ଶହେ କୋଟି କ୍ଲବ୍‌ରେ ସାମିଲ ହେଲା ‘ମିଶନ ମଙ୍ଗଲ’

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ଅକ୍ଷୟ କୁମାର ଓ ବିଦ୍ୟା ବାଲାନଙ୍କ ଫିଲ୍ମ ‘ମିଶନ ମଙ୍ଗଲ’।  ରିଲିଜ୍ ହେବା ଦିନରୁ ହିଁ ଭଲ ଆୟ କରୁଛି ଏହି ଫିଲ୍ମ। ଗତ ଶନିବାର ଫିଲ୍ମ ପାଖାପାଖି ୨୩.୫୦ କୋଟି ଟଙ୍କା ଆୟ କରିଛି।  ମାତ୍ର ୫ ଦିନରେ ଏହି ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇଯାଇଛି। Akshay Kumar versus Akshay Kumar… Fastest to reach ₹ 💯 cr…2018: #2Point0 [#Hindi]: Day […]

misson-mangal

Chinmayee Roy
  • Published: Tuesday, 20 August 2019
  • , Updated: 20 August 2019, 01:35 PM IST

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ଅକ୍ଷୟ କୁମାର ଓ ବିଦ୍ୟା ବାଲାନଙ୍କ ଫିଲ୍ମ ‘ମିଶନ ମଙ୍ଗଲ’।  ରିଲିଜ୍ ହେବା ଦିନରୁ ହିଁ ଭଲ ଆୟ କରୁଛି ଏହି ଫିଲ୍ମ। ଗତ ଶନିବାର ଫିଲ୍ମ ପାଖାପାଖି ୨୩.୫୦ କୋଟି ଟଙ୍କା ଆୟ କରିଛି।  ମାତ୍ର ୫ ଦିନରେ ଏହି ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇଯାଇଛି।

https://twitter.com/taran_adarsh/status/1163313353474707456

ବକ୍ସ  ଅଫିସ୍‌ ଇଣ୍ଡିଆ ଡଟ୍‌ କମ୍‌ ମୁତାବକ ‘ମିଶନ ମଙ୍ଗଲ’ ଚତୁର୍ଥ ଦିନ ଅର୍ଥାତ୍‌ ୱିକେଣ୍ଡ ସୁଦ୍ଧା ୯୭.୫୬ କୋଟି ଟଙ୍କା ଆୟ କରିଥିଲା। ପରେ ଏହା ପଞ୍ଚମ ଦିନରେ ୮.୫୦ ରୁ ୮.୭୫ କୋଟି ଟଙ୍କା କଲେକ୍ସନ କରିଛି। ତେବେ ଏହି ହିସାହରେ ଫିଲ୍ମଟି ୧୦୪.୫ କୋଟି ଟଙ୍କା ଆୟ ସହ ୧୦୦ କୋଟି କ୍ଲବରେ ସାମିଲ ହୋଇଯାଇଛି। ଏଥି ସହ ଫିଲ୍ମଟି ଚଳିତ ବର୍ଷର ସମସ୍ତ ଫିଲ୍ମକୁ ପଛରେ ପକାଇ ଦେଇଛିା

https://twitter.com/taran_adarsh/status/1161962730607300609

ଭାରତର ମଙ୍ଗଳ ମିଶନ ଉପରେ ଆଧାରିତ ଏହି ଫିଲ୍ମରେ ବୈଜ୍ଞାନିକ ଚରିତ୍ରରେ ଅକ୍ଷୟ କୁମାର ଓ ବିଦ୍ୟା ବାଲାନ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାସହ ତାପସୀ ପନ୍ନୁ ଓ ସୋନାକ୍ଷି ସିହ୍ନା ବି ଜବରଦସ୍ତ ଅଭିନୟ କରିଛନ୍ତିା ଏହି ଫିଲ୍ମ ଜରିଆରେ ପ୍ରଥମ ପ୍ରଚେଷ୍ଟାରେ କିଭଳି ଭାରତ ମଙ୍ଗଳକୁ ସଫଳତାର ସହ  ସାଟେଲାଇଟ୍ ପଠାଇ ଇତିହାସ ରଚିଛି, ଏହାକୁ ରଙ୍ଗୀନ ପରଦାରେ ଦର୍ଶକ ଦେଖିବାକୁ ପାଇଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଏହି ଫିଲ୍ମ ରିଲିଜ ହୋଇଥିଲା। ଜଗନ ଶକ୍ତି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

https://youtu.be/q10nfS9V090

Related story