ଫେମ୍‌ ପାଇଁ ନେମ ବଦଳାଇଥିବା ବଲିଉଡ୍‌ କଳାକାର

ନୂଆଦିଲ୍ଲୀ: ନେମ ଓ ଫେମ୍‌ ପାଇବା ପାଇଁ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀମାନେ ଜୀବନ ଶୈଳୀରେ ପରିବର୍ତ୍ତନ କରୁଛନ୍ତି। ଏପରିକି ନିଜ ନାଁ ବଦଳାଇବାକୁ ପଛାଉ ନାହାନ୍ତି। ବଲିଉଡ୍‌ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଅଭିନେତା ଓ ଅଭିନେତ୍ରୀମାନେ ଏପରି କରୁଥିବା ଆଲୋଚନା ହେଉଛି। ସୈଫଅଲ୍ଲୀ ଖାନ ଛୋଟେ ନୱାବ ଭାବେ ପରିଚିତ ସୈଫିଅଲ୍ଲୀଙ୍କ ପ୍ରକୃତ ନାମ ହେଉଛି ସାଜିଦ ଅଲ୍ଲୀ ଖାଁ। ସେ ୧୯୯୨ ମସିହାରେ ୟସ୍ ଚୋପ୍ରାଙ୍କ ନିର୍ମିତ ‘ପରମ୍ପରା’ ଫିଲ୍ମ ମାଧ୍ୟମରେ […]

70299915-salman-khan-wallpapers

70299915-salman-khan-wallpapers

Rakesh Mallick
  • Published: Wednesday, 16 August 2017
  • Updated: 16 August 2017, 10:29 PM IST

ନୂଆଦିଲ୍ଲୀ: ନେମ ଓ ଫେମ୍‌ ପାଇବା ପାଇଁ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀମାନେ ଜୀବନ ଶୈଳୀରେ ପରିବର୍ତ୍ତନ କରୁଛନ୍ତି। ଏପରିକି ନିଜ ନାଁ ବଦଳାଇବାକୁ ପଛାଉ ନାହାନ୍ତି। ବଲିଉଡ୍‌ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଅଭିନେତା ଓ ଅଭିନେତ୍ରୀମାନେ ଏପରି କରୁଥିବା ଆଲୋଚନା ହେଉଛି।

ସୈଫଅଲ୍ଲୀ ଖାନ

ଛୋଟେ ନୱାବ ଭାବେ ପରିଚିତ ସୈଫିଅଲ୍ଲୀଙ୍କ ପ୍ରକୃତ ନାମ ହେଉଛି ସାଜିଦ ଅଲ୍ଲୀ ଖାଁ। ସେ ୧୯୯୨ ମସିହାରେ ୟସ୍ ଚୋପ୍ରାଙ୍କ ନିର୍ମିତ ‘ପରମ୍ପରା’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ମାତ୍ର ‘ମେ ଖିଲାଡି ତୁ ଅନାଡି’ ତାଙ୍କୁ ବଲିଉଡ୍‌ରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା।

ପ୍ରିତି ଜିଣ୍ଟା

ବଲିଉଡ୍‌ର ଚୁଲବୁଲି ନାୟିକା ହେଉଛନ୍ତି ପ୍ରତି ଜିଣ୍ଟା। ହିମାଚଳପ୍ରଦେଶର ଏକ ଛୋଟ ସହରରେ ଜନ୍ମଗ୍ରହଣ କରିଥିବା ଏହି ନଟ୍‌ଖଟ୍‌ ନାୟିକା ମଧ୍ୟ ତାଙ୍କ ନାଁ ବଦଳାଇଛନ୍ତି। ତାଙ୍କର ପ୍ରକୃତ ନାଁ ଥିଲା ପ୍ରତିମ ଜିଣ୍ଟା ସିଂହ। ବଲିଉଡ୍‌ରେ କ୍ଷାତି ପାଇଁ ପାଇବା ପାଇଁ ସେ ତାଙ୍କ ନାଁ ବଦଳାଇ ପ୍ରିତି ଜିଣ୍ଟା ରଖିଥିଲେ।

ମହିମା ଚୌଧୁରୀ

ନେପାଳ ବଂଶୋଦ୍ଧବ ମଡ଼େଲ ଓ ଅଭିନେତ୍ରୀ ମହିମା ଚୌଧୁରୀଙ୍କ ପ୍ରକୃତ ନାଁ ହେଉଛି ରିତୁ ଚୌଧୁରୀ। ବଲିଉଡ୍‌ରେ ପ୍ରବେଶ କରିବା ପରେ ସେ ତାଙ୍କ ନାଁ ବଦଳାଇ ଥିଲେ। ସେ ୧୯୯୭ ମସିହାରେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ତାଙ୍କ ପ୍ରଥମ ଫିଲ୍ମ ହେଉଛି ‘ପରଦେଶ’। ଏହି ଫିଲ୍ମ ତାଙ୍କୁ ବଲିଉଡ୍‌ରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ନବାଗତ ଭାବେ ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା। ବଲିଉଡ୍‌ରେ ପ୍ରତିଷ୍ଠିତ ନିର୍ଦ୍ଦେଶକ ସୁବାସ ଭାଇ ଅଭିନେତ୍ରୀ ମହିମାଙ୍କ ନାଁ ବଦଳାଇ ଥିଲେ। ସେ ଅଭିନିତ କରିଥିବା ବହୁ ଫିଲ୍ମ ଏମ୍‌ ଅକ୍ଷରରୁ ଆରମ୍ଭ। ଯାହା ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି।

