ପରଦାକୁ ଆସିଲେ ‘ହିରୋ ନମ୍ବର ଓ୍ୱାନ’, ଦର୍ଶକଙ୍କ ପସନ୍ଦ

କଟକ: ଦଶହରା ବଜାରକୁ ମତୁଆଲା କରିବାକୁ ଆଜି ପରଦାକୁ ଆସିଛି ଓଡ଼ିଆ ଫିଲ୍ମ ‘ହିରୋ ନମ୍ବର ଓ୍ୱାନ’।  ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହା ହେଉଛି ନବମ ଅବଦାନ। ଏହି ଫିଲ୍ମର ଲିଡ୍ ରୋଲ୍‌ରେ ବାବୁସାନ୍ ଓ ଭୂମିକା ଅଭିନୟ କରିଛନ୍ତି।   ଫିଲ୍ମରେ ପ୍ରଥମ ଥର ପାଇଁ ଦର୍ଶକ ବାବୁସାନ୍‌ଙ୍କୁ ଓକିଲ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ପାଇଛନ୍ତି। ଆଉ ଚୁଲ୍‌ବୁଲି ଭୂମିକା ହୋଇଛନ୍ତି ରିପୋର୍ଟର। ବାବୁସାନ୍ ଓ ଭୂମିକା ବ୍ୟତୀତ ଏହି ଫିଲ୍ମରେ କୁନା ତ୍ରିପାଠୀ, ପୁଷ୍ପା […]

film

Rakesh Mallick
  • Published: Sunday, 24 September 2017
  • , Updated: 24 September 2017, 12:37 PM IST

କଟକ: ଦଶହରା ବଜାରକୁ ମତୁଆଲା କରିବାକୁ ଆଜି ପରଦାକୁ ଆସିଛି ଓଡ଼ିଆ ଫିଲ୍ମ ‘ହିରୋ ନମ୍ବର ଓ୍ୱାନ’।  ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହା ହେଉଛି ନବମ ଅବଦାନ। ଏହି ଫିଲ୍ମର ଲିଡ୍ ରୋଲ୍‌ରେ ବାବୁସାନ୍ ଓ ଭୂମିକା ଅଭିନୟ କରିଛନ୍ତି।   ଫିଲ୍ମରେ ପ୍ରଥମ ଥର ପାଇଁ ଦର୍ଶକ ବାବୁସାନ୍‌ଙ୍କୁ ଓକିଲ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ପାଇଛନ୍ତି। ଆଉ ଚୁଲ୍‌ବୁଲି ଭୂମିକା ହୋଇଛନ୍ତି ରିପୋର୍ଟର। ବାବୁସାନ୍ ଓ ଭୂମିକା ବ୍ୟତୀତ ଏହି ଫିଲ୍ମରେ କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା ଓ ପିଣ୍ଟୁ ନନ୍ଦ ମଧ୍ୟ ଅଛନ୍ତି।

ଅଭିଜିତ ମଜୁମଦାର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ। ଫିଲ୍ମରେ କମେଡି ସହିତ ରହିଛି ମେଲୋଡିଅସ୍ ମ୍ୟୁଜିକ୍।  ରାଜସ୍ଥାନର ମନଛୁଆଁ ଲୋକେସନ୍ ସାଙ୍ଗକୁ ଗୀତର ଲିରିକ୍ ଓ ମ୍ୟୁଜିକ୍ ବି ଖୁବ୍ ଜମେଇଲା ଭଳି ହୋଇଛି।

Related story