ଖିଲାଡ଼ି କୁମାରଙ୍କ ସହ ଯୋଡ଼ି ହୋଇ ଆସିବେ ନାଗିନ୍ ଗର୍ଲ

ମୁମ୍ବାଇ: ଟେଲିଭିଜନ ଧାରାବାହିକ ନାଗିନ୍‌ରେ ଧମାଲ ମଚାଇ ଦର୍ଶକଙ୍କ ମନ ଜିତି ପାରିଥିବା ମୌନି ରୟ, ଏବେ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି। ବଲିଉଡର ଖିଲାଡି କୁମାର ଭାବେ ଜଣାଶୁଣା ଅକ୍ଷୟଙ୍କ ସହ ସେ ଅପ୍‌କମିଂ ଫିଲ୍ମ ‘ଗୋଲ୍ଡ’ରେ କାମ କରିବେ। ଫିଲ୍ମର ସୁଟିଂ ଆରମ୍ଭ ହୋଇଗଲାଣି। ସୁଟିଂ ସେଟ୍‌ରେ ଅକ୍ଷୟ ଓ ମୌନିଙ୍କ ଫଟୋ, ସୋସିଆଲ ମିଡିଆରେ ଦେଖିବାକୁ ମିଳିଲାଣି। ପୂର୍ବରୁ ସଲମାନଙ୍କ ସହ ମୌନୀ ଯୋଡି ହୋଇ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ନାଗିନ୍ […]

gold

Rakesh Mallick
  • Published: Wednesday, 12 July 2017
  • , Updated: 12 July 2017, 01:18 PM IST

ମୁମ୍ବାଇ: ଟେଲିଭିଜନ ଧାରାବାହିକ ନାଗିନ୍‌ରେ ଧମାଲ ମଚାଇ ଦର୍ଶକଙ୍କ ମନ ଜିତି ପାରିଥିବା ମୌନି ରୟ, ଏବେ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି। ବଲିଉଡର ଖିଲାଡି କୁମାର ଭାବେ ଜଣାଶୁଣା ଅକ୍ଷୟଙ୍କ ସହ ସେ ଅପ୍‌କମିଂ ଫିଲ୍ମ ‘ଗୋଲ୍ଡ’ରେ କାମ କରିବେ।

ଫିଲ୍ମର ସୁଟିଂ ଆରମ୍ଭ ହୋଇଗଲାଣି। ସୁଟିଂ ସେଟ୍‌ରେ ଅକ୍ଷୟ ଓ ମୌନିଙ୍କ ଫଟୋ, ସୋସିଆଲ ମିଡିଆରେ ଦେଖିବାକୁ ମିଳିଲାଣି। ପୂର୍ବରୁ ସଲମାନଙ୍କ ସହ ମୌନୀ ଯୋଡି ହୋଇ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ନାଗିନ୍ ସିରିଏଲ୍‌ରେ ମୌନିଙ୍କ ଦମଦାର ଅଭିନୟ ପାଇଁ ଶୋ’ର ଟିଆରପି ଖୁବ୍ ବଢ଼ିଥିଲା। ତେଣୁ ଏବେ ବଡ଼ ପରଦାକୁ ଆସିବା ପରେ ମୌନୀଙ୍କ ଯାଦୁ ସତରେ କାମ କରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।

Related story