ନିତିଙ୍କୁ ମିଳିଗଲେ ମନର ମଣିଷ, ନିର୍ବନ୍ଧ ଶେଷ

ମୁମ୍ୱାଇ: ଶେଷଥର ପାଇଁ ‘ଇଶ୍କବାଜ୍‌’ ଧାରାବାହିକରେ ଅଭିନୟ କରିଥିବା ଟେଲିଭିଜନ୍‌ ଅଭିନେତ୍ରୀ ନିତି ଟେଲରଙ୍କୁ ତାଙ୍କ ମନର ମଣିଷ ମିଳି ଯାଇଛନ୍ତି। ଅଗଷ୍ଟ ୧୩ ତାରିଖରେ ତାଙ୍କ ନିର୍ବନ୍ଧ ସରିଯାଇଛି। ତେବେ ଏ ବର୍ଷ ସେମାନେ ବାହା ହେବେ ନାହିଁ। ଆସନ୍ତା ବର୍ଷ ବାହାଘର ହେବ। ନିତିଙ୍କ ଭାବି ସ୍ୱାମୀଙ୍କ ନାଁ ପରିକ୍ଷୀତ ବାୱା। ସେ ଭାରତୀୟ ସେନାରେ କ୍ୟାପ୍‌ଟେନ୍ ଅଛନ୍ତି। ନିତି ସବୁ ବେଳେ କହୁଥିଲେ ଯେ, ସେ କେବେ ବି କୌଣସି ଅଭିନେତାଙ୍କୁ ବାହା […]

niti

Puspanjali Panda
  • Published: Friday, 16 August 2019
  • , Updated: 16 August 2019, 03:31 PM IST

ମୁମ୍ୱାଇ: ଶେଷଥର ପାଇଁ ‘ଇଶ୍କବାଜ୍‌’ ଧାରାବାହିକରେ ଅଭିନୟ କରିଥିବା ଟେଲିଭିଜନ୍‌ ଅଭିନେତ୍ରୀ ନିତି ଟେଲରଙ୍କୁ ତାଙ୍କ ମନର ମଣିଷ ମିଳି ଯାଇଛନ୍ତି। ଅଗଷ୍ଟ ୧୩ ତାରିଖରେ ତାଙ୍କ ନିର୍ବନ୍ଧ ସରିଯାଇଛି। ତେବେ ଏ ବର୍ଷ ସେମାନେ ବାହା ହେବେ ନାହିଁ। ଆସନ୍ତା ବର୍ଷ ବାହାଘର ହେବ।

ନିତିଙ୍କ ଭାବି ସ୍ୱାମୀଙ୍କ ନାଁ ପରିକ୍ଷୀତ ବାୱା। ସେ ଭାରତୀୟ ସେନାରେ କ୍ୟାପ୍‌ଟେନ୍ ଅଛନ୍ତି। ନିତି ସବୁ ବେଳେ କହୁଥିଲେ ଯେ, ସେ କେବେ ବି କୌଣସି ଅଭିନେତାଙ୍କୁ ବାହା ହେବେ ନାହିଁ। ଆଉ ଶେଷରେ ତାହା ହିଁ ହେଲା।

 

View this post on Instagram

 

Any celebration is incomplete without the friends and this one for all the friends. ⠀⠀⠀⠀⠀⠀⠀⠀⠀ Niti & Parikshit Engagement Gurgaon #Repost @ujjwalvanvari • • • • • • ⠀⠀⠀⠀⠀⠀⠀⠀⠀ Shot by @ujjwalvanvari.com Niti's Outfit: @kalkifashion Makeup: @mahima.mua . . ⠀⠀⠀⠀⠀⠀⠀⠀⠀ @nititaylor @parikshitbawa @ananyag8 @rakhee_kotak @renee_malik @poojanawathe18 @chandnibhagwa . . #PARTITAYLES . . #NitiTaylor #weloveyounititaylor #Nitiofangels #welovenititaylor #mylove #ProudBeingNitian #niti #loveyoutothemoonandback🌙️#staybeautiful #lotsoflove #shineonnititaylor#bollywood #nitikiengagement

