ମସ୍ତି ମୁଡ୍‌ରେ ନୋରା: ଭାଇରାଲ୍‌ ହେଉଛି ଭିଡିଓ

ମୁମ୍ବାଇ: ନିଜର ନିଆରା ଅନ୍ଦାଜ ଓ ବେଲି ଡ୍ୟାନ୍ସରେ ସମସ୍ତଙ୍କ ମନ ଜିତି ଥିବା ବଲିଉଡ୍‌ର ଦୀଲ୍‌ବର୍‌ ଗର୍ଲ ନୋରା ଫତେହି ସବୁବେଳେ ସୋଶାଲ୍‌ ମିଡିଆରେ ଆକ୍ଟିଭ୍‌ ରହନ୍ତି। ନିକଟରେ ତାଙ୍କର ଏକ ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଛି। ଭିଡିଓଟିକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି। ନୋରାଙ୍କ ଏହି ଭଡିଓ ଫ୍ୟାନ୍‌ଙ୍କ ମନକୁ ପାଇଛି ଓ ସେମାନେ ଭିଡିଓଟିକୁ ଦେଖିବା ପରେ ଭଲ ପ୍ରତିକ୍ରିୟା ଦେଇଛନ୍ତି। https://www.instagram.com/p/B0gVwwpJ6h7/?utm_source=ig_web_copy_link ଏହି ଭିଡିଓରେ ନୋରା ଏକ ଲେମନ୍‌ ୟେଲୋ ରଙ୍ଗର […]

nora

Chinmayee Roy
  • Published: Sunday, 18 August 2019
  • , Updated: 18 August 2019, 03:46 PM IST

ମୁମ୍ବାଇ: ନିଜର ନିଆରା ଅନ୍ଦାଜ ଓ ବେଲି ଡ୍ୟାନ୍ସରେ ସମସ୍ତଙ୍କ ମନ ଜିତି ଥିବା ବଲିଉଡ୍‌ର ଦୀଲ୍‌ବର୍‌ ଗର୍ଲ ନୋରା ଫତେହି ସବୁବେଳେ ସୋଶାଲ୍‌ ମିଡିଆରେ ଆକ୍ଟିଭ୍‌ ରହନ୍ତି। ନିକଟରେ ତାଙ୍କର ଏକ ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଛି। ଭିଡିଓଟିକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି। ନୋରାଙ୍କ ଏହି ଭଡିଓ ଫ୍ୟାନ୍‌ଙ୍କ ମନକୁ ପାଇଛି ଓ ସେମାନେ ଭିଡିଓଟିକୁ ଦେଖିବା ପରେ ଭଲ ପ୍ରତିକ୍ରିୟା ଦେଇଛନ୍ତି।

https://www.instagram.com/p/B0gVwwpJ6h7/?utm_source=ig_web_copy_link

ଏହି ଭିଡିଓରେ ନୋରା ଏକ ଲେମନ୍‌ ୟେଲୋ ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତି। ଏଥିରେ ସେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି। ଆଉ ନିଜ ଲୁକ୍‌କୁ କମ୍ପ୍ଲିଟ୍‌ ଟଚ୍‌ ଦେବା ପାଇଁ ସେ ଏକ କଳା ରଙ୍ଗର ଷ୍ଟାଇଲିଶ୍‌ ଚଷମା ପିନ୍ଧିଛନ୍ତି। ଏଭଳି ଗେଟ୍‌ ଅପ୍‌ରେ ସେ ଏକ ସୁଇମିଂ ପୁଲ୍ ନିକଟରେ ପୂରା ମସ୍ତି ମୁଡ୍‌ରେ ନୃତ୍ୟ କରୁଛନ୍ତି। ଏହି ଭିଡିଓଟି ନୋରାଙ୍କ ଫ୍ୟାନ୍‌ କ୍ଲବ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଶେଆର୍‌ ହୋଇଛି।

ନୋରା ବର୍ତ୍ତମାନ ବାଲିରେ ଛୁଟି କାଟୁଛନ୍ତି। ସୋଶାଲ୍‌ ମିଡିଆରେ ଭାଇରାଲ୍‌ ଭିଡିଓଟି ସେଠାକାର।

https://youtu.be/ZIk81gMlPXw

ନୋରାଙ୍କର ନୂଆ ଗୀତ ‘ସାକି ସାକି’ ଏବେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ଗୀତରେ ନୋରାଙ୍କ ଡ୍ୟାନ୍ସକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି। ନୋରା ବଲିଉଡ ଏଣ୍ଟ୍ରି କରିବା ପୂର୍ବରୁ ବିଗ୍‌ ବସ୍-୯ ରେ ମଧ୍ୟ ଆସିଥିଲେ। ଏହି ଶୋ’ରେ ହିଁ ନୋରା ନିଜ ବେଲି ଡ୍ୟାନ୍ସର ଜଲୱା ଦେଖାଇଥିଲେ। ଏହା ପରେ ତାଙ୍କୁ ବଲିଉଡ୍‌ର ଅଫର ମିଳିଥିଲା। ଫିଲ୍ମ ‘ସତ୍ୟମେବ ଜୟତେ’ରେ ନୋରା ଏକ ଆଇଟମ୍‌ ସଙ୍ଗ ‘ଦିଲ୍‌ବର୍‌ ଦିଲ୍‌ବର୍‌’ କରିଥିଲେ ଓ ରାତାରାତି ସେ ଇଣ୍ଟର୍‌ନେଟ୍‌ ସେନ୍‌ସେସନ୍‌ ପାଲଟି ଯାଇଥିଲେ।

 

View this post on Instagram

 

50 MILLION views and counting #OSakiSaki 😍❤️💥 BOOM

A post shared by Nora Fatehi (@norafatehi) on

Related story