‘ନଚ୍‌ ବଲିୟେ ୮’ର ତାଜ୍ ଜିତିଲେ ଦିବ୍ୟାଙ୍କା ଓ ବିବେକ

ମୁମ୍ୱାଇ: ଛୋଟ ପରଦାରେ ପ୍ରସାରିତ ହେଉଥିବା ରିଆଲିଟି ସୋ ‘ ନଚ୍‌ ବଲିୟେ ୮’ର ତାଜ୍ ଜିତିଛନ୍ତି ଟେଲି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଓ ତାଙ୍କ ସ୍ୱାମୀ ବିବେକ ଦାହିଆ। ଗତ ଏପ୍ରିଲ୍‌ରେ ଏହି ଶୋ’ ଆରମ୍ଭ ହୋଇଥିଲା। ଏହି ଶୋ ଆରମ୍ଭ ହେବାଠାରୁ ଏହି ଯୋଡ଼ି ଦର୍ଶକଙ୍କ ପସନ୍ଦ ପାଲଟି ଯାଇଥିଲା। ଏହି ଯୋଡ଼ି ୩୫ ଲକ୍ଷ ଟଙ୍କା ପୁରସ୍କାର ପାଇଛନ୍ତି। ଏହାସହିତ ହିରୋ ମେଷ୍ଟ୍ର ସ୍କୁଟର ଓ ଗୋଟିଏ ଅଳଙ୍କାର ଦିଆଯାଇଛି। ସେମାନେ ଇରାନୀ-ମୋହିତ […]

nach baliya

Rakesh Mallick
  • Published: Monday, 26 June 2017
  • , Updated: 26 June 2017, 01:15 PM IST

ମୁମ୍ୱାଇ: ଛୋଟ ପରଦାରେ ପ୍ରସାରିତ ହେଉଥିବା ରିଆଲିଟି ସୋ ‘ ନଚ୍‌ ବଲିୟେ ୮’ର ତାଜ୍ ଜିତିଛନ୍ତି ଟେଲି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଓ ତାଙ୍କ ସ୍ୱାମୀ ବିବେକ ଦାହିଆ। ଗତ ଏପ୍ରିଲ୍‌ରେ ଏହି ଶୋ’ ଆରମ୍ଭ ହୋଇଥିଲା। ଏହି ଶୋ ଆରମ୍ଭ ହେବାଠାରୁ ଏହି ଯୋଡ଼ି ଦର୍ଶକଙ୍କ ପସନ୍ଦ ପାଲଟି ଯାଇଥିଲା।

ଏହି ଯୋଡ଼ି ୩୫ ଲକ୍ଷ ଟଙ୍କା ପୁରସ୍କାର ପାଇଛନ୍ତି। ଏହାସହିତ ହିରୋ ମେଷ୍ଟ୍ର ସ୍କୁଟର ଓ ଗୋଟିଏ ଅଳଙ୍କାର ଦିଆଯାଇଛି।

ସେମାନେ ଇରାନୀ-ମୋହିତ ସହଗଲ ଓ ସୋନମ ଜୋହର-ଏବିଗଲ ପାଣ୍ଡ୍ୟା ଯୋଡ଼ିକୁ ପଛରେ ପକାଇ ଏହି ଟ୍ରଫି ଜିତିଛନ୍ତି।

ଫାଇନାଲ ରାଉଣ୍ଡରେ ରଣବୀର କପୁର ଓ କାଟ୍ରିନ୍ କୈଫଙ୍କ ଫିଲ୍ମ ‘ଜଗ୍ଗା ଜାସୁସ୍’ ପ୍ରମୋସନ୍ ପାଇଁ ଯାଇଥିଲେ। ଗତ ସିଜିନ୍‌ର ବିଜେତା ଯୋଡ଼ି ‘ନଚ୍ ବଲିୟେ’ ର ଫାଇନାଲ୍ ଷ୍ଟେଜ୍‌ରେ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ।

Related story