A post shared by nititayloradmire 💜 (@nititayloradmire) on


ପରିକ୍ଷୀତ ହେଉଛନ୍ତି ନିତିଙ୍କର ସ୍କୁଲ୍‌ ସାଙ୍ଗ। ତେବେ ଅନେକ ବର୍ଷ ପରେ କିଛି ମାସ ତଳେ ଦୁହେଁ ସୋଶାଲ୍‌ ମିଡିଆରେ କଥାବାର୍ତ୍ତା ଆରମ୍ଭ କରିଥିଲେ। ଦୁହେଁ ଦୁହିଁଙ୍କୁ ପସନ୍ଦ କରିବା ପରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତା’ପରେ ଉଭୟେ ଘରେ ଜଣାଇଥିଲେ। ଏହା ପରେ ଅଗଷ୍ଟ ୧୩ ତାରିଖରେ ଉଭୟଙ୍କ ପରିବାର ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ସେମାନଙ୍କ ନିର୍ବନ୍ଧ ସଂପନ୍ନ ହୋଇଥିଲା।

ନିତି କହିଛନ୍ତି, ‘ପରିକ୍ଷୀତଙ୍କୁ ମୁଁ ସ୍କୁଲ୍‌ ଦିନରୁ ଜାଣିଛି। ଆମେ ଦୁହେଁ ଭଲ ସାଙ୍ଗ ଥିଲୁ। କିଛି ମାସ ତଳେ ସୋଶାଲ୍‌ ମିଡିଆରେ ଆମେ ଏକାଠି ହୋଇଥିଲୁ ଏବଂ କଥାବାର୍ତ୍ତା ଆରମ୍ଭ କରିଥିଲୁ। ତାଙ୍କ ବ୍ୟକ୍ତିତ୍ୱ ମୋତେ ଭଲ ଲାଗିଲା। ଆମ ଦୁହିଁଙ୍କ ଚିନ୍ତାଧାରା ପୂରା ସମାନ। ଏହାପରେ ମୁଁ ତାଙ୍କୁ ଦିଲ୍ଲୀରେ ଭେଟି ଥିଲି। ମୋ ପରିବାର ଲୋକେ ମଧ୍ୟ ତାଙ୍କୁ ଭେଟିଥିଲେ ଓ ପସନ୍ଦ କରିଥିଲେ।’

 

View this post on Instagram

 

😍😍😍😍😍 @nititaylor @parikshitbawa . . #PARTITAYLES .. . #NitiTaylor #weloveyounititaylor #Nitiofangels #welovenititaylor #mylove #ProudBeingNitian #niti #loveyoutothemoonandback🌙️#staybeautiful #lotsoflove #shineonnititaylor#bollywood #nitikiengagement

A post shared by nititayloradmire 💜 (@nititayloradmire) on


ସେ ଆହୁରି କହିଛନ୍ତି, ‘ଏ ବର୍ଷ ବିବାହ କରିବା ପାଇଁ ଆମର କୌଣସି ଯୋଜନା ନାହିଁ। ଆସନ୍ତା ବର୍ଷ ବାହାଘର ହେବ ବୋଲି ଆଶା। ସେନାରେ କାମ କରୁଥିବାରୁ ପରିକ୍ଷୀତଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ରହିବାକୁ ପଡୁଛି। ଅନ୍ୟପକ୍ଷରେ ମୁଁ ଏବେ ମୁମ୍ୱାଇରେ ରହୁଛି।’

ନିତି ୨୦୦୯ରେ ‘ପ୍ୟାର୍‌ କା ବନ୍ଧନ’ ଧାରାବାହିକ ମାଧ୍ୟମରେ ଟେଲିଭିଜନ ଦୁନିଆରେ ପାଦ ଦେଇଥିଲେ। ସେ ‘ଗୁଲାଲ୍‌’, ‘ବଡେ ଅଚ୍ଛେ ଲଗ୍‌ତେ ହେଁ’ ଓ ‘ୟେ ହେ ଆଶିକି’ ଭଳି ଧାରାବାହିକରେ ଅଭିନୟ କରିଛନ୍ତି।

Related story