ଦଶହରା ପୂର୍ବରୁ ‘କେହି ନୁହେଁ କାହାର’ ଓ ‘ରଙ୍ଗିଲା ବାବା’କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ଦଶହରା ପୂର୍ବରୁ ଓଲିଉଡରେ ଦୁଇଟି ଫିଲ୍ମକୁ ନେଇ ଚାଲିଛି ଚର୍ଚ୍ଚା। ଆକ୍ସନ ଓ ସସପେନ୍ସରେ ଭରପୂର ଫିଲ୍ମ ‘କେହି ନୁହେଁ କାହାର’ ଅଛି ରିଲିଜ୍ ଅପେକ୍ଷାରେ। ସେହିଭଳି ବାବାଙ୍କୁ ନେଇ ନିର୍ମାଣ ହୋଇଛି ଫିଲ୍ମ ‘ରଙ୍ଗିଲା ବାବା’।

elina
କେହି ନୁହେଁ କାହାରିର ଏକ ଦୃଶ୍ୟରେ ଏଲିନା

ଡିଫରେଣ୍ଟ୍ କନସେପଟକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ‘କେହି ନୁହେଁ କାହାର’। ପୁଣି ଥରେ କିଛି ଅଲଗା କରିବା ପାଇଁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ସୁଶାନ୍ତ ମଣି। ଫିଲ୍ମରେ ଏକ ଦମଦାର ଚରିତ୍ରରେ ଦେଖାଦେବେ ଅଭିନେତ୍ରୀ ଏଲିନା। ଫିଲ୍ମରେ ଏଲିନାଙ୍କ ହିରୋ ସାଜିଛନ୍ତି ଅଭିଷେକ। ସିଦ୍ଧାନ୍ତ, ସମରେଶ ଓ ପିଙ୍କି ପ୍ରଧାନ ବି ଅଛନ୍ତି ଏଥିରେ।

rangilababa
ରଂଗିଲା ବାବାରେ କୁନା ତ୍ରିପାଠୀ ଓ ସୋନିକା

ରାଜ୍ୟରେ ବାବାଙ୍କୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଏହାକୁ ନେଇ ନିର୍ମାଣ ହୋଇଛି ‘ରଙ୍ଗିଲା ବାବା’। ଫିଲ୍ମଟି ଜଣେ ବହୁ ଚର୍ଚ୍ଚିତ ବାବାଙ୍କ ଲାଇଫଷ୍ଟାଇକୁ ନେଇ ନିର୍ମାଣ ହୋଇଥିବା ଚର୍ଚ୍ଚା ହେଉଛି। ବାବା ଭୂମିକାରେ ଦେଖାଦେବେ ଭର୍ସାଟାଇଲ୍ କୁନା ତ୍ରିପାଠୀ। ରଙ୍ଗିଲା ବାବାରୁ ଡେବ୍ୟୁ କରୁଛନ୍ତି ଅଭିନେତ୍ରୀ ସୋନିକା। ଚନ୍ଦନ, ଗୁଡ୍ଡୁ ମଧ୍ୟ ଅଛନ୍ତି ଏଇ ଫିଲ୍ମରେ। ଏମାନଙ୍କ ଛଡା ଆଇଟମ୍ ସଙ୍ଗରେ ଦେଖାଦେବେ ଅଭିନେତ୍ରୀ ବିଦୁସ୍ମିତା।