ଚିହ୍ନା ମଣିଷର ଅଚିହ୍ନା ନାଁ: ଜାଣନ୍ତୁ ସିରିଏଲ କଳାକାରଙ୍କ ନିକ୍‌ ନେମ୍‌ ସିକ୍ରେଟ୍‌

ଟେଲିଦୁନିଆର  କଳାକାରମାନେ ପ୍ରତିଦିନ ଆପଣଙ୍କୁ  ମନୋରଞ୍ଜନ କରୁଛନ୍ତି।  ସେମାନଙ୍କୁ ପ୍ରତିଦିନ ଆମେ  ଟିଭି ପରଦାରେ ଦେଖୁଛେ। ଏମାନଙ୍କର ବି ଲକ୍ଷ ଲକ୍ଷ ପ୍ରଶଂସକ। ଗ୍ଲାମର ଜଗତରେ ମନୋରଞ୍ଜନର ଖୁରାକ୍‌ ଯୋଗାଉଥିବା  ଏହି କଳାକାରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ  ଜାଣିବାପାଇଁ ସମସ୍ତଙ୍କର  ଇଛା। ସେମାନଙ୍କ ଚାଲି ଚଳଣି, ଖାଦ୍ୟପେୟ ଏବଂ ଫ୍ୟାଶନ ଏମିତି ଅନେକ କିଛି ବିଷୟରେ ଜାଣିବାର ଆଗ୍ରହ ଥାଏ। ତେବେ ଅନେକ କିଛି ସିକ୍ରେଟ ମଧ୍ୟରୁ ଆସନ୍ତୁ ଜାଣିବା ସେମାନଙ୍କ ଡାକ ନାମ ବିଷୟରେ। ଅର୍ଥାତ […]

Divyanka-

Rakesh Mallick
  • Published: Thursday, 08 June 2017
  • , Updated: 08 June 2017, 04:40 PM IST

ଟେଲିଦୁନିଆର  କଳାକାରମାନେ ପ୍ରତିଦିନ ଆପଣଙ୍କୁ  ମନୋରଞ୍ଜନ କରୁଛନ୍ତି।  ସେମାନଙ୍କୁ ପ୍ରତିଦିନ ଆମେ  ଟିଭି ପରଦାରେ ଦେଖୁଛେ। ଏମାନଙ୍କର ବି ଲକ୍ଷ ଲକ୍ଷ ପ୍ରଶଂସକ। ଗ୍ଲାମର ଜଗତରେ ମନୋରଞ୍ଜନର ଖୁରାକ୍‌ ଯୋଗାଉଥିବା  ଏହି କଳାକାରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ  ଜାଣିବାପାଇଁ ସମସ୍ତଙ୍କର  ଇଛା। ସେମାନଙ୍କ ଚାଲି ଚଳଣି, ଖାଦ୍ୟପେୟ ଏବଂ ଫ୍ୟାଶନ ଏମିତି ଅନେକ କିଛି ବିଷୟରେ ଜାଣିବାର ଆଗ୍ରହ ଥାଏ। ତେବେ ଅନେକ କିଛି ସିକ୍ରେଟ ମଧ୍ୟରୁ ଆସନ୍ତୁ ଜାଣିବା ସେମାନଙ୍କ ଡାକ ନାମ ବିଷୟରେ। ଅର୍ଥାତ ସେହି ଚର୍ଚ୍ଚିତ କଳାକାରଙ୍କ ଶ୍ରଦ୍ଧା ନାମ ସହ ପରିଚିତ ହେବା।

ଦିବ୍ୟାଙ୍କା ତ୍ରିପାଠୀ-ଆଜିର ଟେଲିସିରିଏଲ ଜଗତରେ ଦିବ୍ୟାଙ୍କା ଜଣେ ସୁନ୍ଦରୀ ଓ ଦକ୍ଷ ଅଭିନେତ୍ରୀ ଭାବେ ପରିଚିତ। ତାଙ୍କ ଡାକ ନାମ ବି ଭାରି କ୍ୟୁଟ୍‌। ପରିବାର ଲୋକେ ଏବଂ ସମ୍ପର୍କୀୟ ଲୋକେ ତାଙ୍କୁ ଶ୍ରଦ୍ଧାରେ ଚାନୀ ଡାକନ୍ତି।

ଗୁରମିତ୍‌ ଚୌଧୁରୀ- ଗୁରମିତ୍‌ଙ୍କ ଡାକ ନାଁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ତାଙ୍କ ପରିବାର ଲୋକ ଓ ସାଙ୍ଗମାନେ ତାଙ୍କୁ ଶଶି କପୁର ବୋଲି ଡାକନ୍ତି। ତାଙ୍କ ଜେଜେଙ୍କ ଇଛା ଥିଲା ସେ ବଡ ହେଲେ ଶଶି କପୁରଙ୍କ ପରି  ବଡ ଅଭିନେତା ହେବେ।  ତେଣୁ ତାଙ୍କୁ ଶଶି କପୁର ଡକାଯାଉଛି।

କ୍ରିତିକା କମ୍ରା-ଚନ୍ଦ୍ରକାନ୍ତ ସିରିଏଲର  ଅଭିନେତ୍ରୀ କ୍ରିତିକା କମ୍ରାଙ୍କ ଡାକ ନାମ ଖୁବ୍‌ ମଧୁର।  ପରିବାର ଲୋକ ଓ ସାଙ୍ଗମାନେ ତାଙ୍କୁ କିଟୁ ବୋଲି ଡାକନ୍ତି।

ବରୁନ ସୋବତି- ଲୋକପ୍ରିୟ ସିରିଏଲ ‘ଇସ୍ ପ୍ୟାର କୋ ମେ କ୍ୟା ନାମ ଦୁଁ’ର ଅଭିନେତା ବରୁନ ଦେଖିବାକୁ ବହୁତ ସୁନ୍ଦର। ତାଙ୍କ ଡାକ ନାମ  ରୁବଲ।

କରନ କୁନ୍ଦ୍ରା-ହ୍ୟାଣ୍ଡସମ ହିରୋ କରନ କୁନ୍ଦ୍ରାଙ୍କ ତିନୋଟି ଡାକ ନାମ ରହିଛି। ପରିବାର ଲୋକେ ଶନି, ସାଙ୍ଗମାନେ ପ୍ରାଇସି ଏବଂ ଫ୍ୟାନ୍‌ମାନେ ତାଙ୍କୁ କିଙ୍ଗ କେ’ ବୋଲି ଡାକନ୍ତି

ଅର୍ଜୁନ ବିଜ୍‌ଲାନୀ-ଧାରାବାହିକ ଜଗତରେ ଏହି ଆଗଧାଡିରେ ଅଭିନେତାଙ୍କୁ ଶ୍ରଦ୍ଧାରେ ବିଜଲି ବୋଲି ଡାକନ୍ତି।

ଗୌତମ ରୋଡେ-ଟିଭି ଅଭିନେତା ଗୌତମ ରୋଡେଙ୍କୁ ପରିବାର ଲୋକ ଓ ସାଙ୍ଗ ମାନେ ସ୍ନେହରେ ଗୌତୁ ବୋଲି ଡାକନ୍ତି ।

Related story