‘ନୂର’ର ସୁଟିଂ ଆରମ୍ଭ କଲେ ସୋନାକ୍ଷୀ
ମୁମ୍ବାଇ: ‘ତେଭର’ ଷ୍ଟାର ସୋନାକ୍ଷୀ ସିହ୍ନା ନିଜ ଆଗାମୀ ଫିଲ୍ମ ‘ନୂର’ ପାଇଁ କାମ ଆରମ୍ଭ କରିଦେଇଛନ୍ତି। ସୋନାକ୍ଷୀ ଫିଲ୍ମ ‘ନୂର’ରେ କରାଚୀର ଏକ ସାମ୍ବାଦିକ ଭୂମିକାରେ ଅଭିନୟ କରୁଥିଲା ବେଳେ ଅନ୍ୟ ଏକ ଫିଲ୍ମ ‘ଅକୀରା’ରେ ଆକ୍ସନ ଭୂମିକାରେ ନଜର ଆସିବେ । ନିକଟରେ ଏହାର ଟ୍ରଲର ସୋସିଆଲ୍ ମିଡିଆରେ ଆସିଛି।
And my #Noor journey begins… Here’s to new beginnings & exciting times ahead! @NoorTheFilm @Abundantia_Ent @TSeries pic.twitter.com/nVbSA5sJYp
— Sonakshi HAPPY Sinha (@sonakshisinha) July 5, 2016
ସୋନାକ୍ଷୀ ଫିଲ୍ମ ସେଟ୍ର ଫଟୋ ପୋଷ୍ଟ କରି ଲେଖିଛନ୍ତି, “ମୋର ‘ନୂର’ ଯାତ୍ରା ଆରମ୍ଭ । ଏହିଠାରୁ ମୋର ନୂଆ ଯାତ୍ରା ଏବଂ ସେଥିପାଇଁ ମୁଁ ଉତ୍ସାହିତ ଅଛି।”
ଫଟୋରେ ସୋନାକ୍ଷୀ ହାତରେ କ୍ଲାପ୍ ବୋର୍ଡ ଧରିଥିବାର ନଜର ଆସୁଛନ୍ତି । ସୁନୀଲ ସିପ୍ପୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ସବା ଇମ୍ତିୟାଜ୍ଙ୍କ ଲିଖିତ ପାକିସ୍ତାନୀ ଉପନ୍ୟାସ ‘କରାଚୀ-ୟୁ କିଲିଂ ମି’ର ରୂପାନ୍ତର ଅଟେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।