ହଜିଗଲା ହସ; ଅଧାରୁ ସୁଟିଂ ବନ୍ଦ କଲେ କପିଲ

ମୁମ୍ବାଇ: ଧୀରେ ଧୀରେ କପିଲ ଶର୍ମା ଅନୁଭବ କଲେଣି ଯେ ସୁନୀଲ ଗ୍ରୋଭର, ଚନ୍ଦନ ପ୍ରଭାକର ଓ ଅଲୀ ଅସଗର ତାଙ୍କ ଶୋ’ ଛାଡ଼ି ଚାଲି ଯିବା ଦ୍ୱାରା ତାଙ୍କର କେତେ କ୍ଷତି ହୋଇଛି। ନିଜ ଶୋ’କୁ ଜୀବନ୍ତ କରିବା ପାଇଁ ସେ ଆପ୍ରାଣ ଚେଷ୍ଟା କରୁଛନ୍ତି। କିନ୍ତୁ ତାଙ୍କ ଉଦ୍ୟମ ସଫଳ ହେଉନି। ସୁନୀଲ, ଚନ୍ଦନ ଓ ଅସଗରଙ୍କ ଅଭାବ ପୂରଣ କରିବା ପାଇଁ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ, ସୁନୀଲ ପାଲ ଓ ଅହସାନ କୁରୈସୀଙ୍କୁ […]

kapil

Rakesh Mallick
  • Published: Saturday, 01 April 2017
  • , Updated: 01 April 2017, 01:59 PM IST

ମୁମ୍ବାଇ: ଧୀରେ ଧୀରେ କପିଲ ଶର୍ମା ଅନୁଭବ କଲେଣି ଯେ ସୁନୀଲ ଗ୍ରୋଭର, ଚନ୍ଦନ ପ୍ରଭାକର ଓ ଅଲୀ ଅସଗର ତାଙ୍କ ଶୋ’ ଛାଡ଼ି ଚାଲି ଯିବା ଦ୍ୱାରା ତାଙ୍କର କେତେ କ୍ଷତି ହୋଇଛି। ନିଜ ଶୋ’କୁ ଜୀବନ୍ତ କରିବା ପାଇଁ ସେ ଆପ୍ରାଣ ଚେଷ୍ଟା କରୁଛନ୍ତି। କିନ୍ତୁ ତାଙ୍କ ଉଦ୍ୟମ ସଫଳ ହେଉନି। ସୁନୀଲ, ଚନ୍ଦନ ଓ ଅସଗରଙ୍କ ଅଭାବ ପୂରଣ କରିବା ପାଇଁ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ, ସୁନୀଲ ପାଲ ଓ ଅହସାନ କୁରୈସୀଙ୍କୁ ଶୋ’ରେ ସାମିଲ କରିବା ନେଇ ତାଙ୍କ ଫର୍ମୁଲା ବି ଫେଲ୍ ମାରିଛି।

ମାର୍ଚ୍ଚ ୩୦ ତାରିଖରେ କପିଲ ନିଜ ଶୋ’ର ସୁଟିଂ ପାଇଁ କିକୁ ଶାରଦା ଓ ସୁମୋନାଙ୍କୁ ଡାକିଥିଲେ। କିକୁ ତାଙ୍କ ଶୋ’ରେ ବମ୍ପର ଭୂମିକାରେ ଅଭିନୟ କରନ୍ତି। ସରଲା ଭୂମିକାରେ ଆସନ୍ତି ସୁମୋନା। ସେମାନେ ଆସିଥିଲେ। ରାଜୁ ଶ୍ରୀବାସ୍ତବ ବି ଆସିଥିଲେ। ସୁଟିଂ ପାଇଁ ଷ୍ଟେଜ୍ ପ୍ରସ୍ତୁତ ଥିଲା। କିନ୍ତୁ କମେଡି ଶୋ’ରେ ହସ ଗାଏବ ଥିଲା। କଳାକାରଙ୍କ ମଧ୍ୟରେ ବୁଝାମଣା ନ ଥିଲା। ସେମାନେ ସେଟ୍‌ରେ ମସ୍ତୀ କରୁ ନ ଥିଲେ। କମିକ୍ ଟାଇମିଙ୍ଗ୍ ଠିକ୍ ରହୁ ନ ଥିଲା। ଯେତେବେଳେ କପିଲ ଷ୍ଟେଜ୍‌କୁ ଆସିଲେ ଲାଗୁଥିଲା ସେ ବାଧ୍ୟବାଧକତାରେ ହସୁଛନ୍ତି। ଏ ସବୁ ଦେଖି ୧୦ ମିନିଟ୍ ମଧ୍ୟରେ ସୁଟିଂ ବାତିଲ କରି ଦେଇଥିଲେ କପିଲ।

Related story