ମିସ୍ ଇଣ୍ଡିଆ ହେବାକୁ ମିସ୍ କରିଥିଲେ ବୋର୍ଡ ପରୀକ୍ଷା: ଏଥର ରଖିଲେ 97 ପ୍ରତିଶତ ନମ୍ବର

କଥାରେ ଅଛି ପାଠ ଥିଲେ ଶାଠ ନଥାଏ, ଶାଠ ଥିଲେ ପାଠ। କିନ୍ତୁ ଏହି  ଉକ୍ତିକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ମିସ ଇଣ୍ଡିଆରର ଦ୍ୱିତୀୟ ରନର୍ସଅପ୍ ପଙ୍ଖୁଡି ଗିଡୱାନି। ଚଳିତ ବର୍ଷ ଦ୍ୱାଦଶ ପରୀକ୍ଷାରେ 97.25 ପ୍ରତିଶତ ନମ୍ବର ରଖି ସେ ପାଲଟିଛନ୍ତି ଏ ଲେଡି ୱିଥ ବିୟୁଟି ଆଣ୍ଡ ବ୍ରେନ।  ଅର୍ଥାତ ଏମିତି ଏକ ଝିଅ ଯିଏ ପଢାରୁ ଫ୍ୟାସନ ସବୁଥିରେ ରହିଛନ୍ତି ଆଗରେ। 19ବର୍ଷୀୟା ପଙ୍ଖୁଡି ଗତ ବର୍ଷ ମିସ ଇଣ୍ଡିଆ ପ୍ରତିଯୋଗିତାରେ […]

miss india

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 06:23 PM IST

କଥାରେ ଅଛି ପାଠ ଥିଲେ ଶାଠ ନଥାଏ, ଶାଠ ଥିଲେ ପାଠ। କିନ୍ତୁ ଏହି  ଉକ୍ତିକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ମିସ ଇଣ୍ଡିଆରର ଦ୍ୱିତୀୟ ରନର୍ସଅପ୍ ପଙ୍ଖୁଡି ଗିଡୱାନି। ଚଳିତ ବର୍ଷ ଦ୍ୱାଦଶ ପରୀକ୍ଷାରେ 97.25 ପ୍ରତିଶତ ନମ୍ବର ରଖି ସେ ପାଲଟିଛନ୍ତି ଏ ଲେଡି ୱିଥ ବିୟୁଟି ଆଣ୍ଡ ବ୍ରେନ।  ଅର୍ଥାତ ଏମିତି ଏକ ଝିଅ ଯିଏ ପଢାରୁ ଫ୍ୟାସନ ସବୁଥିରେ ରହିଛନ୍ତି ଆଗରେ।

19ବର୍ଷୀୟା ପଙ୍ଖୁଡି ଗତ ବର୍ଷ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିପାଇଁ ସେ ତାଙ୍କ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇ ପାରିନଥିଲେ। ମିସ ଇଣ୍ଡିଆ ପ୍ରତିଯୋଗିତାରେ ତ ସେ ସଫଳତା ହାସଲ କଲେ। କିନ୍ତୁ ଦ୍ୱାଦଶ ପରୀକ୍ଷା ନଦେଇ ପାରିବାରୁ ସେ ମନେ ମନେ ଦୁଃଖ ପ୍ରକାଶ କରୁଥିଲେ। ଚଳିତ ବର୍ଷ ସେ ତାଙ୍କର ଆଧୁରା ଆଶାକୁ ପୁରଣ କରିଛନ୍ତି।  ପରିଶ୍ରମ ଓ ଦୃଢ ମନୋବଳ ଫଳରେ ସେ ଦ୍ୱାଦଶ ପରୀକ୍ଷାରେ 97.25 ପ୍ରତିଶତ ନମ୍ବର ରଖି ପାଶ୍ କରିଛନ୍ତି।

Related story