲ୍‌କା କୌଶଲ ଓ ବରୁଣ ବାଦୋଲା-  ଅଲ୍‌କା କୌଶଲ ଛୋଟ ସ୍କ୍ରିନ୍‌ର ଜଣେ ପ୍ରସିଦ୍ଧ ଚେହେରା। ସେ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଏହି ସୁନ୍ଦରୀ ଅଭିନେତ୍ରୀ ଶେଷ ଥର ‘ବଜରଙ୍ଗୀ ଭାଇଜାନ୍‌’ରେ ମା’ ଭୂମିକାରେ ନଜର ଆସିଥିଲେ। ଏହି ଅଭିନେତ୍ରୀ ଜଣଙ୍କ ଜଣାଶୁଣା ଟେଲିଭିଜନ୍‌ ଅଭିନେତା ବରୁଣଙ୍କ ଭଉଣୀ।

ଆଲୋକ ନାଥ ଓ ବିନୀତ୍‌ ମଲ୍ଲିକ- ଫିଲ୍ମ ହେଉକି ସିରିଏଲ୍‌ ଆଲୋକନାଥ ଖୁବ୍‌ ଲୋକପ୍ରିୟ ଅଭିନେତା। ଏହି ପ୍ରସିଦ୍ଧ ଅଭିନେତାଙ୍କ ଭଉଣୀ ହେଉଛନ୍ତି ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହୈ’ରେ ଜେଜେ ମା’ ଭୂମିକାରେ ନଜର ଆସିଥିବା ବିନୀତା ମଲ୍ଲିକ।

ଜନ୍ନତ ଜୁବୈର ଓ ଅୟାନ ଜୁବେର-  ଅଫ୍‌ ସ୍କ୍ରିନ୍‌ ଭାଇ ଭଉଣୀ ଜନ୍ନତ ଓ ଅୟାନ୍ ଅନେକ ସିରିଏଲ୍‌ରେ ଶିଶୁ କଳାକାର ଭାବେ ଅଭିନୟ କରି ନାଁ କମେଇ ସାରିଛନ୍ତି। ଜନ୍ନତ ‘ଫୁଲୱା’ରେ ନଜର ଆସିଥିବା ବେଳେ ଓ ଅୟାନ୍‌ଙ୍କୁ ଏକତା କପୁରଙ୍କ ସିରିଏଲ୍‌ ‘ଯୋଦ୍ଧା ଆକ୍‌ବର’ରେ ଦେଖିବାକୁ ମିଳିଥିଲା।

ଦୃଷ୍ଟି ଧାମୀ ଓ ଜୟସିଲ୍‌ ଧାମୀ- ‘ମଧୁବାଲା’ ଦୃଷ୍ଟି ଧାମୀ ଓ ଜୟସିଲ୍‌ ଧାମୀ ଅଫ୍‌ ସ୍କ୍ରିନ୍‌ ଭାଇଭଉଣୀ। ଜୟସିଲ୍ ରିଆଲିଟି ଶୋ ‘ନଚବଲିଏ’ରେ ନଜର ଆସିଥିଲେ। ସେ ‘ୟା ମେଁ ଘର ଘର ଖେଲି’ର ଲିଡ୍‌ ଇଭିନେତ୍ରୀ ଶଶୀଙ୍କୁ ବିବାହ କରିଛନ୍ତି।

କୃଷ୍ଣା ଓ ଅଭିଷେକ୍‌ ଓ ଆରତୀ ସିଂହ- ଛୋଟ ପରଦାର କମେଡି ରାଜା କୃଷ୍ଣା ଅଭିଶେକ୍‌ ଜଣେ ସଫଳ ଅଭିନେତା। ‘ପରିଚୟ’ ଧାରବାହିକରେ ଅଭିନୟ କରିଥିବା ଆରତୀ ବାସ୍ତବ ଜୀବନରେ ତାଙ୍କ ଭଉଣୀ।

ରିଦ୍ଧି ଡଗୋରା ଓ ଅକ୍ଷୟ ଡଗୋରା- ‘ଇସ୍‌ ପ୍ୟାର କୋ କ୍ୟା ନାମ ଦୁଁ୧‘ରେ ଅକ୍ଷୟ ଡଗୋରାଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କ ନିଜ ଭଉଣୀ ହେଉଛନ୍ତି  ରିଦ୍ଧି ଡଗୋରା ଯିଏ  ଅନେକ ଲୋକପ୍ରିୟ ଧାରାବାହିକରେ ଅଭିନୟ କରିଛନ୍ତି।

Related story