ନବାଜୁଦ୍ଦୀନଙ୍କ ଦାବି- ବଲିଉଡ୍‌ରେ ମୋତେ ମିଳୁଛି ଅଧିକ ଟଙ୍କା

ମୁମ୍ବାଇ: ନିଜର ଅଭିନୟ ପାଇଁ ବଲିଉଡ୍‌ରେ ଏକ ଖାସ୍ ସ୍ଥାନ ବନାଇ ପାରିଛନ୍ତି ନବାଜୁଦ୍ଦୀନ ସିଦ୍ଦିକି।  ତେବେ ଏବେ ସେ ବନି ଯାଇଛନ୍ତି ବଲିଉଡ୍‌ରେ ସମସ୍ତଙ୍କ ଠାରୁ ଅଧିକ ଟଙ୍କା ନେଉଥିବା ଷ୍ଟାର। ସେ ବଲିଉଡ୍‌ରେ ସର୍ବାଧିକ ଟଙ୍କା ନେଉଥିବା ଷ୍ଟାର କି ନୁହଁ ତାହା ଆମକୁ ଜଣା ନାହିଁ। କିନ୍ତୁ ସେ ନିଜେ ଏମିତି ଦାବି କରିଛନ୍ତି। ଏକ ଟେଲିଭିଜନ ଶୋ’ରେ ଦେଇଥିବା ସାକ୍ଷାତକାରରେ ସେ କହିଥିଲେ,“ଅଭିନୟ ଦୃଷ୍ଟିରୁ ଏବେ ମୁଁ ଇଣ୍ଡଷ୍ଟ୍ରୀରେ ଅଧିକ ଅର୍ଥ […]

Nawazuddin Siddiqui

Rakesh Mallick
  • Published: Monday, 21 August 2017
  • , Updated: 21 August 2017, 05:34 PM IST

ମୁମ୍ବାଇ: ନିଜର ଅଭିନୟ ପାଇଁ ବଲିଉଡ୍‌ରେ ଏକ ଖାସ୍ ସ୍ଥାନ ବନାଇ ପାରିଛନ୍ତି ନବାଜୁଦ୍ଦୀନ ସିଦ୍ଦିକି।  ତେବେ ଏବେ ସେ ବନି ଯାଇଛନ୍ତି ବଲିଉଡ୍‌ରେ ସମସ୍ତଙ୍କ ଠାରୁ ଅଧିକ ଟଙ୍କା ନେଉଥିବା ଷ୍ଟାର। ସେ ବଲିଉଡ୍‌ରେ ସର୍ବାଧିକ ଟଙ୍କା ନେଉଥିବା ଷ୍ଟାର କି ନୁହଁ ତାହା ଆମକୁ ଜଣା ନାହିଁ। କିନ୍ତୁ ସେ ନିଜେ ଏମିତି ଦାବି କରିଛନ୍ତି।

ଏକ ଟେଲିଭିଜନ ଶୋ’ରେ ଦେଇଥିବା ସାକ୍ଷାତକାରରେ ସେ କହିଥିଲେ,“ଅଭିନୟ ଦୃଷ୍ଟିରୁ ଏବେ ମୁଁ ଇଣ୍ଡଷ୍ଟ୍ରୀରେ ଅଧିକ ଅର୍ଥ ରୋଜଗାର କଲା ବଲା ଅଭିନେତା। ମୋତେ ଏଥିପାଇଁ କହିବାକୁ ପଡ଼ୁ ନାହିଁ। ସେମାନେ (ଫିଲ୍ମ ମେକର୍ସ) ତାଙ୍କ ଆଡ଼ୁ ମୋତେ ଦେବା ଆରମ୍ଭ କରି ଦେଇଛନ୍ତି।”

ହଲିଉଡରେ କାମ କରିବାକୁ ନେଇ ଏକ ପ୍ରଶ୍ନ କରାଯିବାରେ ସେ କହିଥିଲେ,“ହଲିଉଡ୍‌ ଫିଲ୍ମକୁ ନେଇ ଏକ ହୀନ ଭାବନା ରହି ଆସିଛି। ଆମେ ଭାବୁ ଯିଏ ହଲିଉଡ୍‌ରେ ଅଭିନୟ କଲା ସେ ବଡ଼ ଅଭିନେତା। ଆମେ କାହିଁକି ଆମ ଫିଲ୍ମକୁ ନେଇ ଗର୍ବ ଅନୁଭବ କରୁ ନାହୁଁ? ଆମେ ଗର୍ବ କରିବା କଥା ଯେ ଆମେ ଏବେ ଦୁନିଆର ଭଲ ଫିଲ୍ମ ନିମାଆଣ କରୁଛୁ।”

ଆଗକୁ ଆସୁଛି ନବାଜୁଦ୍ଦୀନଙ୍କ ଅଭିନୀତ ଫିଲ୍ମ ‘ବାବୁମୋଶାୟ ବନ୍ଦୁକବାଜ’। ଏଥିରେ ସେ ଜଣେ କଣ୍ଟ୍ରାକ୍ଟ କିଲର ଭୂମିକାରେ ଅଭିନୟ କରିଛନ୍ତି।

Related story