ବଢ଼ିଲା ମିକାଙ୍କ ମୁସ୍କିଲ୍‌

ମୁମ୍ବାଇ: ପାକିସ୍ତାନ ଯାଇ ଗୀତ ଗାଇଥିବା ବଲିଉଡ୍‌ ଗାୟକ ମିକା ସିଂହଙ୍କ ମୁସ୍କିଲ୍ ବଢ଼ିଯାଇଛି। ତାଙ୍କ ଉପରେ ବ୍ୟାନ୍ ଲଗାଇ ଦେଇଛି ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍‌ (ଏଆଇସିଡବ୍ଲ୍ୟୁଏ)। ସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏଆଇସିଡବ୍ଲ୍ୟୁଏ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି, ମିକା ସିଂହ ଗତ ଅଗଷ୍ଟ ୮ ତାରିଖରେ କରାଚିରେ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ତଥା ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌ଙ୍କ ଜଣେ ଘନିଷ୍ଠ ବନ୍ଧୁଙ୍କ କାର୍ଯ୍ୟକ୍ରମରେ […]

mika1

mika1

Jitendra Garnayak
  • Published: Wednesday, 14 August 2019
  • Updated: 14 August 2019, 01:15 PM IST

Sports

Latest News

ମୁମ୍ବାଇ: ପାକିସ୍ତାନ ଯାଇ ଗୀତ ଗାଇଥିବା ବଲିଉଡ୍‌ ଗାୟକ ମିକା ସିଂହଙ୍କ ମୁସ୍କିଲ୍ ବଢ଼ିଯାଇଛି। ତାଙ୍କ ଉପରେ ବ୍ୟାନ୍ ଲଗାଇ ଦେଇଛି ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍‌ (ଏଆଇସିଡବ୍ଲ୍ୟୁଏ)। ସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

ଏଆଇସିଡବ୍ଲ୍ୟୁଏ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି, ମିକା ସିଂହ ଗତ ଅଗଷ୍ଟ ୮ ତାରିଖରେ କରାଚିରେ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ତଥା ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌ଙ୍କ ଜଣେ ଘନିଷ୍ଠ ବନ୍ଧୁଙ୍କ କାର୍ଯ୍ୟକ୍ରମରେ ଗୀତ ଗାଇଥିଲେ। ସେଥିପାଇଁ ବିନା କୌଣସି ସର୍ତ୍ତରେ ତାଙ୍କ ଉପରେ ବ୍ୟାନ୍ ଜାରି କରାଯାଇଛି। ସେ ଯେଉଁସବୁ ଫିଲ୍ମ ପ୍ରଯୋଜନା ସଂସ୍ଥା, ମ୍ୟୁଜିକ୍ କମ୍ପାନୀ ଓ ଅନ୍‌ଲାଇନ୍ ମ୍ୟୁଜିକ୍ ପ୍ରୋଭାଇଡର କମ୍ପାନୀ ସହିତ ଜଡ଼ିତ ଥିଲେ, ସେଥିରୁ ତାଙ୍କୁ ତତ୍‌କାଳ ବହିଷ୍କାର କରାଯାଇଛି।

ଏଆଇସିଡବ୍ଲ୍ୟୁଏ ଅଧ୍ୟକ୍ଷଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ବୟାନରେ ଆହୁରି କୁହାଯାଇଛି, ଭାରତରେ ଯେପରି ମିକା ସିଂହଙ୍କ ସହିତ କେହି କାମ ନ କରିବେ, ତାହା ସଂଘର ପ୍ରତ୍ୟେକ ସଦସ୍ୟ ସୁନିଶ୍ଚିତ କରିବେ। ଯଦି ତାଙ୍କ ସହିତ କେହି କାମ କରିବେ, ତା’ହେଲେ ତାଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ।

letter1ଏଥିରେ କୁହାଯାଇଛି, ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଥିବା ବେଳେ ମିକା ସିଂହ ଦେଶ ବଦଳରେ ଅର୍ଥକୁ ଗୁରୁତ୍ୱ ଦେଇଛନ୍ତି। ତେଣୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏ ମାମଲା ହସ୍ତକ୍ଷେପ କରି ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ, ମିକା ସିଂହଙ୍କ ଭଳି ଗାୟକ ଦେଶ ଅପେକ୍ଷା ନିଜ ବୃତ୍ତିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି।

ଅନ୍ୟପକ୍ଷରେ ଏନେଇ ମିକା ସିଂହଙ୍କର କିଛି ପ୍ରତିକ୍ରିୟା ଆସିନି।

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିଚଳିତ ହୋଇ ଭାରତ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଥିଲା। ଭାରତୀୟ ସିନେମାକୁ ବନ୍ଦ କରିବା ସହିତ ଦୁଇ ଦେଶ ମଧ୍ୟରେ ବସ୍ ଓ ଟ୍ରେନ୍ ଚଳାଚଳକୁ ବନ୍ଦ କରିଥିଲା। ତା’ସହିତ ଅନ୍ୟ ସମସ୍ତ ବ୍ୟବସାୟିକ ଚୁକ୍ତି ବି ଛିନ୍ନ କରିଥିଲା। ଏହା ସତ୍ତ୍ୱେ ମିକା ସେଠାକୁ ଗୀତ ଗାଇବାକୁ ଯାଇଥିଲେ। ଏହାର ଭିଡିଓ ଭାଇରାଲ୍‌ ହେବା ପରେ ଲୋକେ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story