ସନିଙ୍କ ପରେ ସନ୍‌ସନି ଖେଳେଇବାକୁ ଆସୁଛନ୍ତି ଆଉ ଜଣେ ପର୍ଣ୍ଣ ଷ୍ଟାର

ମୁମ୍ବାଇ: ପର୍ଣ୍ଣ ଷ୍ଟାର ସନି ଲିଓନ ବଲିଉଡ୍‌ରେ ନିଜ ସ୍ଥାନକୁ ମଜଭୁତ କରି ସାରିଛନ୍ତି। ଏବେ ତାଙ୍କ ରାସ୍ତା ଧରିବାକୁ ଯାଉଛନ୍ତି ଆଉ ଜଣେ ପର୍ଣ୍ଣ ଷ୍ଟାର। ସେ ବି ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିବାକୁ ଯାଉଛନ୍ତି। ତାଙ୍କ ନାଁ ମିୟା ଖଲିଫା। ସେ ମଲୟାଲମ ଫିଲ୍ମ ଜରିଆରେ ନିଜର ଫିଲ୍ମୀ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ମୁତାବକ, ଆଡଲ୍ଟ କମେଡି ଫିଲ୍ମ ‘ଚଂକଜ-୨: ଦ କନ୍‌କ୍ଲୁଜନ’ରେ ଅଭିନୟ କରିବା ପାଇଁ ତାଙ୍କୁ […]

miakhalifa

Rakesh Mallick
  • Published: Friday, 03 November 2017
  • , Updated: 03 November 2017, 10:48 AM IST

ମୁମ୍ବାଇ: ପର୍ଣ୍ଣ ଷ୍ଟାର ସନି ଲିଓନ ବଲିଉଡ୍‌ରେ ନିଜ ସ୍ଥାନକୁ ମଜଭୁତ କରି ସାରିଛନ୍ତି। ଏବେ ତାଙ୍କ ରାସ୍ତା ଧରିବାକୁ ଯାଉଛନ୍ତି ଆଉ ଜଣେ ପର୍ଣ୍ଣ ଷ୍ଟାର। ସେ ବି ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିବାକୁ ଯାଉଛନ୍ତି। ତାଙ୍କ ନାଁ ମିୟା ଖଲିଫା। ସେ ମଲୟାଲମ ଫିଲ୍ମ ଜରିଆରେ ନିଜର ଫିଲ୍ମୀ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି।

ମିଳିଥିବା ସୂଚନା ମୁତାବକ, ଆଡଲ୍ଟ କମେଡି ଫିଲ୍ମ ‘ଚଂକଜ-୨: ଦ କନ୍‌କ୍ଲୁଜନ’ରେ ଅଭିନୟ କରିବା ପାଇଁ ତାଙ୍କୁ ପ୍ରସ୍ତାବ ଦିଆଯାଇଛି। ନିର୍ଦ୍ଦେଶକ ଓମାର ଲୁଲା ଏହି ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଫିଲ୍ମରେ ସେ ଏକ ଡାନ୍ସ ନମ୍ବରରେ ନଜର ଆସିବେ। ଏହା ବ୍ୟତୀତ  ଏକ ଚରିତ୍ରରେ ସେ ଅଭିନୟ କରିବେ।”

କୁହାଯାଉଛି ‘ଚଂକଜ ୨’କୁ ବଲିଉଡ୍‌ର ଏକ ବଡ଼ ପ୍ରଡକ୍ସନ ହାଉସ୍ ପ୍ରଯୋଜନା କରିବ। ‘ଚଂକଜ’ର ଲେଖକ ସାରଙ୍ଗ ଓ ସନୂପ ଥିକୋଡନ ଏହାର କାହାଣୀ ଲେଖିବେ। ‘ଚଂକଜ’ରେ ଫିମେଲ୍ ଲିଡ୍‌ ରୋଲ୍‌ରେ ଆସିଥିବା ହନୀ ରାଜ ‘ଚଂକଜ ୨’ ମଧ୍ୟ ନଜର ଆସିବେ।

ନିର୍ଦ୍ଦେଶକ ଓମାର ଏବେ ତାଙ୍କର ଆଗାମୀ ଫିଲ୍ମ ‘ଓରୁ ଅଦାର ଲଭ୍’ର ସୁଟିଂ କରୁଛନ୍ତି। ଏହି ଫିଲ୍ମଟି ଚଳିତ ବର୍ଷ ଡିସେମ୍ବରରେ ରିଲିଜ୍ ହେବ।

Related story