ସନୀ ଦେୱଲ

ବଲିଉଡର ମେଗା ଷ୍ଟାର ଧର୍ମେନ୍ଦ୍ରଙ୍କ ବଡ଼ ପୁଅ ସନୀ ଦେୱଲ। ତାଙ୍କର ପ୍ରକୃତ ନାଁ ହେଉଛି ଅଜୟ ସିଂହ ଦେୱଲ। ବଲିଉଡ୍‌ରେ ପ୍ରବେଶ କରିବା ପରେ ସେ ତାଙ୍କର ନାମ ପରିବର୍ତ୍ତନ କରିଥିଲେ। ପରେ ତାଙ୍କୁ ବଲିଉଡ୍‌ରେ ସଫଳତା ମିଳିଛି। ବହୁ ହିଟ୍‌ ଫିଲ୍ମରେ ଅଭିନୟ କରିଥିବା ସନୀ ଏବେ ଜଣେ ସଫଳ ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବେ ପରିଚିତ। ତାଙ୍କ ବଳିଷ୍ଠ ନିର୍ଦ୍ଦେଶନା ଫିଲ୍ମରେ ପ୍ରତିଫଳିତ ହୋଇଥାଏ। 

ଅଜୟ ଦେବଗନ

ଅଜୟ ଦେବଗନଙ୍କ ପ୍ରକୃତ ନାଁ ବିଶାଲ ଦେବଗନ। ସେ ୧୯୯୧ ମସିହାରେ ନିର୍ମିତ ‘ଫୁଲ ଔର କାଣ୍ଟେ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ଏହି ଫିଲ୍ମ ତାଙ୍କୁ ସଫତା ମଧ୍ୟ ଦେଇଥିଲା। ବଲିଉଡ୍‌ରେ ପ୍ରବେଶ କରିବା ପରେ ସେ ତାଙ୍କ ନାଁ ବଦଳାଇ ଥିଲେ। ଏପରିକି ଅନେକ ଫିଲ୍ମରେ ତାଙ୍କ ନାଁ ଅଜୟ ରଖାଯାଇଥିବା ଦେଖିବାକୁ ମିଳିଛି। ଏଥିପାଇଁ ତାଙ୍କୁ ବଲିଉଡ୍‌ରେ ବହୁ ପୁରସ୍କାର ମଧ୍ୟ ମିଳିଥିଲା। ବର୍ତ୍ତମାନ ଅଜୟ ଦେବଗତ ଜଣେ ସଫଳ ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ ବଲିଉଡ୍‌ରେ ପରିଚିତ।

ସଲମାନ ଖାନ୍

ବଲିଉଡ୍‌ ଅନ୍ୟତମ ସଫଳ ଷ୍ଟାର କିଡ୍‌ ହେଉଛନ୍ତି ଅବଦୁଲ ରସିଦ୍‌ ସଲମା ଖାଁ। ସେ ବଲିଉଡରେ ପ୍ରବେଶ କରିବା ପରେ ନିଜ ନାଁକୁ ବଦଳାଇ ସଲମାନ ଖାଁ ରଖିଛନ୍ତି। ଏବେ ସେ ବଲିଉଡ୍‌ରେ ଭାଇଜାନ୍‌ ବା ଦବଙ୍ଗ ଖାନ ଭାବେ ପରିଚିତ। ତାଙ୍କର ପ୍ରଥମ ଅଭିନିତ ଫିଲ୍ମ ହେଉଛି ‘ବିବି ହୈ ତୋ ଐସା’। ଏଥିରେ ସେ ଜଣେ ସହ ଅଭିନେତା ଭାବେ ଅଭିନୟ କରିଥିଲେ। ଏହି ଫିଲ୍ମରେ ସଲମାନଙ୍କ ପାଇଁ ଅନ୍ୟ ଜଣେ ଭୟେସ ଦେଇଥିଲେ।

ଦିଲ୍ଲୀପ କୁମାର

ଟ୍ରାଜେଡି କିଂ ଭାବେ ପରିଚିତ ଦିଲ୍ଲୀପ କୁମାରଙ୍କ ପ୍ରକୃତ ନାଁ ହେଉଛି ମହମ୍ମଦ ୟୁସୁଫ ଖାଁ। ସେ ୧୯୯୪ ମସିହାରେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ହେଉଛି ‘ଜୁଆର ଭଟ୍ଟା’। ଜୀବନ କାଳ ମଧ୍ୟରେ ୬୦ରୁ ଅଧିକ ଡିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ଦର୍ଶକ ତାଙ୍କୁ ଅଭିନୟକୁ ବେଶ୍‌ ପରିଚୟ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos