ପ୍ରଧାନମନ୍ତ୍ରୀଙ୍କ ବିକାଶ ଏଜେଣ୍ଡାକୁ ନେଇ ତିଆରି ହେଉଛି ଫିଲ୍ମ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ଏଜେଣ୍ଡା ଏବଂ ଭାରତକୁ ପରିବର୍ତ୍ତନ କରିବାରେ ତାଙ୍କର ଦୃଷ୍ଟିକୋଣକୁ ନେଇ ତିଆରି କରାଯାଉଛି ଦୁଇଘଣ୍ଟାର ଏକ ଫିଲ୍ମ। ଫିଲ୍ମକୁ ବିହାରର ଜଣେ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ସୁରେଶ ଝାଙ୍କ ସହାୟତାରେ ତିଆରି କରାଯାଉଛି। ଏହା ବାୟୋପିକ୍‌ ନୁହେଁ ବୋଲି ନିର୍ଦ୍ଦେଶକ ଝା କହିଛନ୍ତି। ଫିଲ୍ମର ସୁଟିଂ ମୋଦିଙ୍କ ଗାଁ ସହ ପାଟଣା, ଦରଭଙ୍ଗା ଏବଂ ମୁମ୍ବାଇରେ କରାଯାଇଛି। ଏହାର ପୋଷ୍ଟ ପ୍ରଡକ୍ସନ କାମ ମଧ୍ୟ ସରିବା ଉପରେ। ଫିଲ୍ମରେ […]

pm_narendra_modi

Rakesh Mallick
  • Published: Sunday, 11 December 2016
  • , Updated: 11 December 2016, 01:52 PM IST

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ଏଜେଣ୍ଡା ଏବଂ ଭାରତକୁ ପରିବର୍ତ୍ତନ କରିବାରେ ତାଙ୍କର ଦୃଷ୍ଟିକୋଣକୁ ନେଇ ତିଆରି କରାଯାଉଛି ଦୁଇଘଣ୍ଟାର ଏକ ଫିଲ୍ମ। ଫିଲ୍ମକୁ ବିହାରର ଜଣେ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ସୁରେଶ ଝାଙ୍କ ସହାୟତାରେ ତିଆରି କରାଯାଉଛି। ଏହା ବାୟୋପିକ୍‌ ନୁହେଁ ବୋଲି ନିର୍ଦ୍ଦେଶକ ଝା କହିଛନ୍ତି।

ଫିଲ୍ମର ସୁଟିଂ ମୋଦିଙ୍କ ଗାଁ ସହ ପାଟଣା, ଦରଭଙ୍ଗା ଏବଂ ମୁମ୍ବାଇରେ କରାଯାଇଛି। ଏହାର ପୋଷ୍ଟ ପ୍ରଡକ୍ସନ କାମ ମଧ୍ୟ ସରିବା ଉପରେ। ଫିଲ୍ମରେ ମୋଦିଙ୍କ ଭୂମିକାରେ ମୁମ୍ବାଇର ଜଣେ ବ୍ୟବସାୟୀ ବିକାଶ ମହାନ୍ତେ ନଜର ଆସିବେ। ବିକାଶ ଦେଖିବାକୁ ମୋଦିଙ୍କ ଭଳି ହୋଇଥିବାରୁ ତାଙ୍କୁ ମୋଦିଙ୍କ ଭୂମିକା ପାଇଁ ଚୟନ କରାଯାଇଛି।

ମଧ୍ୟମ ବଜେଟ୍‌ର ଏହି ପିଲ୍ମରେ ଟିଭି କଳାକାର ଚନ୍ଦ୍ରମଣି ଏମ୍‌ ଏବଂ ଜେବା ଏ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଖୁବ୍‌ ଶୀଘ୍ର ଫିଲ୍ମଟି ରିଲିଜ କରାଯିବ।

Related story