ମ୍ୟୁଜିକ୍‌ ଆଲବମ୍‌ ସହ ରିଲିଜ ହେବ ଓରିଜିନାଲ ସାଉଣ୍ଡଟ୍ରାକ୍‌

ମୁମ୍ବାଇ: ବଲିଉଡ କିଙ୍ଗ ଖାନ୍‌ଙ୍କୁ ମାର୍କେଟିଙ୍ଗ ସୁଲତାନ କୁହାଯାଏ। ଫିଲ୍ମକୁ ନେଇ ତାଙ୍କ ଚିନ୍ତାଧାରା ସମସ୍ତଙ୍କ ଠାରୁ ଅଲଗା। ‘ରଇସ୍‌’କୁ ନେଇ ମଧ୍ୟ ସେ ସେମିତି କିଛି ଖାସ୍‌ ପ୍ରସ୍ତୁତି କରିଛନ୍ତି। ସେହି ଖାସ୍‌ ଜିନିଷ ଟି ହେଉଛି, ’ରଇସ’ର ମ୍ୟୁଜିକ୍‌ ଆଲବମ୍‌ ସହ ଓରିଜିନାଲ ସାଉଣ୍ଡ ଟ୍ରାକ୍‌ ରିଲିଜ ହେବ। ଦିନ ଥିଲା ବଲିଉଡରେ ଓରିଜିନାଲ ସାଉଣ୍ଡ ଟ୍ରାକ୍‌ ରିଲିଜର ଏକ ଟ୍ରେଣ୍ଡ୍‌ ଚାଲିଥିଲା। ଏବଂ ଏହି ଟ୍ରେଣ୍ଡକୁ ଶେଷଥର ପାଇଁ ‘ଶୋଲେ’ ରିଲିଜ ସମୟରେ […]

raees

Rakesh Mallick
  • Published: Tuesday, 17 January 2017
  • , Updated: 17 January 2017, 03:35 PM IST

ମୁମ୍ବାଇ: ବଲିଉଡ କିଙ୍ଗ ଖାନ୍‌ଙ୍କୁ ମାର୍କେଟିଙ୍ଗ ସୁଲତାନ କୁହାଯାଏ। ଫିଲ୍ମକୁ ନେଇ ତାଙ୍କ ଚିନ୍ତାଧାରା ସମସ୍ତଙ୍କ ଠାରୁ ଅଲଗା। ‘ରଇସ୍‌’କୁ ନେଇ ମଧ୍ୟ ସେ ସେମିତି କିଛି ଖାସ୍‌ ପ୍ରସ୍ତୁତି କରିଛନ୍ତି। ସେହି ଖାସ୍‌ ଜିନିଷ ଟି ହେଉଛି, ’ରଇସ’ର ମ୍ୟୁଜିକ୍‌ ଆଲବମ୍‌ ସହ ଓରିଜିନାଲ ସାଉଣ୍ଡ ଟ୍ରାକ୍‌ ରିଲିଜ ହେବ।

ଦିନ ଥିଲା ବଲିଉଡରେ ଓରିଜିନାଲ ସାଉଣ୍ଡ ଟ୍ରାକ୍‌ ରିଲିଜର ଏକ ଟ୍ରେଣ୍ଡ୍‌ ଚାଲିଥିଲା। ଏବଂ ଏହି ଟ୍ରେଣ୍ଡକୁ ଶେଷଥର ପାଇଁ ‘ଶୋଲେ’ ରିଲିଜ ସମୟରେ ଦେଖାଯାଇଥିଲା। ଏବେ ଏହି ଟ୍ରେଣ୍ଡ୍‌ ଶାହାରୁଖଙ୍କ ‘ରଇସ’ ମାଧ୍ୟମରେ ବଲିଉଡକୁ ଫେରିବାକୁ ଯାଉଛି।

ଶାହାରୁଖଙ୍କ ପୂର୍ବ ଫିଲ୍ମ ‘ଫ୍ୟାନ୍‌’ ଏବଂ ‘ଡିୟର ଜିନ୍ଦେଗୀ’ ଭଲ ପ୍ରଦର୍ଶନ କରିପାରି ନଥିବା ବେଳେ ‘ରଇସ’ ପ୍ରଦର୍ଶନକୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍‌ ଆଶା ରହିଛି। ତେବେ ଶାହାରୁଖଙ୍କ ଓରିଜିନାଲ ସାଉଣ୍ଡଟ୍ରାକ୍‌ର ଚିନ୍ତାଧାରା ‘ରଇସ’କୁ କେତେ ସଫଳତା ଆଣି ଦେବ ତାହା ଫିଲ୍ମ ରିଲିଜ ପରେ ଜଣାପଡ଼ିବ।

Related story