ମାର୍ବଲ୍‌ ଷ୍ଟୁଡିଓ ଆଉ ନିର୍ମାଣ କରିବନି 'ସ୍ପାଇଡରମ୍ୟାନ୍‌' ଫିଲ୍ମ !

ଲସ୍‌ ଏଞ୍ଜେଲସ୍‌: ମାର୍ବଲ୍‌ ସିନେମାଟିକ୍‌ ୟୁନିଭର୍ସ ଏବେ ‘ସ୍ପାଇଡରମ୍ୟାନ୍‌’ ଫିଲ୍ମ ତିଆରି କରିବ ନାହିଁ। କାରଣ ‘ଡିଜନି ’ ଓ ‘ସୋନି’ ପିକଚର୍ସ ମଧ୍ୟରେ ହୋଇଥିବା ଏଗ୍ରିମେଣ୍ଟ ଶେଷ ହୋଇଯାଇଛି। ଏହି ଦୁଇ ଷ୍ଟୁଡିଓ ୨୦୧୫ରୁ ସ୍ପାଇଡରମ୍ୟାନ୍‌ ଫିଲ୍ମର ନିର୍ମାତା ଭାବରେ କାର୍ଯ୍ୟ କରି ଆସୁଥିଲେ। ସୂଚନା ଅନୁସାରେ ୨୦୧୭ ଓ ୨୦୧୯ରେ ସୋନି ଷ୍ଟୁଡିଓ ପ୍ରସ୍ତୁତ କରିଥିବା ସ୍ପାଇଡରମ୍ୟାନ୍‌ ଫିଲ୍ମରେ ମାର୍ବଲ ଷ୍ଟୁଡିଓର ନାମ ମଧ୍ୟ ରହିଥିଲା। ଏହି ଫିଲ୍ମରେ ଟମ୍‌ ହଲାଣ୍ଡ ଅଭିନୟ କରିଥିଲେ […]

spider1

Puspanjali Panda
  • Published: Thursday, 22 August 2019
  • , Updated: 22 August 2019, 01:49 PM IST

ଲସ୍‌ ଏଞ୍ଜେଲସ୍‌: ମାର୍ବଲ୍‌ ସିନେମାଟିକ୍‌ ୟୁନିଭର୍ସ ଏବେ ‘ସ୍ପାଇଡରମ୍ୟାନ୍‌’ ଫିଲ୍ମ ତିଆରି କରିବ ନାହିଁ। କାରଣ ‘ଡିଜନି ’ ଓ ‘ସୋନି’ ପିକଚର୍ସ ମଧ୍ୟରେ ହୋଇଥିବା ଏଗ୍ରିମେଣ୍ଟ ଶେଷ ହୋଇଯାଇଛି। ଏହି ଦୁଇ ଷ୍ଟୁଡିଓ ୨୦୧୫ରୁ ସ୍ପାଇଡରମ୍ୟାନ୍‌ ଫିଲ୍ମର ନିର୍ମାତା ଭାବରେ କାର୍ଯ୍ୟ କରି ଆସୁଥିଲେ।

ସୂଚନା ଅନୁସାରେ ୨୦୧୭ ଓ ୨୦୧୯ରେ ସୋନି ଷ୍ଟୁଡିଓ ପ୍ରସ୍ତୁତ କରିଥିବା ସ୍ପାଇଡରମ୍ୟାନ୍‌ ଫିଲ୍ମରେ ମାର୍ବଲ ଷ୍ଟୁଡିଓର ନାମ ମଧ୍ୟ ରହିଥିଲା। ଏହି ଫିଲ୍ମରେ ଟମ୍‌ ହଲାଣ୍ଡ ଅଭିନୟ କରିଥିଲେ ଏବଂ ଫିଲ୍ମଟି ବ୍ଲକ୍‌ ବଷ୍ଟର ମଧ୍ୟ ହୋଇଥିଲା। ତେବେ ଆଗାମୀ ଫିଲ୍ମଗୁଡିକର ଫାଇନାନସ୍‌କୁ ନେଇ ନିଷ୍ପତ୍ତି ନେବାରେ ଅସମର୍ଥ ହେବାରୁ ‘ଡିଜନି’ ଓ ‘ସୋନି’ ଷ୍ଟୁଡିଓ ସେମାନଙ୍କ ମଧ୍ୟରେ ଥିବା ସମସ୍ତ ଏଗ୍ରିମେଣ୍ଟକୁ ଭାଙ୍ଗି ଦେଇଛନ୍ତି।

https://www.instagram.com/p/B1blrQlnURj/?utm_source=ig_web_copy_link

ୟୁଏସ୍‌ଏ ଟୁଡେର ରିପୋର୍ଟ ଅନୁସାରେ ‘ସ୍ପାଇଡର-ମ୍ୟାନ୍‌?:' ଫାର ଫ୍ରମ ହୋମ୍‌’ ଓ ‘ସ୍ପାଇଡର-ମ୍ୟାନ୍‌ : ହୋମକମିଙ୍ଗ୍‌’ରେ କ୍ରିଏଟିଭ୍‌ ରୋଲ୍‌ରେ ଅଭିନୟ କରିଥିବା ମାର୍ବଲ୍‌ ଷ୍ଟୁଡିଓ ଅଧ୍ୟକ୍ଷ କେବିନ୍‌ ଫିଗେଙ୍କୁ ଆଗାମୀ ଫିଲ୍ମରେ ରୋଲ୍‌ ମିଳିବ ନାହିଁ। କଥାବାର୍ତ୍ତା ମାଧ୍ୟମରେ ଯେ ପର୍ଯ୍ୟନ୍ତ ‘ଡିଜନି ’ ଓ ‘ସୋନି’ ଷ୍ଟୁଡିଓ ସମସ୍ୟାର ସମାଧାନ ହୋଇନାହିଁ, ସେ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ।

ଏହି ଖବର ପ୍ରସାରିତ ହେବା ପରେ ସ୍ପାଇଡରମ୍ୟାନ୍‌ର ପ୍ରଶଂସକମାନେ ନିରାଶ ହୋଇଛନ୍ତି। ଏପରିକି ପ୍ରଶଂସକମାନେ ଟ୍ୱିଟରରେ ସ୍ପାଇଡରମ୍ୟାନ୍‌ ଫିଲ୍ମ ଭବିଷ୍ୟତରେ ଦେଖିପାରିବେ କି ନାହିଁ ବୋଲି ଟ୍ୱିଟ୍‌ କରି ପ୍ରଶ୍ନ କରିଛନ୍ତି। ‘ଡେଡ୍‌ପୁଲ୍‌’ର ଅଭିନେତା ରୟାନ୍‌ ରେନାଲ୍ଡସ୍‌ ମଧ୍ୟ ଏହାକୁ ନେଇ ଦୁଃଖପ୍ରକାଶ କରିଛନ୍ତି। ସେହିପରି ହଲିଉଡ୍‌ ଅଭିନେତା ଜେରେମି ରେନର୍‌ ଟ୍ୱିଟ୍‌ କରି କହିଛନ୍ତି, ‘ସୋନି ପିକଚର୍ସ, ଆମେ ସ୍ପାଇଡରମ୍ୟାନ୍‌କୁ ପୁଣି ଥରେ ଚାହୁଁଛୁ।’

Related story