ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ସୁରିୟା ଓ ଅଜୟ ଶ୍ରେଷ୍ଠ ଅଭିନେତା, ଅପର୍ଣ୍ଣା ଶ୍ରେଷ୍ଠ ଅଭିନେତ୍ରୀ

ନୂଆଦିଲ୍ଲୀ: ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ତାଲିକା ଶୁକ୍ରବାର ନୂଆଦିଲ୍ଲୀରେ ଘୋଷଣା କରାଯାଇଛି। ଅଜୟ ଦେବଗନ ଓ ସୁରିୟା ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି। ହିନ୍ଦୀ ଫିଲ୍ମ ‘ତାନାଜୀ’ ପାଇଁ ଅଜୟ ଦେବଗନ ଓ ତାମିଲ ଫିଲ୍ମ ‘Soorarai Pottru’ ପାଇଁ ସୁରିୟା ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି। ସୁରିୟାଙ୍କର ଏହା ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହୋଇଥିବା ବେଳେ ଅଜୟ ଦେବଗନ ତୃତୀୟ ଥର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର […]

Sriya and Ajay

  • Published: Friday, 22 July 2022
  • , Updated: 23 July 2022, 10:59 AM IST

ନୂଆଦିଲ୍ଲୀ: ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ତାଲିକା ଶୁକ୍ରବାର ନୂଆଦିଲ୍ଲୀରେ ଘୋଷଣା କରାଯାଇଛି। ଅଜୟ ଦେବଗନ ଓ ସୁରିୟା ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି। ହିନ୍ଦୀ ଫିଲ୍ମ ‘ତାନାଜୀ’ ପାଇଁ ଅଜୟ ଦେବଗନ ଓ ତାମିଲ ଫିଲ୍ମ ‘Soorarai Pottru’ ପାଇଁ ସୁରିୟା ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି। ସୁରିୟାଙ୍କର ଏହା ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହୋଇଥିବା ବେଳେ ଅଜୟ ଦେବଗନ ତୃତୀୟ ଥର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ ୧୯୯୮ରେ ବଲିଉଡ୍ ଫିଲ୍ମ ‘ଜଖମ୍’ ଓ ୨୦୦୨ରେ ‘ଦ ଲିଜେଣ୍ଡ ଅଫ୍ ଭଗତ ସିଂହ’ ପାଇଁ ସେ ଏହି ପୁରସ୍କାର ପାଇଥିଲେ।

ଏଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ଫିଲ୍ମ ‘Soorarai Pottru’ ବାଜି ମାରିଛି। ଏକାଧିକ ବର୍ଗରେ ପୁରସ୍କାର ପାଇବାକୁ ଏହି ଫିଲ୍ମଟି ମନୋନୀତ ହୋଇଛି। ‘Soorarai Pottru’ରେ ଅଭିନୟ ପାଇଁ ସୁରିୟା ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବେଳେ ଏହାକୁ ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ମଧ୍ୟ ମନୋନୀତ କରାଯାଇଛି। ଏହା ବାଦ୍‌ ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ସ୍କ୍ରିନ୍ ପ୍ଲେ ଓ ଶ୍ରେଷ୍ଠ ବ୍ୟାକ୍‌ଗ୍ରାଉଣ୍ଡ ସ୍କୋର ବର୍ଗରେ ମଧ୍ୟ ବାଜି ମାରିଛି ଏହି ଫିଲ୍ମ।

‘Soorarai Pottru’ରେ ଅଭିନୟ ପାଇଁ ଅପର୍ଣ୍ଣା ବାଲାମୁରଲୀ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।  ଏହି ଫିଲ୍ମ ପାଇଁ ସାଲିନି ଉଷା ନାୟାର ଓ ନିର୍ଦ୍ଦେଶକ ସୁଧା କଙ୍ଗରା ବେଷ୍ଟ ସ୍କ୍ରିନ ପ୍ଲେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବେ।

ମାଲାୟଲମ ଫିଲ୍ମ ‘Ayyappanum Koshiyum’  ପାଇଁ ସ୍ୱର୍ଗତ କେ ଆର ସଚ୍ଚିଦାନନ୍ଦନ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସଚ୍ଚି ନାଁରେ ଜଣାଶୁଣା ଥିଲେ କେ ଆର ସଚ୍ଚିଦାନନ୍ଦନ। ୨୦୨୦ରେ ୪୭ ବର୍ଷ ବୟସରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିଲା। ସେହିଭଳି ବିଜୁ ମେନନ ‘Ayyappanum Koshiyum’  ଫିଲ୍ମ ପାଇଁ ଶ୍ରେଷ୍ଠ ସହ-ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ତାମିଲ ଫିଲ୍ମ Sivaranjaniyum Innum Sila Pengalum ପାଇଁ ଲକ୍ଷ୍ମୀପ୍ରିୟା ଚନ୍ଦ୍ରମୌଲି ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବେ।  Sivaranjaniyum Innum Sila Pengalum ଫିଲ୍ମଟି ଶ୍ରେଷ୍ଠ ତାମିଲ ଫିଲ୍ମ ବିବେଚିତ ହୋଇଥିବା ବେଳେ ଶ୍ରେଷ୍ଠ ଏଡିଟିଂ ପାଇଁ ମଧ୍ୟ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛି।

ମରାଠି ଫିଲ୍ମ "Mi Vasantrao" ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ (ପୁରୁଷ) ଭାବେ ରାହୁଲ ଦେଶପାଣ୍ଡେ ପାଇବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ସେହିପରି  AK Ayyappanum Koshiyum ପାଇଁ ନାଞ୍ଚମ୍ମା ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ (ମହିଳା) ଭାବେ ଏହି ପୁରସ୍କାର ପାଇବେ।

ଅନ୍ୟପକ୍ଷରେ ଓଡ଼ିଶାର ଜଣାଶୁଣା ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ ଲିଖିତ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ବେଷ୍ଟ ବୁକ୍ ଅନ୍ ସିନେମା (ସ୍ପେଶାଲ ମେନ୍‌ସନ୍) ପାଇବାକୁ ମନୋନୀତ ହୋଇଛି।

ସୂଚନାଯୋଗ୍ୟ, ପରବର୍ତ୍ତୀ ସମୟରେ ଏହି ପୁରସ୍କାର ପ୍ରଦାନ ପାଇଁ ନୂଆଦିଲ୍ଲୀରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Related story