ପ୍ରଥମ ଫିଲ୍ମରେ ପିତା ଚିରଞ୍ଜିବୀଙ୍କୁ ନେଲେ ପ୍ରଯୋଜକ ରାମ ଚରଣ

ମୁମ୍ବାଇ: ଫିଲ୍ମ ଜଗତରେ ସବୁବେଳେ ଦେଖାଯାଏ ଯେ ପିତା ନିଜ ସନ୍ତାନକୁ ଫିଲ୍ମରେ ଆଣିବା ପାଇଁ ପ୍ରଯୋଜକ ହୋଇଯାଆନ୍ତି। ପ୍ରଯୋଜକ ପିତା ନିଜ ସନ୍ତାନକୁ ଫିଲ୍ମ ଜଗତରେ ପରିଚିତ କରିବା ପାଇଁ ଅର୍ଥଶ୍ରାଦ୍ଧ କରନ୍ତି। ମାତ୍ର ଏଭଳି ଜଣେ ପୁଅ ଅଛନ୍ତି ଯିଏ କି ପ୍ରଯୋଜକ ହେବା ପାଇଁ ନିଷ୍ପତ୍ତି କରି ତାଙ୍କ ପ୍ରଥମ ଫିଲ୍ମରେ ନିଜ ପିତାଙ୍କୁ ମୁଖ୍ୟ ଭୂମିକାରେ ନେଇଛନ୍ତି। ସେ ହେଉଛନ୍ତି ରାମ ଚରଣ। ରାମ ତାମିଲ ଫିଲ୍ମ ‘କାତୀ’ର ରିମେକ ତିଆରି କରୁଛନ୍ତି ଏବଂ ସେ ଏହି ଫିଲ୍ମରେ ନିଜ ପିତା ଚିରଞ୍ଜିବୀଙ୍କୁ କାଷ୍ଟ କରିଛନ୍ତି। ତାଙ୍କ ପ୍ରଡକ୍ସନ କମ୍ପାନୀର ନାମ ହେଉଛି କୋନିଡେଲା ପ୍ରଡକ୍ସନ କମ୍ପାନୀ।

ଫିଲ୍ମର ସୁଟିଂ ୨୩ ଜୁନରୁ ଆରମ୍ଭ ହୋଇଛି। ଏହା ସୁପରଷ୍ଟାର ଚିରଞ୍ଜିବୀଙ୍କର ୧୫୦ତମ ଫିଲ୍ମ ହେବ। ରାମ ସବୁବେଳେ ନିଜ ପିତାଙ୍କ ପାଇଁ କିଛି ସ୍ୱତନ୍ତ୍ର କରିବାକୁ ଚାହୁଁଥିଲେ ଏବଂ ସେ ଏହି ଉପାୟରେ ପିତାଙ୍କ ପାଇଁ ନିଜ ସମ୍ମାନ ଓ ଭଲ ପାଇବା ଦେଖାଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ଏହି ବାପପୁଅଙ୍କ ଯୋଡି କିଭଳି ଧମାଲ ଦେଖାଉଛନ୍ତି।

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତଙ୍କ ଝିଅର ବୟଫ୍ରେଣ୍ଡଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ଏମିତି କଲେ ଇମୋସନାଲ୍‌ ପୋଷ୍ଟ

ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡିଆରେ ପଶିଯାଇଥିଲେ ମହାଶ୍ୱେତା

‘ଆତ୍ମହତ୍ୟା କରିବା ସ୍ଥିତିରେ ଥିଲି’

ଅଧିକ ଗୋରା ବୋଲି ଇଣ୍ଟରନ୍ୟାସନାଲ୍‌ ପ୍ରୋଜେକ୍ଟରୁ ବାଦ୍‌ ପଡ଼ିଲେ ଟେଲି ଅଭିନେତ୍ରୀ

ପ୍ରେମର ଭାଷା ବୁଝେ ନାହିଁ ଚୀନ୍‌ : ସୋନୁ ନିଗମ୍‌

ପରଲୋକରେ ଲୋକପ୍ରିୟ ଆମେରିକାନ୍‌ କମେଡିଆନ୍ କାର୍ଲ ରିନର୍‌

ଟେଲିଭିଜନ୍ ଅଭିନେତ୍ରୀଙ୍କୁ କରୋନା

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଯଜ୍ଞ କଲେ ରାନୀ ପଣ୍ଡା

ନେପୋଟିଜମ୍‌ ପାଇଁ ହାତରୁ ଚାଲିଯାଇଥିଲା ଫିଲ୍ମ, ରାତି ସାରା କାନ୍ଦିଥିଲେ ପିସି

ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି; ୫୫୦ ପରିବାରକୁ ଖାଇବାକୁ ଦେବେ ଭୂମି

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଭେଟିଲେ ଅର୍ଚ୍ଚିତା

ଜନ୍ମଦିନରେ ଅର୍ଚ୍ଚିତାଙ୍କୁ ପ୍ରଶଂସକମାନେ ଦେଲେ ସରପ୍ରାଇଜ୍