‘ମୋ ସ୍ୱାମୀ ସିଂଘମ, ଚାପରୁ ମୁକୁଳିବା ତାଙ୍କୁ ଭଲ ଭାବେ ଜଣା’

ମୁମ୍ବାଇ: ମେଗାଷ୍ଟାର ଶାହରୁଖ୍ ଖାନଙ୍କ ପୁଅକୁ ଗିରଫ କରିବା ପରଠୁ ଲାଇମଲାଇଟ୍‌ରେ ଅଛନ୍ତି ଏନ୍‌ସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େଙ୍କ । କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟି ଉପରେ ଚଢ଼ାଉ କରି କିଙ୍ଗ ଖାନ୍‌ଙ୍କ ପୁଅ ସମେତ ଆହୁରି ବହୁ ଜଣଙ୍କୁ ଗିରଫ କରି ରାତାରାତି ଚର୍ଚ୍ଚାକୁ ଚାଲି ଆସିଛନ୍ତି ସମୀର।  ଏପରିକି ମହାରାଷ୍ଟ୍ର ପୁଲିସ୍‌ର ଦୁଇ ଜଣ କର୍ମଚାରୀ ତାଙ୍କ ପିଛା କରୁଥିବା ଡିଜିପିଙ୍କୁ ଭେଟି ଅବଗତ କରାଇଛନ୍ତି ସମୀର। ଏ ନେଇ ସମୀରଙ୍କ ପତ୍ନୀ […]

sameer-wankhede-with wife

Niharika Rout
  • Published: Wednesday, 13 October 2021
  • , Updated: 13 October 2021, 01:54 PM IST

ମୁମ୍ବାଇ: ମେଗାଷ୍ଟାର ଶାହରୁଖ୍ ଖାନଙ୍କ ପୁଅକୁ ଗିରଫ କରିବା ପରଠୁ ଲାଇମଲାଇଟ୍‌ରେ ଅଛନ୍ତି ଏନ୍‌ସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େଙ୍କ । କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟି ଉପରେ ଚଢ଼ାଉ କରି କିଙ୍ଗ ଖାନ୍‌ଙ୍କ ପୁଅ ସମେତ ଆହୁରି ବହୁ ଜଣଙ୍କୁ ଗିରଫ କରି ରାତାରାତି ଚର୍ଚ୍ଚାକୁ ଚାଲି ଆସିଛନ୍ତି ସମୀର।  ଏପରିକି ମହାରାଷ୍ଟ୍ର ପୁଲିସ୍‌ର ଦୁଇ ଜଣ କର୍ମଚାରୀ ତାଙ୍କ ପିଛା କରୁଥିବା ଡିଜିପିଙ୍କୁ ଭେଟି ଅବଗତ କରାଇଛନ୍ତି ସମୀର।

ଏ ନେଇ ସମୀରଙ୍କ ପତ୍ନୀ ତଥା ମରାଠି ଅଭିନେତ୍ରୀ କ୍ରାନ୍ତି ରେଡକର କହିଛନ୍ତି, ମୋ ସ୍ୱାମୀ ସିଂଘମ। ଚାପରୁ ମୁକୁଳିବା ତାଙ୍କୁ ବେଶ୍‌ ଭଲ ଭାବେ ଜଣା। ବହୁ ମହାନ ଲୋକଙ୍କ ଜୀବନୀ ପଢ଼ି ସେ ବଡ଼ ହୋଇଛନ୍ତି।   ନିଜ ଜୀବନରେ ସେ ବହୁ ଜଣଙ୍କଠାରୁ ପରାମର୍ଶ ନେଇଥାନ୍ତି ତଥା ଉପଦେଶ ମାନିଥାନ୍ତି।

[caption id="attachment_683762" align="aligncenter" width="650"] ସମୀର ୱାଙ୍ଖଡ଼େଙ୍କ ଓ ତାଙ୍କ ପତ୍ନୀ।[/caption]

ଏହାବାଦ ସେ କହିଛନ୍ତି, ସମୀରଙ୍କ ପିତା ଜଣେ ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀ। ଯେବେ ବି ତାଙ୍କ ଜୀବନରେ କିଛି ସମସ୍ୟା ଆସେ, ସେ ନିଜେ ଦ୍ୱନ୍ଦରେ ପଡ଼ିଯାନ୍ତି ତଥା କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରନ୍ତି ନାହିଁ। ଏପରି ସମୟରେ ନିଜ ପିତାଙ୍କ ପରାମର୍ଶ ଲୋଡ଼ିଥାନ୍ତି। ଏବଂ ତାଙ୍କ ମାର୍ଗଦର୍ଶୀକା ଅନୁଯାୟୀ କାମ କରିଥାନ୍ତି।

ସୂଚନାଯୋଗ୍ୟ,  ମୁମ୍ବାଇରେ ଏକ କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ଯୋଗଦେଇ ବଲିଡଉ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିବା ପରଠୁ ଚର୍ଚ୍ଚାରେ ଅଛନ୍ତି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ । ଏପରି ସ୍ଥିତିରେ ମହାରାଷ୍ଟ୍ର ପୁଲିସ୍‌ର ଦୁଇ ଜଣ କର୍ମଚାରୀ ତାଙ୍କ ଉପରେ ନଜର ରଖି ପିଛା କରୁଥିବା ସେ ଡିଜିପିଙ୍କୁ ଭେଟି ଅବଗତ କରାଇଛନ୍ତି। ମାତ୍ର ସମୀରଙ୍କ ପଛରେ ଆମର କୌଣସି ଏଜେନ୍ସି ପଡ଼ି ନାହାନ୍ତି ବୋଲି ସଫେଇ ଦେଇଛନ୍ତି ମହାରାଷ୍ଟ୍ରର ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲ ।

ପୂର୍ବରୁ ସମୀର ଅନେକ ପ୍ରକାରର ହାଇପ୍ରୋଫାଇଲ ଡ୍ରଗ୍ସ  ରାକେଟର ତଦନ୍ତ  କରିଥିଲେ ହେଁ କେବେ ହେଲେ ଏପରି ସର୍ଭେଲାନ୍ସର ଶିକାର ହୋଇ ନଥିଲେ। କିନ୍ତୁ ଯେବେଠାରୁ ମୁମ୍ବାଇ କ୍ରୁଜରେ ଡ୍ରଗ୍ସ କାରବାରର ପର୍ଦ୍ଦାଫାସ ହୋଇଛି, ସେବେଠାରୁ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ସମୀର  ଅଭିଯୋଗ କରିଛନ୍ତି।

Related story