ରୂପ ନୁହେଁ, ଦକ୍ଷତା ଦେଇଥାଏ ପ୍ରତିଷ୍ଠା

ଚେନ୍ନାଇ (ଓଡ଼ିଶା ରିପୋର୍ଟର): ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଏଥିରେ ଜଣେ ସୁନ୍ଦରୀ ମହିଳାଙ୍କ ସହ ଜଣେ ଯୁବକଙ୍କୁ ଦେଖିବାକୁ ମିଳୁଛି। ଯୁବକ ଜଣଙ୍କ ଦେଖିବାକୁ ଶ୍ୟାମଳ ରଙ୍ଗର। ସୋସିଆଲ ମିଡିଆରେ ଏହି ଫଟୋ ଆସିବା ପରେ ବହୁ ଲୋକ ରଙ୍ଗକୁ ନେଇ ଏହି ଦମ୍ପତିଙ୍କୁ କମେଣ୍ଟ କରିଛନ୍ତି। ହେଲେ ଫଟୋରେ ଥିବା କଳା ରଙ୍ଗର ଯୁବକ ଜଣଙ୍କୁ ଜାଣିଛନ୍ତି। ତାଙ୍କ ରଙ୍ଗକୁ ନ ଦେଖି ତାଙ୍କ ଦକ୍ଷତା ବିଷୟରେ ଜାଣିଲେ ହୋଇଯିବେ […]

Rakesh Mallick
  • Published: Tuesday, 05 September 2017
  • , Updated: 05 September 2017, 09:19 PM IST

ଚେନ୍ନାଇ (ଓଡ଼ିଶା ରିପୋର୍ଟର): ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଏଥିରେ ଜଣେ ସୁନ୍ଦରୀ ମହିଳାଙ୍କ ସହ ଜଣେ ଯୁବକଙ୍କୁ ଦେଖିବାକୁ ମିଳୁଛି। ଯୁବକ ଜଣଙ୍କ ଦେଖିବାକୁ ଶ୍ୟାମଳ ରଙ୍ଗର। ସୋସିଆଲ ମିଡିଆରେ ଏହି ଫଟୋ ଆସିବା ପରେ ବହୁ ଲୋକ ରଙ୍ଗକୁ ନେଇ ଏହି ଦମ୍ପତିଙ୍କୁ କମେଣ୍ଟ କରିଛନ୍ତି। ହେଲେ ଫଟୋରେ ଥିବା କଳା ରଙ୍ଗର ଯୁବକ ଜଣଙ୍କୁ ଜାଣିଛନ୍ତି। ତାଙ୍କ ରଙ୍ଗକୁ ନ ଦେଖି ତାଙ୍କ ଦକ୍ଷତା ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ। ଏହି କଳା ରଙ୍ଗର ଯୁବକ ଜଣଙ୍କ ହେଉଛନ୍ତି ତାମିଲ ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦ୍ଦେଶକ ଓ ସ୍କ୍ରିନ୍‌ ପ୍ଲେ ରାଇଟର ଏଟଲି କୁମାର। ତାଙ୍କ ସହ ମହିଳା ଜଣଙ୍କ ଆଉ କେହି ନୁହଁନ୍ତି ତାଙ୍କ ପତ୍ନୀ କୃଷ୍ଣା ପ୍ରିୟା।

ମଦୁରାଇରେ ଜନ୍ମ ଗ୍ରହଣ କରିଥିବା ଏଟଲିଙ୍କ ପୂରା ନାଁ ଅରୁଣ କୁମାର। ୨୦୧୩ରେ ‘ରାଜା ରାଣୀ’ ଫିଲ୍ମରେ ଡେବ୍ୟୁ କରିଥିଲେ ଏଟଲି। ସାଉଥ ଇଣ୍ଡିଆନ ବକ୍ସ ଅଫିସ୍‌ରେ ଏହି ଫିଲ୍ମ ୪ ସପ୍ତାହରେ ୫୦୦ ମିଲିୟନରୁ ଅଧିକ ରୋଜଗାର କରିଥିଲା। ଫିଲ୍ମର ଏହି ସଫଳତା ଏଟଲିଙ୍କୁ ରାତାରାତି ଷ୍ଟାର ବନାଇ ଦେଇଥିଲା। ଏଥିପାଇଁ ତାଙ୍କୁ ବେଷ୍ଟ ଡେବ୍ୟୁ ଡାଇରେକ୍ଟରର ପୁରସ୍କାର ମଧ୍ୟ ମିଳିଥିଲା।

ସୁପ୍ରସିଦ୍ଧ ଡାଇରେକ୍ଟର ଏସ୍‌. ଶଙ୍କର ସହ ଏଟଲି ୫ ବର୍ଷ କାମ କରିଛନ୍ତି। ଆସିଷ୍ଟାଣ୍ଡ ଡାଇରେକ୍ଟର ଭାବେ ସେ ତାଙ୍କ ଦ୍ୱିତୀୟ ଫିଲ୍ମରେ ଏସ୍‌ ଶଙ୍କର ସହ କାମ କରିଥିଲେ। ଏହି ଫିଲ୍ମଟି ବଲିଉଡରେ ‘ଥ୍ରୀ ଇଡିୟଟ’ର ରିମେକ୍‌ ଥିଲା।

ପ୍ରାୟ ୮ ବର୍ଷର ରିଲେଶନସିପ୍‌ ପରେ ଏଟଲି ଏବଂ କୃଷ୍ଣା ପ୍ରିୟା ବିବାହ କରିଥିଲେ। ୨୦୧୪ରେ ହୋଇଥିବା ସେମାନଙ୍କ ବିବାହ ଉତ୍ସବରେ ଦକ୍ଷିଣ ଭାରତର ବହୁ ଦିଗଜ୍‌ କଳାକାରଙ୍କୁ ଦେଖିବାକୁ ମିଳିଥିଲା।

Related story