ଆମେରିକା ହଲ୍‌ରେ ଓଡ଼ିଆ ସିନେମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେରିକାର ହଲ୍‌ରେ ପଡ଼ିଛି ଓଡ଼ିଆ ସିନେମା। କଥାଟି ଶୁଣିବାକୁ ସତ ଲାଗୁ ନଥିଲେ ମଧ୍ୟ ଆଠ ଦଶନ୍ଧି ଅତିକ୍ରମ କରିବା ପରେ ଓଡ଼ିଆ ସିନେ ଜଗତ ଏଭଳି ଏକ ଭିନ୍ନ ଧରଣର ଇତିହାସ ରଚିଛି। ପ୍ରଥମ ଥର ପାଇଁ ଏକ ଓଲିଉଡ୍‌ ଫିଲ୍ମ ଆମେରିକାର ହଲ୍‌ରେ ମୁକ୍ତିଲାଭ କରିଛି। ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଛବିରାଣୀ’ ଆମେରିକାର ବୋଷ୍ଟନ ସହରର ବେଲ୍‌ମସ୍‌ ଫୋର୍ଡ ହଲ୍‌ରେ ଗତ ଶନିବାର ମୁକ୍ତିଲାଭ କରିଛି। ଓଡ଼ିଆ […]

chhabi

chhabi

Jitendra Garnayak
  • Published: Monday, 25 November 2019
  • Updated: 25 November 2019, 07:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେରିକାର ହଲ୍‌ରେ ପଡ଼ିଛି ଓଡ଼ିଆ ସିନେମା। କଥାଟି ଶୁଣିବାକୁ ସତ ଲାଗୁ ନଥିଲେ ମଧ୍ୟ ଆଠ ଦଶନ୍ଧି ଅତିକ୍ରମ କରିବା ପରେ ଓଡ଼ିଆ ସିନେ ଜଗତ ଏଭଳି ଏକ ଭିନ୍ନ ଧରଣର ଇତିହାସ ରଚିଛି। ପ୍ରଥମ ଥର ପାଇଁ ଏକ ଓଲିଉଡ୍‌ ଫିଲ୍ମ ଆମେରିକାର ହଲ୍‌ରେ ମୁକ୍ତିଲାଭ କରିଛି। ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଛବିରାଣୀ’ ଆମେରିକାର ବୋଷ୍ଟନ ସହରର ବେଲ୍‌ମସ୍‌ ଫୋର୍ଡ ହଲ୍‌ରେ ଗତ ଶନିବାର ମୁକ୍ତିଲାଭ କରିଛି। ଓଡ଼ିଆ ସୋସାଇଟି ଅଫ୍ ନ୍ୟୁ ଇଂଲଣ୍ଡ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇଛି।

ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆ ଅକ୍ଷୟ ମହାନ୍ତି, ଦେବଦତ୍ତ ବେହେରା ଓ ସୂର୍ଯ୍ୟ ମହାପାତ୍ର ପ୍ରମୁଖ ଓଡ଼ିଆ ସିନେ ଜଗତକୁ ଆଉ ପାଦେ ଆଗକୁ ନେବା ନିମନ୍ତେ ଏହି ପଦକ୍ଷେପ ନେଇଛନ୍ତି।

ଏହି ଫିଲ୍ମଟି ଗତ ସେପ୍ଟେମ୍ବର ୧୯ ତାରିଖରେ ଓଡ଼ିଶାରେ ମୁକ୍ତିଲାଭ କରିଥିଲା। ବବି ଇସ୍‌ଲାମ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତା ଅମନ ପରାସର, ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ଓ ବାବୁ ପ୍ରଧାନଙ୍କ ପରି ବହୁ କଳାକାର ଅଭିନୟ କରିଛନ୍ତି। ବୁଦ୍ଧଦେବ ସାହୁ, ମନୋରମା ମହାପାତ୍ର ଓ ବୀରେନ ମହାପାତ୍ରଙ୍କ ପ୍ରଯୋଜନାରେ ଏହି ଚଳଚ୍ଚିତ୍ର ର୍ନିମାଣ କରାଯାଇଛି। ଆଗାମୀ ଦିନରେ ଅନ୍ୟ ଦେଶର ସିନେମା ହଲରେ ଏହି ଫିଲ୍ମ ମୁକ୍ତିଲାଭ କରିବାକୁ ଚେଷ୍ଟା କରାଯାଉଛି ବୋଲି ନିର୍ଦ୍ଦେଶକ ବବି ଇସ୍‌ଲାମ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos