‘ନାଗିନ୍‌-୩’: ରହସ୍ୟ ଯେତିକି, ରୋମାନ୍ସ ସେତିକି

ମୁମ୍ବାଇ: ନାଗିନ୍‌ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ‘ନାଗିନ୍‌-୩’ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ଏହା କଲର୍ସ ଚ୍ୟାନେଲର ୟୁକେ ଟ୍ଵିଟରରେ ଜାରି କରାଯାଇଛି। ଟିଜର ଦେଖି ଅନୁମାନ କରାଯାଉଛି ଏହି ସିଜିନ୍‌ଟି ଖୁବ୍‌ ରହସ୍ୟମୟ ଓ ରୋମାନ୍ସ ଭରା। କିନ୍ତୁ ଏପର୍ଯ୍ୟନ୍ତ ଟିଜରରେ ଲିଡ୍‌ କାଷ୍ଟର ଝଲକ ଦେଖାଯାଇନାହିଁ। ଖାଲି ଏତିକି ଦେଖାଯାଇଛି ଦୁଇ ଜଣ ବ୍ୟକ୍ତି ଜଣେ ଝିଅକୁ ଉଠେଇ ନେଇ ଗୋଟିଏ ଜାଗାରେ ଫୋପାଡି ଦେଉଛନ୍ତି। ଆଉ ସେଠାରେ ତାକୁ ଅନେକ ସାପ […]

naagin

Rakesh Mallick
  • Published: Friday, 05 January 2018
  • , Updated: 05 January 2018, 02:07 PM IST

ମୁମ୍ବାଇ: ନାଗିନ୍‌ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ‘ନାଗିନ୍‌-୩’ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ଏହା କଲର୍ସ ଚ୍ୟାନେଲର ୟୁକେ ଟ୍ଵିଟରରେ ଜାରି କରାଯାଇଛି। ଟିଜର ଦେଖି ଅନୁମାନ କରାଯାଉଛି ଏହି ସିଜିନ୍‌ଟି ଖୁବ୍‌ ରହସ୍ୟମୟ ଓ ରୋମାନ୍ସ ଭରା। କିନ୍ତୁ ଏପର୍ଯ୍ୟନ୍ତ ଟିଜରରେ ଲିଡ୍‌ କାଷ୍ଟର ଝଲକ ଦେଖାଯାଇନାହିଁ। ଖାଲି ଏତିକି ଦେଖାଯାଇଛି ଦୁଇ ଜଣ ବ୍ୟକ୍ତି ଜଣେ ଝିଅକୁ ଉଠେଇ ନେଇ ଗୋଟିଏ ଜାଗାରେ ଫୋପାଡି ଦେଉଛନ୍ତି। ଆଉ ସେଠାରେ ତାକୁ ଅନେକ ସାପ ଘେରି ଯାଉଛନ୍ତି।

କୁହାଯାଉଛି, ଏଥର ନାଗିନ୍‌ରେ ’କବୁଲ ହୈ’ ଧାରାବାହିକର ଲିଡ୍‌ ଅଭିନେତ୍ରୀ ସୁରଭି ଜ୍ୟୋତି ନଜର ଆସି ପାରନ୍ତି। କିନ୍ତୁ ଟିଜରରେ ତାଙ୍କର କୌଣସି ଝଲକ ଦେଖିବାକୁ ମିଳିନାହିଁ।

ନାଗିନ୍‌ ସିଜନ୍‌ ୧ ଓ ୨ ରେ ନାଗିନ୍‌ ଚରିତ୍ରରେ ମୌନୀ ରୟ ଆସିଥିଲେ। ତାଙ୍କୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ତାଙ୍କ ସହ ଶେଷା ଭୂମିକାରେ ଅଭିନୟ କରିଥିବା ଅଦା ଖାନ୍‌ ମଧ୍ୟ ବହୁ ଲୋକପ୍ରିୟତା ହାସଲ କରିଥିଲେ। ଏବେ ଆଉ ମୌନୀ ରୟଙ୍କୁ ଦେଖିବାକୁ ମିଳିବନି କାରଣ ସେ ଫିଲ୍ମ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ସେ ଅକ୍ଷୟଙ୍କ ଫିଲ୍ମ ‘ଗୋଲ୍ଡ’ରେ ନଜର ଆସିବେ।

Related story